୨୦୧୩ରୁ ଭାରତ ପାଇଁ ରୋହିତ କରୁଛନ୍ତି ଏଭଳି ରେକର୍ଡ

ନୂଆଦିଲ୍ଲୀ: ଭାରତର ରନ୍‌ ମେସିନ୍‌ ବିରାଟ୍‌ କୋହଲି ରେକର୍ଡ ପରେ ରେକର୍ଡ କରୁଥିବା ଆପଣ ଦେଖୁଛନ୍ତି। ହେଲେ ବିରାଟ୍‌ ଏତେ ରନ୍‌ କରୁଥିଲେ ହେଁ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମାଙ୍କ ରେକର୍ଡ କେବେ ହେଲେ ଅତିକ୍ରମ କରିପାରି ନାହାନ୍ତି। ରୋହିତ କ୍ରମାଗତ ଭାବେ ୨୦୧୩ରୁ ୨୦୧୮ ଯାଏ ଭାରତ ପାଇଁ ପ୍ରତିବର୍ଷ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ କରିଛନ୍ତି। ଅର୍ଥାତ ପ୍ରତିବର୍ଷ ରୋହିତ ଶର୍ମାଙ୍କ ବ୍ୟକ୍ତିଗତ ସ୍କୋରକୁ ଅନ୍ୟ କୌଣସି ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ […]

ra4

ra4

Hemant Lenka
  • Published: Monday, 29 October 2018
  • Updated: 29 October 2018, 09:46 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ରନ୍‌ ମେସିନ୍‌ ବିରାଟ୍‌ କୋହଲି ରେକର୍ଡ ପରେ ରେକର୍ଡ କରୁଥିବା ଆପଣ ଦେଖୁଛନ୍ତି। ହେଲେ ବିରାଟ୍‌ ଏତେ ରନ୍‌ କରୁଥିଲେ ହେଁ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମାଙ୍କ ରେକର୍ଡ କେବେ ହେଲେ ଅତିକ୍ରମ କରିପାରି ନାହାନ୍ତି।

ରୋହିତ କ୍ରମାଗତ ଭାବେ ୨୦୧୩ରୁ ୨୦୧୮ ଯାଏ ଭାରତ ପାଇଁ ପ୍ରତିବର୍ଷ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ କରିଛନ୍ତି। ଅର୍ଥାତ ପ୍ରତିବର୍ଷ ରୋହିତ ଶର୍ମାଙ୍କ ବ୍ୟକ୍ତିଗତ ସ୍କୋରକୁ ଅନ୍ୟ କୌଣସି ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ଅତିକ୍ରମ କରିପାରି ନାହାନ୍ତି। ଗଲା ୬ ବର୍ଷ ହେଲା ରୋହିତ ଏଭଳି ରେକର୍ଡ କରିଆସୁଛନ୍ତି।


ୱେଷ୍ଟଇଣ୍ଡିଜ୍ ବିପକ୍ଷ ୪ର୍ଥ ଟେଷ୍ଟ୍ରେ ରୋହିତ ୧୩୭ ବଲ୍ରେ ବିସ୍ଫୋରକ ୧୬୨ ରନ୍ର ଇନିଂସ୍ ଖେଳିଛନ୍ତି। ଚଳିତ ବର୍ଷ ରୋହିତଙ୍କ ଏହି ୧୬୨ ରନ୍ ଟିମ୍ ଇଣ୍ଡିଆର ଅନ୍ୟ ଖେଳାଳିଙ୍କ ବ୍ୟକ୍ତିଗତ ସର୍ବାଧିକ ରନ୍ଠାରୁ ଅଧିକ।
ବିରାଟ୍ ୧୫୭ ରନ୍ କରି ଚଳିତ ବର୍ଷ ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ସାଜିଥିଲେ। କିନ୍ତୁ ରୋହିତ ୪ର୍ଥ ଦିନିକିଆରେ ଏହାକୁ ଭାଙ୍ଗି ଦେଇଛନ୍ତି।
ରୋହିତ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଅପରାଜିତ ୨୦୮ ରନ୍‌ର ଇନିଂସ୍‌ ଖେଳିଥିଲେ।

ସେହିବର୍ଷ ରୋହିତଙ୍କ ବ୍ୟକ୍ତିଗତ ସ୍କୋରଠାରୁ କୌଣସି ଭାରତୀୟ ଖେଳାଳି ଅଧିକ ରନ୍‌ କରିପାରି ନଥିଲେ। ସେହିଭଳି ରୋହିତ ୨୦୧୩ରେ ୧୫୮ ବଲ୍‌ରେ ୨୦୯, ୨୦୧୪ରେ ୧୭୩ ବଲ୍‌ରେ ୨୬୪, ୨୦୧୫ରେ ୧୩୩ ବଲ୍‌ରେ ୧୫୦ ଓ ୨୦୧୬ରେ ୧୬୩ ବଲ୍‌ରେ ୧୭୧ ରନ୍‌ କରିଥିଲେ। ଏହି ବର୍ଷ ଗୁଡ଼ିକରେ କୌଣସି ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ଏହି ରନ୍‌କୁ ଅତିକ୍ରମ କରିପାରିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos