Advertisment

India vs South Africa: ରୋହିତଙ୍କ ନାଁରେ ବିଶ୍ୱ ରେକର୍ଡ, ଦିନିକିଆରେ ମାରିଛନ୍ତି ସର୍ବାଧିକ ଛକା

ରୋହିତ ୫୧ଟି ବଲ୍‌ରୁ ୫୭ ରନ୍‌ କରିଛନ୍ତି। ତା’ ମଧ୍ୟରେ ରହିଛି ୫ଟି ଚୌକା ଓ ୩ଟି ଛକା। ଦିନିକିଆରେ ଏହା ହେଉଛି ତାଙ୍କର ଲଗାତାର ତୃତୀୟ ଅର୍ଦ୍ଧଶତକ। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ କରିଥିଲେ।

author-image
Jitendra Garnayak
Rohit Sharma

Rohit Sharma

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ରାଞ୍ଚିରେ ଖେଳା ଯାଉଛି ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବାରୁ ଭାରତ ବ୍ୟାଟିଂ କରୁଛି।

Advertisment

ଖବର ଲେଖାଯିବା ସୁଦ୍ଧା ଭାରତ ୩୦.୪ ଓଭରରେ ୪ଟି ୱିକେଟ୍ ହରାଇ ୨୦୧ ରନ୍ କରିଛି। ବିରାଟ କୋହଲି ଓ କେଏଲ ରାହୁଲ ବ୍ୟାଟିଂ କରୁଛନ୍ତି। ଯଶସ୍ୱୀ ଜୈସୱାଲ, ରୋହିତ ଶର୍ମା, ଋତୁରାଜ ଗାଏକ୍ୱାଡ୍ ଓ ୱାଶିଂଟନ ସୁନ୍ଦର ଆଉଟ୍ ହୋଇଛନ୍ତି। ଜୈସୱାଲ ୧୮ ରନ୍ (୧୬ ବଲ୍‌) କରି ‌ଆଉଟ୍ ହୋଇଥିବା ବେଳେ ରୋହିତ ଶାର୍ମା ୫୭ ରନ୍ କରିଛନ୍ତି। ଋତୁରାଜ ଗାଏକ୍ୱାଡ୍ ଓ ୱାଶିଂଟନ ସୁନ୍ଦର ଯଥାକ୍ରମେ ୮ ଓ ୧୩ ରନ୍ କରି ଆଉଟ୍ ହୋଇଛନ୍ତି। 

ରୋହିତ ୫୧ଟି ବଲ୍‌ରୁ ୫୭ ରନ୍‌ କରିଛନ୍ତି। ତା’ ମଧ୍ୟରେ ରହିଛି ୫ଟି ଚୌକା ଓ ୩ଟି ଛକା। ଦିନିକିଆରେ ଏହା ହେଉଛି ତାଙ୍କର ଲଗାତାର ତୃତୀୟ ଅର୍ଦ୍ଧଶତକ। ଏହା ପୂର୍ବରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଅର୍ଦ୍ଧଶତକ କରିଥିଲେ। ତେବେ ଆଜି ତାଙ୍କ ନାଁରେ ଏକ ବିଶ୍ୱରେକର୍ଡ ଯୋଡ଼ି ହୋଇଯାଇଛି। ଦିନିକିଆ କ୍ରିକେଟ ଇତିହାସରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତଙ୍କ ନାଁରେ ଯୋଡ଼ି ହୋଇଛି। 

Advertisment

ଦିନିକିଆରେ ସର୍ବାଧିକ ଛକା ମାରିବାର ବିଶ୍ୱ ରେକର୍ଡ ଥିଲା ପାକିସ୍ତାନର ଶାହିଦ ଆଫ୍ରିଦିଙ୍କ ନାଁରେ। ସେ ୩୯୮ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ୩୫୧ଟି ଛକା ମାରିଥିଲେ। ରୋହିତ ଶର୍ମା ୩୫୨ଟି ଛକା ମାରି ତାଙ୍କ ରେକର୍ଡ ଭାଙ୍ଗିଛନ୍ତି। ସେ ଏଯାବତ୍ ୨୭୬ଟି ଦିନିକିଆ ମ୍ୟାଚ୍‌ ଖେଳି ଏହି ରେକର୍ଡ କରିଛନ୍ତି। 

ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ୍‌। ସେ ୩୩୧ଟି ଛକା ମାରିଛନ୍ତି। ଶ୍ରୀଲଙ୍କାର ସନତ ଜୟସୂରିୟା ୨୭୦ଟି ଛକା ମାରି ଚତୁର୍ଥ ଓ ଭାରତର ମହେନ୍ଦ୍ର ସିଂହ ଧୋନି ୨୨୯ଟି ଛକା ମାରି ପଞ୍ଚମ ସ୍ଥାନରେ ଅଛନ୍ତି। 

ରୋହିତ ଶର୍ମା ଆଜି ୩ଟି ଛକା ମାରିଥିଲେ। ୧୪ତମ ଓଭରରେ ପ୍ରେନେଲନ ସବ୍ରେନଙ୍କ ବଲ୍‌ରେ ଲଗାତାର ଦୁଇଟି ଛକା ମାରି ଶାହିଦଙ୍କ ରେକର୍ଡର ସମକକ୍ଷ ହୋଇଥିଲେ ରୋହିତ। ଏହା ପରେ ୨୦ ତମ ଓଭରରେ ମାର୍କୋ ଜେନସେନଙ୍କ ବଲରେ ଏକ ଛକା ମାରି ସେ ଶାହିଦଙ୍କୁ ଟପି ନୂଆ ବିଶ୍ୱ ରେକର୍ଡ ତିଆରି କରିଥିଲେ।