Advertisment

ପୂଜାରାଙ୍କୁ ଅଭଦ୍ର ଭାଷା କହିଲେ ରୋହିତ, ଦେଖନ୍ତୁ ଭିଡିଓ

ବିଶାଖାପଟନମ୍‌: ନିଜର ଶାନ୍ତ ସ୍ୱଭାବ ପାଇଁ ପରିଚିତ ରୋହିତ ଶର୍ମାଙ୍କୁ ଆଜି ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ଟେଷ୍ଟରେ ଓପନିଂ କରୁଥିବା ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ବ୍ୟାଟର ଯାଦୁ ଦେଖାଇଛନ୍ତି। ତେବେ ଆଜି ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ରୋହିତ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏବେ ତାଙ୍କ ସହ ବ୍ୟାଟିଂ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ଅତ୍ୟନ୍ତ ଅଭଦ୍ର ଢଙ୍ଗରେ ଗାଳି ମଧ୍ୟ କରିଥିଲେ। ଷ୍ଟମ୍ପରେ ଲାଗିଥିବା […]

ଅଦ୍ୟତନ ହୋଇଛି
ପୂଜାରାଙ୍କୁ ଅଭଦ୍ର ଭାଷା କହିଲେ ରୋହିତ, ଦେଖନ୍ତୁ ଭିଡିଓ

cxv

Advertisment

ବିଶାଖାପଟନମ୍‌: ନିଜର ଶାନ୍ତ ସ୍ୱଭାବ ପାଇଁ ପରିଚିତ ରୋହିତ ଶର୍ମାଙ୍କୁ ଆଜି ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ଟେଷ୍ଟରେ ଓପନିଂ କରୁଥିବା ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ବ୍ୟାଟର ଯାଦୁ ଦେଖାଇଛନ୍ତି। ତେବେ ଆଜି ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ରୋହିତ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ।

Advertisment

ଏବେ ତାଙ୍କ ସହ ବ୍ୟାଟିଂ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ଅତ୍ୟନ୍ତ ଅଭଦ୍ର ଢଙ୍ଗରେ ଗାଳି ମଧ୍ୟ କରିଥିଲେ। ଷ୍ଟମ୍ପରେ ଲାଗିଥିବା ମାଇକରେ ରୋହିତଙ୍କ ଗାଳି ରେକର୍ଡ ହୋଇଛି। ରୋହିତ ଓ ପୂଜାରା ଏକାଠି ବ୍ୟାଟିଂ କରୁଥିବା ବେଳେ ଦକ୍ଷିଣ ଆଫ୍ରିକା ସ୍ପିନର ଡେନ୍‌ ପିଟ ବୋଲିଂ କରୁଥିଲେ।

ଏହି ସମୟରେ ରୋହିତ ଗୋଟିଏ ରନ୍‌ ନେବାକୁ ଦୌଡ଼ିବା ଆରମ୍ଭ କରିଥିଲେ। ହେଲେ ନନ୍‌ଷ୍ଟ୍ରାଇକରେ ଥିବା ପୂଜାରା ଏଥିପାଇଁ ଆଦୌ ଇଚ୍ଛା ପ୍ରକାଶ କରି ନଥିଲେ। ଏଥିରେ ରାଗିଯାଇ ତାଙ୍କୁ ରୋହିତ ଅଭଦ୍ର ଭାଷାରେ ଗାଳି କରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଇଂଲିଶ ଟିମ୍‌ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ଟ୍ୱିଟ କରି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ଟାର୍ଗେଟ କରିଛନ୍ତି।

Advertisment

ସେ କହିଛନ୍ତି, “ସମାନ ଶବ୍ଦ ବିରାଟ ପ୍ରୟୋଗ କରନ୍ତି। ହେଲେ ଏଥର ବିରାଟ ନୁହନ୍ତି ବରଂ ରୋହିତ ଏପରି ଶବ୍ଦ ପ୍ରୟୋଗ କରିଛନ୍ତି। ଆପଣମାନେ ମୁଁ କ’ଣ କହୁଛି ବୁଝି ପାରୁଥିବେ।”

ସୋଶାଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।
https://twitter.com/i/status/1180454129757384704

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe