Advertisment

ମୁମ୍ବାଇ ପାଇଁ ଇନିଂସ ଆରମ୍ଭ କରିବେ ରୋହିତ୍-ଡି’ କକ୍

ନୂଆଦିଲ୍ଲୀ: ଶନିବାର ରୁ ଆରମ୍ଭ ହେବ ଆଇପିଏଲ୍-13 । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗତ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନସ ଓ ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗସ। ଚଳିତ ସିଜିନରେ ବିଭିନ୍ନ କାରଣରୁ ଚେନ୍ନାଇ ସୁପର କିଙ୍ଗସର ଚୂଡ଼ାନ୍ତ ଦଳ ଚୟନରେ ଅସ୍ଥିରତା ଲାଗି ରହିଛି। ଅନ୍ୟପକ୍ଷରେ ସେହି ଦୃଷ୍ଟିରୁ ମୁମ୍ବାଇ ଇଣ୍ଡିଆନସ ନିରାପଦରେ ଅଛି। ଟାଇଟଲଧାରୀ ମୁମ୍ବାଇ ଏଥର ଅଧିନାୟକ ରୋହିତ ଶର୍ମାଙ୍କ ସହ ଦକ୍ଷିଣ ଆପ୍ରିକୀୟ ଅଧିନାୟକ କ୍ୱିଣ୍ଟନ ଡି’ କକଙ୍କୁ […]

ଅଦ୍ୟତନ ହୋଇଛି
ମୁମ୍ବାଇ ପାଇଁ ଇନିଂସ ଆରମ୍ଭ କରିବେ ରୋହିତ୍-ଡି’ କକ୍

Mumbai

Advertisment

ନୂଆଦିଲ୍ଲୀ: ଶନିବାର ରୁ ଆରମ୍ଭ ହେବ ଆଇପିଏଲ୍-13 । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗତ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନସ ଓ ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗସ। ଚଳିତ ସିଜିନରେ ବିଭିନ୍ନ କାରଣରୁ ଚେନ୍ନାଇ ସୁପର କିଙ୍ଗସର ଚୂଡ଼ାନ୍ତ ଦଳ ଚୟନରେ ଅସ୍ଥିରତା ଲାଗି ରହିଛି। ଅନ୍ୟପକ୍ଷରେ ସେହି ଦୃଷ୍ଟିରୁ ମୁମ୍ବାଇ ଇଣ୍ଡିଆନସ ନିରାପଦରେ ଅଛି।

Advertisment

ଟାଇଟଲଧାରୀ ମୁମ୍ବାଇ ଏଥର ଅଧିନାୟକ ରୋହିତ ଶର୍ମାଙ୍କ ସହ ଦକ୍ଷିଣ ଆପ୍ରିକୀୟ ଅଧିନାୟକ କ୍ୱିଣ୍ଟନ ଡି’ କକଙ୍କୁ ଓପନର୍ ଭାବେ ପଡ଼ିଆକୁ ଓହ୍ଲାଇବ। ଉଦଘାଟନା ମ୍ୟାଚ୍ ଅବ୍ୟବହିତ ପୂର୍ବରୁ ଦଳର ମୁଖ୍ୟ ମାହେଲା ଜୟବର୍ଧନେ ଏହି ସୂଚନା ଦେଇଛନ୍ତି। ଦଳରେ ଅଷ୍ଟ୍ରେଲୀୟ ତାରକା କ୍ରିସ୍ ଲିନ ଙ୍କ ଉପସ୍ଥିତି ସତ୍ତ୍ୱେ ଡି’ କକ୍ – ରୋହିତ ଯୋଡ଼ିଙ୍କୁ ଦଳୀୟ ମ୍ୟାନେଜମେଣ୍ଟ ପରିବର୍ତ୍ତନ କରିବା ସପକ୍ଷରେ ନାହିଁ। ଜୟବର୍ଧନେଙ୍କ କହିବା ଅନୁସାରେ, ଲିନଙ୍କ ଉପସ୍ଥିତି ଦଳୀୟ ସନ୍ତୁଳନକୁ ଦୃଢ଼ତା ଦେଇଛି। ତେବେ ଗତ ସିଜିନରେ ଡି’ କକ୍ – ରୋହିତଙ୍କ ପ୍ରଦର୍ଶନକୁ ଆଧାର କରି ଏହି ଯୋଡ଼ିକୁ ଭାଙ୍ଗିବାକୁ ଟିମ୍ ଥିଙ୍କ୍ ଟ୍ୟାଙ୍କ ଚାହୁଁନାହିଁ।

ସେହିପରି ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟପ୍ ଅର୍ଡରରେ ପଠାଇ ମୁମ୍ବାଇ ତାଙ୍କ ଠାରୁ ବଡ଼ ଇନିଂସ ଆଶା କରିବ ବୋଲି ସୂଚନା ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe