Advertisment

ଶତକ ପରେ ରୋହିତ ଓ ଗିଲ୍‌ ଆଉଟ, ଦୃଢ଼ ସ୍ଥିତିରେ ଭାରତ

ଆଜି ଉଭୟ ପ୍ରଥମ ୱିକେଟ ପାଇଁ ୨୧୨ ରନର ଭାଗିଦାରୀ କରି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି।

author-image
Hemant Lenka
Rohit

Rohit

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ କମାଲ କରିଛନ୍ତି ଟିମ ଇଣ୍ଡିଆର ଦୁଇ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ୍‌। ଉଭୟ ଶତକ ହାସଲ କରିବା ସହ କ୍ରମାଗତ ୪ର୍ଥ ଥର ପାଇଁ ଦିନିକିଆ କ୍ରିକେଟରେ ୫୦ରୁ ଅଧିକ ରନ କରିଛନ୍ତି। ଅବଶ୍ୟ ଆଜି ଉଭୟ ପ୍ରଥମ ୱିକେଟ ପାଇଁ ୨୧୨ ରନର ଭାଗିଦାରୀ କରି ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି।

Advertisment

ରୋହିତ ଶର୍ମା ୮୫ ବଲରେ ୧୦୧ ରନ ଓ ଗିଲ୍‌ ୭୮ ବଲରେ ୧୧୨ ରନର ଇନିଂସ ଖେଳି ପ୍ୟାଭିଲିୟନ ଫେରିଛନ୍ତି। ରୋହିତ ତାଙ୍କ ଇନିଂସରେ ୬ଟି ଛକା ଓ ୯ଟି ଚୌକା ମାରିଛନ୍ତି। ସେହିପରି ଗିଲ୍‌ଙ୍କ ବ୍ୟାଟରୁ ୧୩ଟି ଚୌକା ଓ ୫ଟି ଛକା ଦେଖିବାକୁ ମିଳିଛି। ରିପୋର୍ଟ ଲେଖା ହେବା ବେଳରକୁ ଟିମ ଇଣ୍ଡିଆ ୩୧ ଓଭରରେ ୨ ୱିକେଟ ହରାଇ ୨୪୭ ରନ କରିଛି। ରୋହିତ ଆଜି ତାଙ୍କ ଦିନିକିଆ କ୍ୟାରିୟରର ୩୦ତମ ଶତକ ହାସଲ କରିଛନ୍ତି। ସେହିପରି ଗିଲ୍‌ ୪ର୍ଥ ଶତକ ହାସଲ କରିଛନ୍ତି। 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆକୁ ଭାରତ ଆଗୁଆ ୨-୦ରେ କବଜା କରି ନେଇଛି। ଆଜି ଯଦି ଦଳ ତୃତୀୟ ମ୍ୟାଚ୍‌ ଜିତି ସିରିଜ୍‌ କ୍ଲିନ ସୁଇପ କରିବ, ତା’ହେଲେ ଆଇସିସି ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିଯିବ। ବର୍ତ୍ତମାନ ଯାଏ ଭାରତ ମୋଟ ୧୧୩ ପଏଣ୍ଟ ସହ ରାଙ୍କିଙ୍ଗର ୩ନଂ ସ୍ଥାନରେ ରହିଛି। ଇଂଲଣ୍ଡ ୧ନଂରେ ଓ ନ୍ୟୁଜିଲ୍ୟାଣ୍ଡ ୨ନଂରେ ରହିଛି।

Advertisment
Indian Cricket Team Rohit Sharma