୩ ବର୍ଷ ପରେ ରୋହିତ କଲେ ଶତକ, ପଣ୍ଟିଂଙ୍କ ରେକର୍ଡର ସମକକ୍ଷ ହେଲେ

ହିଟମ୍ୟାନ ଭାବେ ପରିଚିତ ରୋହିତ ଦୀର୍ଘ ୩ ବର୍ଷ ପରେ ଦିନିକିଆ କ୍ରିକେଟରେ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୩୦ତମ ଶତକ।

Rohit

ଛକା ମାରୁଛନ୍ତି ରୋହିତ ଶର୍ମା

Hemant Lenka
  • Published: Tuesday, 24 January 2023
  • Updated: 24 January 2023, 06:01 PM IST

Sports

Latest News

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶେଷ ଦିନିକିଆରେ ଦମଦାର ବ୍ୟାଟିଂ କରିଛନ୍ତି। ଏଥିସହ ଶତକ ମଧ୍ୟ ହାସଲ କରିଛନ୍ତି। ସେ ୮୫ ବଲରେ ୧୦୧ ରନର ଇନିଂସ ଖେଳି ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। ହିଟମ୍ୟାନ ଭାବେ ପରିଚିତ ରୋହିତ ଦୀର୍ଘ ୩ ବର୍ଷ ପରେ ଦିନିକିଆ କ୍ରିକେଟରେ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟରର ୩୦ତମ ଶତକ।

ଏହି ଶତକ ପରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ଶତକ ରେକର୍ଡର ସମକକ୍ଷ ହୋଇଛନ୍ତି। ପଣ୍ଟିଂ ୩୭୫ ଅନ୍ତର୍ଜାତୀୟ ଦିନିକିଆ ଖେଳି ୩୦ଟି ଶତକ ହାସଲ କରିଥିଲେ। ରୋହିତ ୨୪୧ ମ୍ୟାଚ୍‌ରେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି।

ରୋହିତ ଆଜି ୯ଟି ଚୌକା ଓ ୬ଟି ଛକା ବଳରେ ୧୦୧ ରନ କରିଛନ୍ତି। ଏଥିସହ ଶୁବମନ ଗିଲଙ୍କ ସହ ମିଶି ସେ ପ୍ରଥମେ ୱିକେଟ ପାଇଁ ୨୧୨ ରନ ମଧ୍ୟ ଯୋଡ଼ିଥିଲେ। ଦିନିକିଆ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ରୋହିତ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ତାଙ୍କ ଉପରେ ସଚିନ ତେନ୍ଦୁଲକର(୪୯) ଓ ବିରାଟ କୋହଲି(୪୬) ରହିଛନ୍ତି। ଏହାର ଅର୍ଥ ଅନ୍ତର୍ଜାତୀୟ ଦିନିକିଆରେ ଶତକ ହାସଲ କରିଥିବା ତାଲିକାର ଟପ୍‌ ୩ରେ ୩ ଜଣ ଭାରତୀୟ ରହି ନିଜର ଦବଦବା ଦେଖାଇଛନ୍ତି।

Also Read

ଏହାବାଦ ରୋହିତ ସର୍ବାଧିକ ଛକା ମାରିବା ତାଲିକାର ତୃତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଶ୍ରୀଲଙ୍କାର ସନତ ଜୟସୁରିୟାଙ୍କ ୨୭୦ଟି ଛକାକୁ ସେ ଆଜି ପାର କରି ଯାଇଛନ୍ତି। ରୋହିତ ଶେଷଥର ପାଇଁ ୨୦୨୦ ଜାନୁଆରର ୧୯ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଶତକ ହାସଲ କରିଥିଲେ। ସେବେଠାରୁ ତାଙ୍କ ବ୍ୟାଟରୁ ଦିନିକିଆରେ ଶତକ ଦେଖିବାକୁ ମିଳି ନଥିଲା।

ଏହି ୩ ବର୍ଷ ମଧ୍ୟରେ ସେ ୫ଟି ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ନିଜର ୩୦ତମ ଶତକ ହାସଲ କରିପାରି ନଥିଲେ। ଅବଶ୍ୟ ୨୦୨୧ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସେ ଗୋଟିଏତ ଶତକ ହାସଲ କରିଥିଲେ। କିନ୍ତୁ ଦିନିକିଆରେ ସେ ଶତକ ହାସଲ କରି ପାରି ନଥିଲେ। ୩ ବର୍ଷ ଧରି ରହିଥିବା ଅପେକ୍ଷାରେ ଆଜି ଅନ୍ତ ଘଟିଛି।

ରୋହିତ ଦିନିକିଆରେ ୩ଥର ଦ୍ୱିଶତକ ଓ ଟି-୨୦ରେ ୪ଟି ଶତକ ହାସଲ କରି ସୀମିତ ଓଭର କ୍ରିକେଟରେ ବିରଳ ରେକର୍ଡକୁ ଏଯାଏ ନିଜ ନାଁରେ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos