/odisha-reporter/media/post_attachments/uploadimage/library/16_9/16_9_0/Rohit__1674296513.jpg)
Rohit
ଗୋଟିଏ ହାସ୍ୟରୋଳ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍। ଛତିଶଡ଼ଗର ରାୟପୁର ଷ୍ଟାଡିୟମରେ ଖେଳା ଯାଉଥିବା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ରେ ରୋହିତ ଶର୍ମା ଏମିତି କିଛି କରିଛନ୍ତି, ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ମ୍ୟାଚ୍ର ଟସ୍ ଜିତିବା ପରେ ରୋହିତ ଶର୍ମା ବୋଲିଂ ନେବେ କି ବ୍ୟାଟିଂ କରିବେ, ସେକଥା ହଠାତ୍ ଚିନ୍ତା କରି ପାରି ନଥିଲେ। ବେଶ କିଛି ସମୟ ସେ ଚୁପ ରହିବା ପରେ ଟିମ ଇଣ୍ଡିଆ ପ୍ରଥମେ ବୋଲିଂ କରିବ ବୋଲି ରୋହିତ କହିଥିଲେ।
ରାୟପୁରରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଟମ ଲାଥମଙ୍କ ସହ ରୋହିତ ଶର୍ମା ଟସ୍ ପକାଇବାକୁ ଆସିଥିଲେ। ଟସ୍ ଜିତିବା ପରେ ଭାଷ୍ୟକାର ରବି ଶାସ୍ତ୍ରୀ ରୋହିତଙ୍କୁ ତାଙ୍କ ନିଷ୍ପତ୍ତି ସମ୍ପର୍କରେ ପଚାରିଥିଲେ। ତେବେ ରୋହିତ ତୁରନ୍ତ ବ୍ୟାଟ କିମ୍ବା ବୋଲ କରିବେ ବୋଲି କୌଣସି ନିଷ୍ପତ୍ତି ନେଇ ନଥିଲେ। ମ୍ୟାଚ୍ ରେଫରୀ ଜବାଗଲ ଶ୍ରୀନାଥ ଓ ଟମ ଲାଥମ ମଧ୍ୟ ତାଙ୍କ ମୁହଁକୁ ଚାହିଁ ରହିଥିଲେ।
କିନ୍ତୁ ମୁହଁରେ ହାତ ରଖି ରୋହିତ ଶର୍ମା ପ୍ରାୟ ୧୫ ସେକେଣ୍ଡ ଚୁପ ରହିଥିଲେ। ଏହାପରେ ସେ ହସି ହସି କହିଥିଲେ ଯେ ଟିମ ଇଣ୍ଡିଆ ପ୍ରଥମ ବୋଲିଂ କରିବ। ରୋହିତ ଦ୍ୱନ୍ଦ୍ୱରେ ରହିଥିବା ବେଳେ ତାଙ୍କ ପଛରେ ଅଭ୍ୟାସ କରୁଥିବା ମହମ୍ମଦ ସିରାଜ ଓ ୱାଶିଂଟନ ସୁନ୍ଦର ମଧ୍ୟ ବେଶ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁ ରହିଥିଲେ। ରୋହିତଙ୍କ ଏପରି ଆଚରଣ ଦେଖି ଶାସ୍ତ୍ରୀ, ଲାଥମ ଓ ଶ୍ରୀନାଥ ନିଜ ହସକୁ ରୋକି ପାରି ନଥିଲେ।
🚨 Toss Update 🚨#TeamIndia win the toss and elect to field first in the second #INDvNZ ODI.
Follow the match ▶️ https://t.co/V5v4ZINCCL@mastercardindiapic.twitter.com/YBw3zLgPnv
— BCCI (@BCCI) January 21, 2023
ରୋହିତ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ କହିଥିଲେ ଯେ “ଆମେ କ’ଣ ନିଷ୍ପତ୍ତି ନେଇଥିଲୁ, ସେକଥା ହଠାତ୍ ମୁଁ ମନେ ପକାଇ ପାରି ନଥିଲି। ଟସ୍କୁ ନେଇ ଟିମ୍ରେ ଅନେକ ଆଲୋଚନା ହୋଇଥିଲା। ତେଣୁ ମୁଁ ହଠାତ୍ ବୋଲିଂ କରିକୁ କି ବ୍ୟାଟିଂ କରିବୁ, ସେ ନିଷ୍ପତ୍ତି ଭୁଲି ଯାଇଥିଲି।”
ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ନ କରି ପଡ଼ିଆକୁ ଓହ୍ଲାଇଛନ୍ତି। ଭାରତ ପ୍ରଥମ ମ୍ୟାଚ୍ ଜିତି ୩ଟିକିଆ ଦିନିକିଆ ସିରିଜ୍ରେ ୧-୦ରେ ଆଗରେ ରହିଛି। ସେହିପରି ଆଜିର ମ୍ୟାଚରେ ମଧ୍ୟ ଭାରତ ବର୍ତ୍ତମାନ ସୁଦ୍ଧା ୧୦୭ ରନ ଭିତରେ କ୍ୱିୱି ଟିମ୍ର ୭ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇ ସାରିଲାଣି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
