ଆକ୍ସନ ଦେଖି ବିରାଟ୍‌ଙ୍କୁ ଚିହ୍ନିଲେ ରୋହିତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମାଙ୍କ ମଧ୍ୟରେ ତିକ୍ତତା ଥିବା ନେଇ ଚର୍ଚ୍ଚା ଜାରି ରହିଛି। ଏସବୁ ଭିତରେ ବିସିସିଆଇ ଏକ ଭିଡିଓ ଟ୍ୱିଟ୍‌ କରିଛି। ଯେଉଁଥିରେ ରୋହିତ ଶର୍ମା କେବଳ ଖେଳାଳିଙ୍କ ନାଁ କହୁଛନ୍ତି। ଏହାକୁ ହେଡ୍ସ ଅଫ୍‌ ଚ୍ୟାଲେଞ୍ଜ କୁହାଯାଏ। ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ। ଏହାର ନିୟମ ଅନୁଯାୟୀ, ରୋହିତ ଏକ କାର୍ଡରେ ଲେଖାଯାଇଥିବା ଖେଳାଳିଙ୍କ ନାଁ […]

bf

Hemant Lenka
  • Published: Saturday, 10 August 2019
  • , Updated: 10 August 2019, 05:44 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରଟ କୋହଲି ଓ ତାଙ୍କ ଡେପୁଟି ରୋହିତ ଶର୍ମାଙ୍କ ମଧ୍ୟରେ ତିକ୍ତତା ଥିବା ନେଇ ଚର୍ଚ୍ଚା ଜାରି ରହିଛି। ଏସବୁ ଭିତରେ ବିସିସିଆଇ ଏକ ଭିଡିଓ ଟ୍ୱିଟ୍‌ କରିଛି। ଯେଉଁଥିରେ ରୋହିତ ଶର୍ମା କେବଳ ଖେଳାଳିଙ୍କ ନାଁ କହୁଛନ୍ତି। ଏହାକୁ ହେଡ୍ସ ଅଫ୍‌ ଚ୍ୟାଲେଞ୍ଜ କୁହାଯାଏ।

ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ। ଏହାର ନିୟମ ଅନୁଯାୟୀ, ରୋହିତ ଏକ କାର୍ଡରେ ଲେଖାଯାଇଥିବା ଖେଳାଳିଙ୍କ ନାଁ ଜାଡେଜାଙ୍କୁ ଦେଖାଇବେ। ହେଲେ ସେ ନିଜେ ଏହାକୁ ଦେଖିବେ ନାହିଁ। ଜାଡେଜା ନାଁକୁ ପଢ଼ି ଅଭିନୟ ଜରିଆରେ ଉକ୍ତ ନାଁକୁ ପ୍ରଦର୍ଶନ କରିବେ। ଏଥିରୁ ରୋହିତ ସୁରାକ ପାଇଁ ଖେଳାଳିଙ୍କ ନାଁ କହିବେ।

ପ୍ରଥମେ ରୋହିତ ଏକ କାର୍ଡ ଦେଖାଇଥିଲେ। ଜାଡେଜା ଆକ୍ସନ କରି ଏହି ନାଁ କାହାର ସେକଥା ଅଭିନୟ ଜରିଆରେ ସୂଚନା ଦେବେ। ମାତ୍ର କେଇ ସେକେଣ୍ଡ ମଧ୍ୟରେ ରୋହିତ ଉକ୍ତ ନାଁକୁ କହିଦେଇଥିଲେ। ସେ ଯଶପ୍ରୀତ ବୁମ୍ରା ବୋଲି ସେ ଠିକ ଠଉରେଇ ପାରିଥିଲେ। ଏହାପରେ ରୋହିତ ଆଉ ଏକ କାର୍ଡ ଦେଖାଇଥିଲେ।

ଏଥିରେ ବିରାଟ୍‌ କୋହଲିଙ୍କ ନାଁ ରହିଥିଲା। ଜାଡେଜା ପ୍ରଥମେ ବିରାଟ୍‌ଙ୍କ ବ୍ୟାଟିଂ ଶୈଳୀକୁ ନକଲ କରିଥିଲେ। ଏହାକୁ ରୋହିତ ବୁଝି ପାରି ନଥିଲେ। ଜାଡେଜା ଆଉ କିଛି କ୍ଲ୍ୟୁ ଦେବା ପରେ ରୋହିତ ତୁରନ୍ତ ବିରାଟ୍‌ କୋହଲିଙ୍କ ନାଁ ନେଇଥିଲେ। ଏହି ସମୟରେ ସେଠାରେ ବିରାଟ୍‌ ମଧ୍ୟ ବସି ଏହାକୁ ଉପଭୋଗ କରିଥିଲେ। ଏଥିସହ ହସିହସି କ୍ୟା କିୟା ବୋଲି ପ୍ରଶ୍ନ କରିଥିଲେ।

ଦେଖନ୍ତୁ ଭିଡିଓ
https://twitter.com/i/status/1159735470370127872

Related story