Advertisment

ଅଷ୍ଟ୍ରେଲିଆ ଟୁର୍‌ରୁ ରୋହିତ ବାଦ୍‌: ରାହୁଲ ଉପ ଅଧିନାୟକ, ଜାଣନ୍ତୁ ପୂରା ସ୍କ୍ୱାଡରେ କେଉଁମାନେ ଅଛନ୍ତି

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଅଷ୍ଟ୍ରେଲିଆ ବିପକ୍ଷ ଲମ୍ବା ସିରିଜ ପାଇଁ ଆଜି ବିସିସିଆଇ ଟିମ୍‌ ଘୋଷଣା କରିଛି। ତେବେ ଅଷ୍ଟ୍ରେଲିଆ ଟୁର୍‌ରୁ ରୋହିତ ଶର୍ମା ବାଦ୍‌ ପଡ଼ିଛନ୍ତି। ସେ ଆହତ ହୋଇଥିବାରୁ ତାଙ୍କୁ ଟେଷ୍ଟ, ଦିନିକିଆ ଓ ଟି-୨୦ରୁ ସଂପୂର୍ଣ୍ଣ ଭାବେ ବାଦ୍‌ ଦିଆଯାଇଛି। ଏହାର ଅର୍ଥ ଦିନିକିଆ ଓ ଟି-୨୦ରେ କେଏଲ ରାହୁଲ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ତେବେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟସମ୍ୟାନ […]

ଅଦ୍ୟତନ ହୋଇଛି
ଅଷ୍ଟ୍ରେଲିଆ ଟୁର୍‌ରୁ ରୋହିତ ବାଦ୍‌: ରାହୁଲ ଉପ ଅଧିନାୟକ, ଜାଣନ୍ତୁ ପୂରା ସ୍କ୍ୱାଡରେ କେଉଁମାନେ ଅଛନ୍ତି

fyu

Advertisment

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଅଷ୍ଟ୍ରେଲିଆ ବିପକ୍ଷ ଲମ୍ବା ସିରିଜ ପାଇଁ ଆଜି ବିସିସିଆଇ ଟିମ୍‌ ଘୋଷଣା କରିଛି। ତେବେ ଅଷ୍ଟ୍ରେଲିଆ ଟୁର୍‌ରୁ ରୋହିତ ଶର୍ମା ବାଦ୍‌ ପଡ଼ିଛନ୍ତି। ସେ ଆହତ ହୋଇଥିବାରୁ ତାଙ୍କୁ ଟେଷ୍ଟ, ଦିନିକିଆ ଓ ଟି-୨୦ରୁ ସଂପୂର୍ଣ୍ଣ ଭାବେ ବାଦ୍‌ ଦିଆଯାଇଛି। ଏହାର ଅର୍ଥ ଦିନିକିଆ ଓ ଟି-୨୦ରେ କେଏଲ ରାହୁଲ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ।

Advertisment

ତେବେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟ କୁମାର ଯାଦବଙ୍କୁ ପୁଣିଥରେ ଅଣଦେଖା କରାଯାଇଛି। ତାଙ୍କୁ ଟେଷ୍ଟ, ଦିନିକିଆ କିମ୍ବା ଟି-୨୦ ଟିମ୍‌ରେ ସାମିଲ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ନଭେମ୍ବର ୨୭ରୁ ହିଁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଆରମ୍ଭ ହେବ। ପ୍ରଥମେ ଦିନିକିଆ, ଏହାପରେ ଟି-୨୦ ଓ ଏହାରେ ଟେଷ୍ଟ ସିରିଜ ଆରମ୍ଭ ହେବ। ଏଥିପାଇଁ ଆଜି ସୁନୀଲ ଯୋଶୀ ନେତୃତ୍ୱାଧୀନ ଚୟନ କମିଟି ଖେଳାଳିଙ୍କ ତାଲିକା ଘୋଷଣା କରିଛି। ବିରାଟ କୋହଲି ପୂର୍ବ ଭଳି ସବୁ ଫର୍ମାଟରେ କ୍ୟାପ୍ଟେନଶିପ କରିବେ।

Advertisment

ଟେଷ୍ଟ ଟିମକୁ କେଏଲ ରାହୁଲ କମବ୍ୟାକ୍ କରିଛନ୍ତି। ସେହିପରି ନୂଆ ମୁହଁ ଭାବେ ମହମ୍ମଦ ଶିରାଜଙ୍କୁ ଅଷ୍ଟ୍ରେଲିଆ ଟୁର ପାଇଁ ଚୟନ କରାଯାଇଛି। ଆହତ ଯୋଗୁ ଈଶାନ୍ତ ଶର୍ମା ପୂରା ଟୁରରୁ ବାଦ ପଡ଼ିଛନ୍ତି। ସେହିପରି ଋଷଭ ପନ୍ତଙ୍କୁ ଦିନିକିଆ ଓ ଟି-୨୦ ଟିମ୍‌ରୁ ବାଦ୍‌ ଦିଆଯାଇଛି। ସୀମିତ ଓଭର ମ୍ୟାଚ୍‌ରେ କେଏଲ ରାହୁଲ ହିଁ ୱିକେଟ କିପିଂ କରିବେ। ଟି-୨୦ ଟିମ୍‌ରେ ନୂଆ ମୁହଁ ଭାବେ ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ଦିଆଯାଇଛି।

ସେହିପରି ୪ ଜଣ ଦ୍ରୁତ ବୋଲର ଅଙ୍କିତ ତ୍ୟାଗୀ, କମଲେଶ ନାଗରକୋଟି, ଈଶାନ ପୋରେଲ ଓ ଟି ନଟରାଜନ ଦଳର ସହ ଅତିରିକ୍ତ ଖେଳାଳି ଭାବେ ଯିବେ। ଏମାନେ ସ୍କ୍ୱାଡରେ ନାହାନ୍ତି। ହେଲେ ନେଟ୍ସ ଏମାନେ ବୋଲିଂ କରିବେ ଓ କେହି ଯଦି ଆହତ ହୁଏ, ତା’ହେଲେ ଏମାନଙ୍କୁ ସୁଯୋଗ ମିଳିବ।

ଟେଷ୍ଟ ଟିମ୍:ବିରାଟ କୋହଲି(ଅଧିନାୟକ), ଅଜିଙ୍କ୍ୟ ରାହଣେ(ଉପ ଅଧିନାୟକ), ଚେତେଶ୍ୱର ପୂଜାରା, ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ, ପୃଥ୍ୱୀ ଶ’, ହନୁମା ବିହାରୀ, ଶୁବମାନ ଗିଲ, ରିଦ୍ଧିମାନ ସାହା, ଋଷଭ ପନ୍ତ, ଯଶପ୍ରୀତ ବୁମ୍ରା, ଉମେଶ ଯାଦବ, ନଭଦୀପ ସାଇନି, ମହମ୍ମଦ ଶିରାଜ, ମହମ୍ମଦ ଶାମି, ରବି ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ।

ଦିନିକିଆ ଟିମ:ବିରାଟ କୋହଲି(ଅଧିନାୟକ), ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ(ଉପ ଅଧିନାୟକ), ଶିଖର ଧୱନ, ଶୁବମାନ ଗିଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜଭେନ୍ଦର ଚହଲ, ଯଶପ୍ରୀତ ବୁମ୍ରା, ନଭଦୀପ ସାଇନି, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି ଓ ଶାର୍ଦ୍ଦୁଲ ଠାକୁର।

ଟି-୨୦ ଟିମ:ବିରାଟ କୋହଲି(ଅଧିନାୟକ), ମୟଙ୍କ ଅଗ୍ରୱାଲ, କେଏଲ ରାହୁଲ(ଉପ ଅଧିନାୟକ), ଶିଖର ଧୱନ, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ମନୀଷ ପାଣ୍ଡେ, ସଞ୍ଜୁ ସମାସନ, ୱାଶିଂଟନ ସୁନ୍ଦର, ଦୀପକ ଚହର, ବରୁଣ ଚକ୍ରବର୍ତ୍ତୀ, ୟୁଜଭେନ୍ଦର ଚହଲ, ଯଶପ୍ରୀତ ବୁମ୍ରା, ନଭଦୀପ ସାଇନି, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମି।

 ପଢ଼ନ୍ତୁ:   ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ‘ଟ୍ରିପଲ ଏସ୍‌’ଙ୍କୁ ମିଳିବ ସୁଯୋଗ!

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe