କାହିଁକି ବାଦ୍ ପଡ଼ିଲେ ରୋହିତ୍? ଇଞ୍ଜୁରୀ ମ୍ୟାନେଜମେଣ୍ଟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ଟିମ୍ ଇଣ୍ଡିଆର ଚୟନ କରିବା ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ସୁନୀଲ୍ ଯୋଶୀଙ୍କ ପାଇଁ ପ୍ରଥମ ବଡ଼ ଟାସ୍କ ଥିଲା। ତେବେ ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି। ଟିମରୁ କିଛି ଷ୍ଟାର୍ ଖେଳାଳିଙ୍କ ନାଁ ଗାଏବ ହେବା କାରଣରୁ ଏବେ ସିଲେକ୍ସନ୍ କମିଟି ଓ ଇଞ୍ଜୁରୀ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଏପରିକି ପୂର୍ବତନ କ୍ୟାପଟେନ୍ ସୁନୀଲ ଗାଭାସ୍କର ମଧ୍ୟ ଖେଳାଳିଙ୍କ ଫିଟନେସ୍ ମାମଲାକୁ ନେଇ ଅଧିକ ପାରଦର୍ଶିତା ଆପଣାଇବାକୁ ପରାମର୍ଶ […]

rohit

rohit

Ranjit Kumar Jena
  • Published: Wednesday, 28 October 2020
  • Updated: 28 October 2020, 02:03 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ଟିମ୍ ଇଣ୍ଡିଆର ଚୟନ କରିବା ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ସୁନୀଲ୍ ଯୋଶୀଙ୍କ ପାଇଁ ପ୍ରଥମ ବଡ଼ ଟାସ୍କ ଥିଲା। ତେବେ ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି। ଟିମରୁ କିଛି ଷ୍ଟାର୍ ଖେଳାଳିଙ୍କ ନାଁ ଗାଏବ ହେବା କାରଣରୁ ଏବେ ସିଲେକ୍ସନ୍ କମିଟି ଓ ଇଞ୍ଜୁରୀ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଏପରିକି ପୂର୍ବତନ କ୍ୟାପଟେନ୍ ସୁନୀଲ ଗାଭାସ୍କର ମଧ୍ୟ ଖେଳାଳିଙ୍କ ଫିଟନେସ୍ ମାମଲାକୁ ନେଇ ଅଧିକ ପାରଦର୍ଶିତା ଆପଣାଇବାକୁ ପରାମର୍ଶ ଦେଇଛନ୍ତି।

ବିଶେଷକରି ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କୁ ବାଦ୍ ଦେବା ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଚୟନକର୍ତ୍ତାଙ୍କ କହିବା ମୁତାବକ, ବିସିସିଆଇର ମେଡିକାଲ୍ ଟିମ୍ ରୋହିତଙ୍କ ଫିଟନେସ୍ ଉପରେ ନଜର ରଖିଛି। ତେବେ ଚୟନକମିଟି ପ୍ୟାନେଲ୍ ଆଗକୁ ବଢ଼ି ଲୋକେଶ ରାହୁଲଙ୍କୁ ଟି-୨୦ ଓ ଦିନିକିଆ ସିରିଜ୍ ପାଇଁ ଉପଅଧିନାୟକ ଭାବେ ଘୋଷିତ କରିଛି। ତେବେ ଏଠି ବଡ଼ ପ୍ରଶ୍ନ ଉଠୁଛି ଯେ ରୋହିତଙ୍କୁ କାହିଁକି ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ଦିଆଗଲା। ଟିମ୍ ଇଣ୍ଡିଆ ଫିଜିଓ ନୀତୀନ ପଟେଲ୍ କହିଥିଲେ ଯେ ରୋହିତ୍ ଚୟନ ପାଇଁ ଉପଲବ୍ଧ ହେବେ ନାହିଁ। ତେବେ ରୋହିତଙ୍କ ଆହତକୁ ନେଇ ନୀତୀନ ଆଉ କୌଣସି ସୂଚନା ଦେଇନଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରୁ ହିଁ ରୋହିତ୍ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ ଯୋଗୁ ସ୍ୱଦେଶ ଫେରିଆସିଥିଲେ।

ଯେଉଁଦିନ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଚୟନ ହେଲା, ସେହିଦିନ ହିଁ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟୁଇଟ୍ କରିଥିଲା, ଯେଉଁଥିରେ ରୋହିତ୍ ଶର୍ମାଙ୍କୁ ନେଟ୍ସରେ ପ୍ରାକ୍ଟିସ୍ କରୁଥିବାର ଦେଖିବାକୁ ମିଳିଥିଲା। ଯଦି ରୋହିତ୍ ଫିଟ୍ ଥିବେ, ତାହେଲେ ସେ ଆଇପିଏଲରେ ପୁଣିଥରେ ଖେଳିପାରନ୍ତି। ଯଦି ରୋହିତ୍ ଆଇପିଏଲ୍ ଖେଳିବାକୁ ଫିଟ୍ ଅଛନ୍ତି, ତାହେଲେ ଏହାର ଅର୍ଥ ସେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଉପଲବ୍ଧ ହେବେ। ତେଣୁ ଏଠି ପ୍ରଶ୍ନ ଉଠୁଛି ଯଦି ରୋହିତ୍ ଅଷ୍ଟ୍ରେଲିଆ ଗସ୍ତରେ ଯିବେ, ତାହେଲେ ରାହୁଲଙ୍କୁ କାହିଁକି ଉପଅଧିନାୟକ କରାଗଲା। ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରୋହିତଙ୍କ ଫିଟନେସକୁ ନେଇ ଅପେକ୍ଷା କରିବାକୁ ପଡ଼ିବ।

ନେଟ୍ସରେ ରୋହିତଙ୍କୁ ପ୍ରାକ୍ଟିସ୍ କରୁଥିବାର ଦେଖି ସୁନୀଲ୍ ଗାଭାସ୍କର ଚୟନକର୍ତ୍ତାଙ୍କ ଉପରେ ବର୍ଷିଥିଲେ। ଗାଭାସ୍କର କହିଛନ୍ତି, ଯଦି ରୋହିତ୍ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନେଟ୍ସରେ ଅଭ୍ୟାସ କରୁଛନ୍ତି, ତାହେଲେ ତାଙ୍କୁ କେଉଁ ପ୍ରକାରର ଆହତ ହୋଇଛି, ମୁଁ ବୁଝିପାରୁନି। ମୋତେ ଲାଗୁଛି କୌଣସି ଖେଳାଳିଙ୍କର ଆହତ ସମସ୍ୟାକୁ ନେଇ ପାରଦର୍ଶିତା ଦେଖାଇବା ଦରକାର।

ତେବେ ଏଠି କେବଳ ରୋହିତଙ୍କ କଥା ଉଠୁନାହିଁ। ପେସ୍ ବୋଲର ଭୁବନେଶ୍ୱର କୁମାର ୨୦୧୯ରେ ଅଧିକାଂଶ ସମୟ ରିହାବିଲିଟେସନରେ ରହିଥିଲେ। ସେ ଚଳିତ ବର୍ଷ ଆଇପିଏଲରେ କେବଳ ୫ଟି ମ୍ୟାଚ୍ ଖେଳି ଆହତ ହୋଇଥିଲେ। ତାଙ୍କ ମାଂସପେଶୀରେ ଆଘାତ ଲାଗିଥିଲା। ତାଙ୍କ ଆହତକୁ ନେଇ ମଧ୍ୟ ସେଭଳି ବିଶେଷ ସୂଚନା ମିଳିନାହିଁ। ସେହିପରି ଈଶାନ୍ତ ଶର୍ମାଙ୍କ ଆହତ ଉପରେ ନଜର ରଖାଯାଇଛି। ୩୨ ବର୍ଷୀୟ ଏହି ପେସ୍ ବୋଲର ପଞ୍ଜରାହାଡ଼ ଜନିତ ଆହତ ସମସ୍ୟା ପରେ ନ୍ୟୁଜିଲ୍ୟାଣ୍ଡରେ ଟେଷ୍ଟ ସିରିଜ୍ ଖେଳିବାକୁ ଯାଇଥିଲେ। କିନ୍ତୁ ସେଠାରେ ସେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିବା ପରେ ପୁଣିଥରେ ଆହତ ହୋଇଥିଲେ। ଏବେ ଆଇପିଏଲରେ ପୁଣିଥରେ ଆହତ ହେବା ପରେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି।

ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଫର୍ମ ଓ ଫିଟନେସକୁ ନେଇ ପ୍ରଶ୍ନ ଉଠିଛି। ଏହି କାରଣରୁ ତାଙ୍କୁ ଟି-୨୦ ଓ ଦିନିକିଆ ଟିମରୁ ବାଦ୍ ଦିଆଯାଇଛି। ତେବେ ସେ ଟେଷ୍ଟ ଟିମରେ ସ୍ଥାନ ପାଇଛନ୍ତି। ପନ୍ତ ଆଇପିଏଲରେ ନିଜର ଓଜନ୍ ମଧ୍ୟ କମ୍ କରାଇଛନ୍ତି। ଅନ୍ୟପକ୍ଷରେ ସୂର୍ଯ୍ୟକୁମାର ଯାଦବ ଆଇପିଏଲ ଓ ଘରୋଇ କ୍ରିକେଟରେ ଲଗାତର ଭଲ ପ୍ରଦର୍ଶନ କରିଆସୁଛନ୍ତି। ତେବେ ତାଙ୍କୁ କାହିଁକି ଜାତୀୟ ଦଳରେ ସୁଯୋଗ ମିଳୁନାହିଁ। କୁହାଯାଉଛି ଯେ ସେ ମନୀଷ ପାଣ୍ଡେ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ମ୍ୟାଚ୍ ୱିନର ସାବ୍ୟସ୍ତ ହୋଇନାହାନ୍ତି। ଯଦି ପାଣ୍ଡ୍ୟା ଓ ମନୀଷ ଫର୍ମ ପାଇଁ ସଂଘର୍ଷ କରନ୍ତି, ତାହେଲେ ସୂର୍ଯ୍ୟଙ୍କ ନାଁ ବିଚାରକୁ ନିଆଯାଇପାରେ। ଅପରପକ୍ଷରେ ଅକ୍ଷର ପଟଲେ ଚଳିତ ଆଇପିଏଲରେ ଉଭୟ ବ୍ୟାଟ୍ ଓ ବଲରେ କମାଲ୍‌ କରିଛନ୍ତି। ଏହା ସତ୍ତ୍ୱେ ଚୟନକର୍ତ୍ତା ତାଙ୍କ ବଦଳରେ ବରୁନ୍ ଚକ୍ରବର୍ତ୍ତୀଙ୍କ ଉପରେ ଭରସା ଦେଖାଇଛି। ତେଣୁ ଏବେ ଟିମ୍ ଇଣ୍ଡିଆ ଚୟନକର୍ତ୍ତା ଓ ଫିଟନେସ୍ ମ୍ୟାନେଜମେଣ୍ଟକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story