Advertisment

ଆଇସିସି ଟେଷ୍ଟ ମାନ୍ୟତା: ରୋହିତ-କୋହଲିଙ୍କ ସ୍ଥିତି ଖରାପ; ବୁମରାଙ୍କ ଦବଦବା ଜାରି

ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟର ମାନ୍ୟତାରେ ରୁଟଙ୍କୁ ହଟାଇ ଶୀର୍ଷରେ ହ୍ୟାରୀ ବ୍ରୁକ୍। ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ୧ ନମ୍ବର।

Virat Kohli and Rohit Sharma (File Photo)

Virat Kohli and Rohit Sharma (File Photo)

Advertisment

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସସି) ପ୍ରକାଶ କରିଥିବା ସର୍ବଶେଷ ଟେଷ୍ଟ ମାନ୍ୟତାରେ ଭାରତୀୟ ଭେଟେରାନ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ବୁଧବାର ପ୍ରକାଶିତ ଆଇସିସି ମାନ୍ୟତାରେ ଇଂଲଣ୍ଡର ହ୍ୟାରୀ ବ୍ରୁକ୍ ତାଙ୍କ ସାଥୀ ଖେଳାଳି ଜୋ ରୁଟଙ୍କୁ ହଟାଇ ଆଇସିସି ବ୍ୟାଟର ରାଙ୍କିଂର ଶୀର୍ଷରେ ପହଞ୍ଚିଛନ୍ତି। ଅନ୍ୟପଟେ ଆଇସିସି ବୋଲର ମାନ୍ୟତାରେ ଜସପ୍ରୀତ ବୁମରା ଏବଂ ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।

Advertisment

ରୁଟ ନଂ ୧
ଗତ ସପ୍ତାହରେ ୱେଲିଂଟନ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ନିଜ କ୍ୟାରିୟରର ଅଷ୍ଟମ ଶତକ ହାସଲ କରିଥିବା ୨୫ ବର୍ଷୀୟ ବ୍ରୁକ୍ ଆଇସିସି ମାନ୍ୟତାରେ ଟେଷ୍ଟ ବ୍ୟାଟର ତାଲିକାରେ ଶୀର୍ଷ ସ୍ଥାନକୁ ଉଠିଛନ୍ତି। ତାଙ୍କ ବରିଷ୍ଠ ସାଥୀ ଖେଳାଳି ଜୋ ରୁଟଙ୍କଠାରୁ ମାତ୍ର ଗୋଟିଏ ପଏଣ୍ଟ ଆଗରେ ଅଛନ୍ତି ହ୍ୟାରୀ ବ୍ରୁକ। ରୁଟ ୮୯୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ୮୯୮ ପଏଣ୍ଟ ସହ ଶୀର୍ଷରେ ପହଞ୍ଚିଛନ୍ତି ବ୍ରୁକ। ଚଳିତ ବର୍ଷ ଜୁଲାଇରେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିୟମସନଙ୍କୁ ହଟାଇ ରୁଟ୍ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ସେବେଠାରୁ ଶୀର୍ଷ ସ୍ଥାନରେ ରହିଥିଲେ ଜୋ ରୁଟ୍।

ରୋହିତ-କୋହଲିଙ୍କ ସ୍ଥିତି ଖରାପ
ଅନ୍ୟପକ୍ଷରେ ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଏଥର ଆଇସିସି ରାଙ୍କିଂରେ ବଡ଼ କ୍ଷତି ସହିବାକୁ ପଡ଼ିଛି। ଅଧିନାୟକ ରୋହିତ ଶର୍ମା ଶୀର୍ଷ ୩୦ରୁ ବାଦ ପଡ଼ିଛନ୍ତି। ସଦ୍ୟ ପ୍ରକାଶିତ ଆଇସିସି ମାନ୍ୟତାରେ ରୋହିତ ୩୧ଶ ସ୍ଥାନକୁ ଖସି ଆସିଥିବାବେଳେ ବିରାଟ କୋହଲି ୬ଟି ସ୍ଥାନ ହରାଇ ୨୦ଶ ସ୍ଥାନରେ ପହଞ୍ଚିଛନ୍ତି। ଚଳିତବର୍ଷ ଟେଷ୍ଟ ରାଙ୍କିଂ ଦୃଷ୍ଟିରୁ ଉଭୟ ଖେଳାଳି ସେମାନଙ୍କର ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଛନ୍ତି। ଯୁବ ଓପନର୍ ଯଶସ୍ୱୀ ଜୈସୱାଲ ଚତୁର୍ଥ ସ୍ଥାନରେ ଥିବାବେଳେ କେନ୍ ୱିଲିୟମସନ ତୃତୀୟ ସ୍ଥାନରେ ଅଛନ୍ତି। ଶୀର୍ଷ ୨୦ ମାନ୍ୟତାରେ ଋଷଭ ପନ୍ତ ନବମ ଓ ଶୁଭମନ ଗିଲ ୧୭ଶ ସ୍ଥାନରେ ଅଛନ୍ତି।

Advertisment

ବୁମରା-ଜାଡେଜାଙ୍କ ଦବଦବା ଜାରି
ଅନ୍ୟପଟେ ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ଜସପ୍ରୀତ ବୁମରାଙ୍କ ଦବଦବା ଜାରି ରହିଛି। ୮୯୦ ରେଟିଂ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ବୁମରା। ତାଙ୍କ ପରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା (୮୫୬) ଏବଂ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜୋଶ ହାଜଲେଉଡ୍ (୮୫୧) ଅଛନ୍ତି। ସେହିଭଳି ୪୧୫ ରେଟିଂ ପଏଣ୍ଟ ସହ ଟେଷ୍ଟ ଅଲରାଉଣ୍ଡର ସୂଚୀରେ ରବୀନ୍ଦ୍ର ଜାଡେଜା ମଧ୍ୟ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଏହି ତାଲିକାରେ ୨୮୫ ପଏଣ୍ଟ ସହ ବାଂଲାଦେଶ ଅଧିନାୟକ ମେହିଡି ହାସନ ମିରାଜ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Virat Kohli Rohit Sharma Jasprit Bumrah Ravindra Jadeja Test Cricket Joe Root ICC Ranking Harry Brook
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe