Advertisment

ଆଉ କିଛିମାସ ନେତୃତ୍ୱ ନେବାକୁ ଚାହୁଁଛନ୍ତି ରୋହିତ! ଚାମ୍ପିୟନ୍ସ ଟ୍ରଫି ପରେ..

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରୋହିତ ଆଉ କିଛିମାସ ଅଧିନାୟକ ରହିବାକୁ ଚାହୁଁଥିବା ବିସିସିଆଇକୁ ଜଣାଇଛନ୍ତି। ଚାମ୍ପିୟନ୍ସ ଟ୍ରଫି ପରେ ସେ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିପାରନ୍ତି।

Rohit Sharma

Rohit Sharma

Advertisment

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିରେ ଭାରତର ଶୋଚନୀୟ ପରାଜୟ ପରେ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ନାନା ଚର୍ଚ୍ଚା ଓ ଆଲୋଚନା ହେଉଛି। ଖୁବଶୀଘ୍ର ତାଙ୍କୁ ନିୟମିତ ଅଧିନାୟକ ପଦରୁ ବିଦା କରିବାକୁ ବିସିସିଆଇ ଯୋଜନା କରୁଥିବା ମଧ୍ୟ କୁହାଯାଉଛି। ହେଲେ ରୋହିତ ଏବେ ଅଧିନାୟକ ପଦ ଛାଡ଼ିବାକୁ ଇଚ୍ଛୁକ ନୁହନ୍ତି। ଆଉ କିଛିମାସ ଭାରତୀୟ ଦଳର ନେତୃତ୍ୱ ନେବା ପାଇଁ ସେ ଚାହୁଁଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ପରେ ଗତ ସପ୍ତାହରେ ବିସିସିଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ଏହି ବୈଠକରେ ଯୋଗ ଦେଇଥିଲେ। ରୋହିତଙ୍କ ପରେ ଭାରତୀୟ ଦଳର ନେତୃତ୍ୱ କିଏ ନେବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଯେଉଁଥିରେ ଜସପ୍ରୀତ ବୁମ୍ରା ଦଳର ନେତୃତ୍ୱ ନେବା ପାଇଁ ପ୍ରମୁଖ ଦାବିଦାର ବୋଲି ମଧ୍ୟ ଆଲୋଚନା ହୋଇଥିଲା। ହେଲେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରୋହିତ ଏବେ ନେତୃତ୍ୱ ଛାଡ଼ିବାକୁ ଇଚ୍ଛୁକ ନୁହନ୍ତି। ସେ ଉଭୟ ଟେଷ୍ଟ ଓ ଦିନିକିଆରେ ଆଉ କିଛିମାସ ଅଧିନାୟକ ରହିବାକୁ ଚାହୁଁଥିବା ଚୟନକର୍ତ୍ତା ଓ ବିସିସିଆଇର ବରିଷ୍ଠ ଅଧିକାରୀଙ୍କୁ ଜଣାଇଛନ୍ତି। ଏହାପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଯିବେ ବୋଲି କୁହାଯାଉଛି।

ଏହି ରିପୋର୍ଟ ଅନୁସାରେ ଚଳିତବର୍ଷ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପରେ ରୋହିତ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିପାରନ୍ତି। ଏଭଳି ସ୍ଥିତିରେ ରୋହିତଙ୍କ ଉପସ୍ଥିତିରେ ଟେଷ୍ଟ ଓ ଦିନିକିଆରେ ତାଙ୍କ ଉତ୍ତରାଧିକାରୀ ଖୋଜିବାକୁ ବିସିସିଆଇ ଆରମ୍ଭ କରିଛି ଅଭିଯାନ। ଅନ୍ୟପଟେ ବିସିସିଆଇର ବରିଷ୍ଠ ଅଧିକାରୀ ଓ ଚୟନକର୍ତ୍ତାଙ୍କ ମଧ୍ୟରେ ବୁମ୍ରାଙ୍କୁ ନିୟମିତ ଅଧିନାୟକ ନିଯୁକ୍ତ କରିବାକୁ ନେଇ ସହମତି ହୋଇପାରିନାହିଁ। ଆହତ ସମସ୍ୟା ଓ ଅତ୍ୟଧିକ କାର୍ଯ୍ୟଭାର ପରିଚାଳନା ହୁଏତ ତାଙ୍କ କ୍ୟାରିୟରକୁ ସମସ୍ୟାରେ ପକାଇପାରେ। ଏଥିପାଇଁ ବୁମ୍ରାଙ୍କ ସହଯୋଗ ପାଇଁ ଜଣେ ଦକ୍ଷ ଉପ-ଅଧିନାୟକ ଖୋଜୁଛନ୍ତି ଚୟନକର୍ତ୍ତା।

Advertisment

ଅନ୍ୟ ଏକ ରିପୋର୍ଟ ଅନୁସାରେ ଦିନିକିଆ ଓ ଟେଷ୍ଟରେ ଦୁଇଜଣ ଅଧିନାୟକ ରଖିବାକୁ ବିସିସିଆଇ ଚାହୁଁନି। ତେଣୁ ଟି20 ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଦିନିକିଆ ନେତୃତ୍ୱ ଦେବାକୁ ମଧ୍ୟ ଆଲୋଚନା ହୋଇଥିଲା। ହେଲେ ସେ ଏବେ ଭାରତୀୟ ଦିନିକିଆ ଦଳର ଅଂଶ ନାହାନ୍ତି। ତେଣୁ ବୁମ୍ରାଙ୍କୁ ଉଭୟ ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ଭାବେ ନିଯୁକ୍ତ କରିବା ଦଳ ପାଇଁ ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି। ହେଲେ ତାଙ୍କର ବାରମ୍ବାର ଆହତ ସମସ୍ୟା ମଧ୍ୟ ଚିନ୍ତାର କାରଣ ହୋଇପାରେ। ତେଣୁ ଋଷଭ ପନ୍ତ ଓ ଯଶସ୍ୱୀ ଜୈସୱାଲଙ୍କ ମଧ୍ୟରୁ ଜଣକୁ ଉପଅଧିନାୟକ ଭାବେ ନିଯୁକ୍ତ କରିବାକୁ ଆଲୋଚନା ହେଉଥିବା ମଧ୍ୟ କୁହାଯାଉଛି।

Bcci Indian Cricket Team Virat Kohli Rohit Sharma Gautam Gambhir Jasprit Bumrah Team India New Captain Of Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe