Advertisment

ଅଷ୍ଟ୍ରେଲିଆ ସିରିଜ୍‌ ନ ଖେଳି ମଧ୍ୟ ୧ ନଂ ସ୍ଥାନରେ ବର୍ଷ ଶେଷ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ବାଦ୍‌ ପଡ଼ିଥିବା ରୋହିତଙ୍କ ନାଁରେ ପୁଣିଥରେ ଗୋଟିଏ ବଡ଼ କୀର୍ତ୍ତିମାନ ଯୋଡ଼ି ହୋଇଯାଇଛି। ସେ କ୍ରମାଗତ ୮ମ ଥର ପାଇଁ ଦିନିକିଆରେ ଭାରତ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ରନ୍‌ ହାସଲ ଖେଳାଳି ଭାବେ ବର୍ଷ ଶେଷ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର କୌଣସି ବ୍ୟାଟସମ୍ୟାନ ଚଳିତ ସିରିଜ୍‌ରେ ଶତକ ହାସଲ କରି ନାହାନ୍ତି। ହେଲେ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହୋଇଥିବା ଦିନିକିଆ ସିରିଜ୍‌ରେ ରୋହିତ ଶତକ […]

ଅଦ୍ୟତନ ହୋଇଛି
ଅଷ୍ଟ୍ରେଲିଆ ସିରିଜ୍‌ ନ ଖେଳି ମଧ୍ୟ ୧ ନଂ ସ୍ଥାନରେ ବର୍ଷ ଶେଷ କଲେ ରୋହିତ ଶର୍ମା

fa

Advertisment

ନୂଆଦିଲ୍ଲୀ: ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ବାଦ୍‌ ପଡ଼ିଥିବା ରୋହିତଙ୍କ ନାଁରେ ପୁଣିଥରେ ଗୋଟିଏ ବଡ଼ କୀର୍ତ୍ତିମାନ ଯୋଡ଼ି ହୋଇଯାଇଛି। ସେ କ୍ରମାଗତ ୮ମ ଥର ପାଇଁ ଦିନିକିଆରେ ଭାରତ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ରନ୍‌ ହାସଲ ଖେଳାଳି ଭାବେ ବର୍ଷ ଶେଷ କରିଛନ୍ତି।

Advertisment

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର କୌଣସି ବ୍ୟାଟସମ୍ୟାନ ଚଳିତ ସିରିଜ୍‌ରେ ଶତକ ହାସଲ କରି ନାହାନ୍ତି। ହେଲେ ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହୋଇଥିବା ଦିନିକିଆ ସିରିଜ୍‌ରେ ରୋହିତ ଶତକ ହାସଲ କରିଥିଲେ।

ଚଳିତ ବର୍ଷ ଜାନୁଆରୀ ୧୯ରେ ବେଙ୍ଗାଲୁରୁ ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ରେ ରୋହିତ ୧୧୯ ରନ୍‌ର ଇନିଂସ୍‌ ଖେଳିଥିଲେ। ରୋହିତଙ୍କ ଏହି ୧୧୯ ରନ୍‌କୁ କୌଣସି ଭାରତୀୟ ବ୍ୟାଟସମ୍ୟାନ ଚଳିତ ବର୍ଷ ଅତିକ୍ରମ କରିପାରି ନାହାନ୍ତି। ରୋହିତଙ୍କ ପରେ ଦ୍ୱିତୀୟ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା(୯୨) ରହିଛନ୍ତି। ପାଣ୍ତ୍ୟା ଆଜିର ମ୍ୟାଚ୍‌ରେ ଅପରାଜିତ ୯୨ ରନର ଇନିଂସ୍‌ ଖେଳି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Advertisment

ପ୍ରମଥର ଯେ ରୋହିତ ଶର୍ମା ଭାରତ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରି ବର୍ଷ ଶେଷ କରି ନାହାନ୍ତି। ଏହାକୁ ମିଶାଇ ୨୦୧୩ରୁ ରୋହିତ କ୍ରମାଗତ ୧ନଂ ସ୍ଥାନରେ ରହି ଆସୁଛନ୍ତି। ରୋହିତ ୨୦୧୩ରେ ୨୦୯, ୨୦୧୪ରେ ୨୬୪, ୨୦୧୫ରେ ୧୫୦, ୨୦୧୬ରେ ୧୭୧ ନଟଆଉଟ, ୨୦୧୭ରେ ୨୦୮ ନଟ ଆଉଟ, ୨୦୧୮ରେ ୧୫୨, ୨୦୧୯ରେ ୧୫୯ ଓ ୨୦୨୦ରେ ୧୧୯ ରନ୍‌ କରିଥିଲେ।

ଅଧିକ ପଢନ୍ତୁ : ଆଇପିଏଲରେ ସାମିଲ୍‌ ହେବେ କି ଆଉ ଦୁଇ ଟିମ୍, ୨୪ରେ ନିଷ୍ପତ୍ତି

Indian Cricket Team Rohit Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe