Advertisment

ବଡ଼ ସ୍କୋର ଲକ୍ଷ୍ୟରେ ଭାରତ, ପ୍ରଥମ ଦିନରେ ୨୮୮/୪

ୱାଇ. ଜୟସୱାଲ, ରୋହିସ୍ ଶର୍ମା, ସୁଭମନ୍ ଗିଲ ଏବଂ ଅଜିଙ୍କ୍ୟ ରାହାଣେ ନିଜର ୱିକେଟ୍ ହରାଇଥିବା ବେଳେ କୋହଲି ୮୭ ଏବଂ ଜାଡେଜା ୩୬ ରନରେ ବାରି ସମ୍ଭାଳିଛନ୍ତି।

ଅଦ୍ୟତନ ହୋଇଛି
Cricket

Cricket

Advertisment

 ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଚାଲିଛି ଏକ ଐତିହାସିକ ଟେଷ୍ଟ ମ୍ୟାଚ୍। ପୋର୍ଟ ଅଫ ସ୍ପେନରେ ଆୟୋଜିତ ଦୁଇଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଛି। ତେବେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୮୪ ଓଭରରେ ୪ ୱିକେଟ୍ ହରାଇ ୨୮୮ ରନ୍ କରି ପାରିଛି। ବିରାଟ କୋହଲି ଏବଂ ରବୀନ୍ଦ୍ର ଜାଡେଜା ବ୍ୟାଟିଂ ଜାରି ରଖିଛନ୍ତି।

Advertisment

ତେବେ ୱାଇ. ଜୟସୱାଲ, ରୋହିସ୍ ଶର୍ମା, ସୁଭମନ୍ ଗିଲ ଏବଂ ଅଜିଙ୍କ୍ୟ ରାହାଣେ ନିଜର ୱିକେଟ୍ ହରାଇଥିବା ବେଳେ କୋହଲି ୮୭ ଏବଂ ଜାଡେଜା ୩୬ ରନରେ ବାରି ସମ୍ଭାଳିଛନ୍ତି। ବାମହାତୀ ସ୍ପିନର୍‌ ଜୋମେଲ୍ ୱାରିକାନ୍‌ ରୋହିତଙ୍କୁ ବୋଲ୍ଡ କରି ଶତକରୁ ବଞ୍ଚିତ କରିଥିଲେ।

ଦୁଇ ଦେଶ ମଧ୍ୟରେ ଶତକୀୟ ଟେଷ୍ଟ୍ ଖେଳାଯାଉଥିବା ବେଳେ ଭାରତୀୟ ଯୋଡ଼ି ଶତକୀୟ ଭାଗୀଦାରିରୁ ଅଭିଯାନ ଆରମ୍ଭ କରି ଏହାକୁ ଅଧିକ ସ୍ମରଣୀୟ ରଖିଛନ୍ତି। ଟସ୍ ହାରି ବ୍ୟାଟିଂ ପାଇଥିବା ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ୍‌ ଓପନିଂ ଭାଗିଦାରୀରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ପୂର୍ବ ମ୍ୟାଚରେ ଘରୋଇ ଦଳର ପରାଜୟ ହୋଇଥିବା ବେଳେ ଅନ୍ତିମ ମ୍ୟାଚ ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

Advertisment

ସୂଚନାଯୋଗ୍ୟ, ଡୋମିନିକାରେ ଗତ ସପ୍ତାହରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଉଭୟ ରୋହିତ ଏବଂ ଜୟସ୍ବାଲ ଶତକ ଅର୍ଜନ କରିବା ସହ ଓପନିଂ ଭାଗୀଦାରିରେ ୨୨୯ ରନ୍‌ କରିଥିଲେ।

Indian Cricket Team Team India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe