Advertisment

ଭିନେଶଙ୍କ ଡିସକ୍ୱାଲିଫାଏଡକୁ ନେଇ ବଡ଼ କଥା କହିଲେ ବିଶ୍ୱ ରେସଲିଂ ମୁଖ୍ୟ

ଲଢ଼େଇର କିଛି ଘଣ୍ଟା ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଭିନେଶଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଭିନେଶଙ୍କ ଅଲିମ୍ପିକ୍ସ ଯାତ୍ରା ବିନା ପଦକରେ ଶେଷ ହୋଇଛି।

Vinesh

Vinesh

Advertisment

ୟୁନାଇଟେଡ ୱାର୍ଲ୍ଡ ରେସଲିଂ(UWW)ମୁଖ୍ୟ ନେନାଡ ଲାଲୋଭିକ ଭାରତୀୟ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯିବା ଘଟଣା ଉପରେ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ସେ ଏପରି ଦୁର୍ଭଗ୍ୟଜନକ ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ନିୟମର ଅର୍ଥ ନିୟମ ଓ ଏହା ସମସ୍ତଙ୍କ ପାଇଁ ସମାନ ବୋଲି ମତ ରଖିଛନ୍ତି।

Advertisment

ପ୍ୟାରିସ ଅଲିମ୍ପିକ୍ସର ମହିଳା ୫୦ କେଜି ବର୍ଗ କୁସ୍ତିର ଫାଇନାଲ ବାଉଟ ଲଢ଼ିବା ପାଇଁ ଭିନେଶ ଯୋଗ୍ୟତା ଅର୍ଜନ କରିଥିଲେ। ଆମେରିକାର ସାରା ହିଲଡେବ୍ରାଡାଣ୍ଟଙ୍କ ସହ ତାଙ୍କର ଲଢ଼େଇ ହେବାର ଥିଲା। କିନ୍ତୁ ଲଢ଼େଇର କିଛି ଘଣ୍ଟା ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଭିନେଶଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଭିନେଶଙ୍କ ଅଲିମ୍ପିକ୍ସ ଯାତ୍ରା ବିନା ପଦକରେ ଶେଷ ହୋଇଛି।

ଏହି ଖବର ସାମ୍ନାକୁ ଆସିବା ପରେ ରେସଲିଂ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଜଡ଼ିତ ଲୋକମାନେ ଭିନେଶଙ୍କୁ ସାନ୍ତ୍ୱନା ଦେବାରେ ଲାଗି ପଡ଼ିଛନ୍ତି। କାରଣ ଭିନେଶ ଭାରତର ପ୍ରଥମ ମହିଳା ରେସଲର ଭାବେ ଫାଇନାଲକୁ ପ୍ରବେଶ କରିଥିଲେ। ଏସବୁ ଭିତରେ ବିଶ୍ୱ କୁସ୍ତିର ମୁଖ୍ୟ ଲାଲୋଭିକ୍‌ ନିଜର ମତ ରଖିଛନ୍ତି।

Advertisment

ସେ କହିଛନ୍ତି, “ଆମକୁ ନିୟମକୁ ସମ୍ମାନ ଦେବାକୁ ପଡ଼ିବ। ଭିନେଶଙ୍କ ସହ ଯାହା ହେଲା, ସେଥିପାଇଁ ଦୁଃଖିତ। ସେ ବହୁତ କମ ମାତ୍ରାରେ ଓଭର ୱେଟ ଘୋଷିତ ହୋଇଛନ୍ତି। କିନ୍ତୁ ନିୟମ ହେଉଛି ନିୟମ ଓ ସବୁ କିଛି ପବ୍ଲିକ ଡୋମେନରେ ରହିଛି। ସମସ୍ତ ଆଥଲେଟ୍ସ ସେଠାରେ ଥିଲେ।

ଧାର୍ଯ୍ୟ ଓଜନ ସୀମାକୁ ପୂରଣ କରୁ ନଥିବା ଜଣେ ଆଥଲେଟଙ୍କୁ ଲଢ଼େଇ କରିବାକୁ ଅନୁମତି ଦେବା ଅସମ୍ଭବ। କାରଣ ବ୍ରାକେଟ ପରିବର୍ତ୍ତନ ହେଉଛି। ସବୁ କିଛି ବଦଳୁଛି। ତଥାପି ନିୟମ ଗୋଟିଏ। ପରବର୍ତ୍ତୀ ଦିନରେ ଆବେଦନର ବିକଳ୍ପ ରହିଛି। କିନ୍ତୁ କିଛି ବଦଳିବା ଭଳି ଲାଗୁନି। ପ୍ରତିଯୋଗିତା ଚାଲିବ। ନିଷ୍ପତ୍ତି ବଦଳିବା ଭଳି ଲାଗୁ ନାହିଁ।”

ଭିନେଶଙ୍କ ଡିସକ୍ୱାଲିଫାଏଡ ବିରୋଧରେ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ଆବେଦନ କରିଛି। ଏହାକୁ ବିଚାରକୁ ନିଆଯାଇଛି। ହେଲେ ନିଷ୍ପତ୍ତି ବଦଳିବାର ସମ୍ଭାବନା ନଥିବା କୁହାଯାଉଛି।

Olympics Paris Olympics 2024 Vinesh Phogat Paris Olympics Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe