Advertisment

ବରୁଣ ଏବଂ ଅଭିଷେକଙ୍କ ସହ କ୍ରିକେଟ୍‌ ଖେଳିଲେ ସଚିନ୍‌

ମୁମ୍ବାଇ: କ୍ରିକେଟ୍‌ ଲିଜେଣ୍ଡ ସଚିନ୍‌ ତେନ୍ଦୁଲକର୍ ସୋଶାଲ୍ ମିଡିଆରେ ଏକ ଭିଡ଼ିଓ ଶେଆର୍ କରିଛନ୍ତି। ଏଥିରେ ସେ ବଲିଉଡ଼୍ ଅଭିନେତା ବରୁଣ ଧାବନ ଓ ଅଭିଷେକ ବଚ୍ଚନଙ୍କ ସହ କ୍ରିକେଟ୍‌ ଖେଳୁଥିବା ଦେଖିବାକୁ ମିଳିଛି। ବରୁଣ ଓ ଅଭିଷେକ ବୋଲିଂ କରୁଥିବା ବେଳେ ସେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ଆଉ ଭିଡ଼ିଓଟି ଖୁବ୍ ଭାଇରାଲ୍ ହେଉଛି। ଏ ଭିଡ଼ିଓଟି ଗୁରୁବାର ଦିନ ଶୁଟ୍ କରାଯାଇଥିଲା। ସେଦିନ ଜାତୀୟ କ୍ରୀଡ଼ା ଦିବସ ଅବସରରେ ବରୁଣଙ୍କ ସହ ସଚିନ୍ […]

ଅଦ୍ୟତନ ହୋଇଛି
ବରୁଣ ଏବଂ ଅଭିଷେକଙ୍କ ସହ କ୍ରିକେଟ୍‌ ଖେଳିଲେ ସଚିନ୍‌

2

Advertisment

ମୁମ୍ବାଇ: କ୍ରିକେଟ୍‌ ଲିଜେଣ୍ଡ ସଚିନ୍‌ ତେନ୍ଦୁଲକର୍ ସୋଶାଲ୍ ମିଡିଆରେ ଏକ ଭିଡ଼ିଓ ଶେଆର୍ କରିଛନ୍ତି। ଏଥିରେ ସେ ବଲିଉଡ଼୍ ଅଭିନେତା ବରୁଣ ଧାବନ ଓ ଅଭିଷେକ ବଚ୍ଚନଙ୍କ ସହ କ୍ରିକେଟ୍‌ ଖେଳୁଥିବା ଦେଖିବାକୁ ମିଳିଛି। ବରୁଣ ଓ ଅଭିଷେକ ବୋଲିଂ କରୁଥିବା ବେଳେ ସେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ଆଉ ଭିଡ଼ିଓଟି ଖୁବ୍ ଭାଇରାଲ୍ ହେଉଛି।

Advertisment

publive-imageଏ ଭିଡ଼ିଓଟି ଗୁରୁବାର ଦିନ ଶୁଟ୍ କରାଯାଇଥିଲା। ସେଦିନ ଜାତୀୟ କ୍ରୀଡ଼ା ଦିବସ ଅବସରରେ ବରୁଣଙ୍କ ସହ ସଚିନ୍ କ୍ରିକେଟ୍‌ ଖେଳୁଥିଲେ। ପରେ ଅଭିଷେକ ଆସି ସେମାନଙ୍କ ସହ ସାମିଲ ହୋଇଥିଲେ। ଭିଡ଼ିଓଟିକୁ ଶେଆର କରି ସଚିନ୍‌ ଲେଖିଛନ୍ତି ଯେ ଖେଳ ଓ କାମକୁ ଏକା ସହିତ କରିବା ସବୁବେଳେ ଉତ୍ତମ ହୋଇଥାଏ। ଶୁଟିଂ ସମୟରେ ଟିମ୍‌ ଲୋକଙ୍କ ସହିତ କ୍ରିକେଟ୍‌ ଖେଳି ବହୁତ ମଜା ଆସିଲା। କିଛି ସମୟ ପାଇଁ ବରୁଣ ଓ ଅଭିଷେକ ଆସି ମୋତେ ଆଶ୍ଚର୍ଯ୍ୟ କରି ଦେଇଥିଲେ।

ଏହି ଭିଡ଼ିଓ ଉପରେ ପ୍ରତିକ୍ରିୟା ଦେଇ ଅଭିଷେକ କହିଛନ୍ତି ଯେ ତାଙ୍କର ଗୋଟିଏ ସ୍ୱପ୍ନ ସତ ହୋଇଛି। ସଚିନ୍‌ ତାଙ୍କର କୌଣସି ବଲ୍‌କୁ ପାର୍କ ବାହାରକୁ ପଠାଇ ନଥିବାରୁ ତାଙ୍କୁ ଧନ୍ୟବାଦ।

Advertisment

ସେହିପରି ବରୁଣ ମଧ୍ୟ ନିଜ ଉତ୍କଣ୍ଠା ରୋକି ପାରି ନାହାନ୍ତି। ସେ ମଧ୍ୟ ସଚିନଙ୍କ ଏହି ଭିଡ଼ିଓକୁ ସୋଶାଲ୍‌ ମିଡିଆରେ ଶେଆର୍ କରିଛନ୍ତି।

https://www.instagram.com/tv/B1vvM46F0jq/?utm_source=ig_web_button_share_sheet

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe