/odisha-reporter/media/post_attachments/uploads/2020/03/sachin-1.jpg)
sachin
ନୂଆଦିଲ୍ଲୀ: କରୋନା ଭାଇରସରୁ କିପରି ନିଜକୁ ରକ୍ଷା କରିହେବ, ସେ ଦେଇ ଦେଶର କ୍ରୀଡ଼ାବିତ୍ ଆଗକୁ ଆସିଛନ୍ତି। ସେମାନେ ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକର। ସଚିନ କରୋନା ଭାଇରସ୍ ଠାରୁ ରକ୍ଷା ପାଇବା ପାଇଁ ଦେଶବାସୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଆବେଦନ କରିଛନ୍ତି।
एक नागरिक के तौर पर हमारी कुछ जिम्मेदारियां हैं।
हम कुछ आसान से कदमों का पालन कर कोरोना वायरस (COVID-19) को दूर रख सकते हैं। मैं आपसे अनुरोध करता हूँ कि बुनियादी बातों का ख्याल रखें ताकि हम सभी सुरक्षित रहें। #IndiaFightsCorona@MoHFW_INDIApic.twitter.com/vBYnEbYZ4C— Sachin Tendulkar (@sachin_rt) March 18, 2020
हम सभी कोरोना वायरस (COVID-19) की वजह से चिंतित है।
इस वायरस को फैलने से रोकने के लिए जो एक आसान सी चीज़ हम कर सकते है वो है अपने हाथों को स्वच्छ रखना।
हाथों को 20 सेकंड तक साबुन के साथ धोना अनिवार्य है। हमेशा अपने हाथों को अच्छे से धोएं।#SafeHandsChallenge@UNICEF@WHOpic.twitter.com/63zE8OIvY3
— Sachin Tendulkar (@sachin_rt) March 17, 2020
ସଚିନ ନିଜର ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଜଣେ ନାଗରିକ ଭାବେ ଆମର କିଛି ଦାୟିତ୍ୱ ରହିଛି। ଆମେ କିଛି ସହଜ ପଦକ୍ଷେପର ପାଳନ କରି କରୋନା ଭାଇରସ୍ (କୋଭିଡ୍-୧୯)କୁ ଦୂର କରିପାରିବା। ମୁଁ ସମସ୍ତଙ୍କୁ ଆବେଦନ କରୁଛି ଯେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ ଅନୁସରଣ କରନ୍ତୁ, ଯଦ୍ଦ୍ୱାରା ଆମେ ସମସ୍ତେ ସୁରକ୍ଷିତ ରହିପାରିବା। ଏହି ଭିଡିଓରେ ସଚିନ ଜନସାଧାରଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଛନ୍ତି।
Wash your hands properly and regularly wherever you are. Lets come together and spread awareness. I challenge @KirenRijiju sir @akshaykumar sir @iTIGERSHROFF@sachin_rt sir @MirzaSania@MangteC@imranirampal for #HandwashChallenge#SafeHandsChallengepic.twitter.com/5EoyBPg5C4
— Hima MON JAI (@HimaDas8) March 17, 2020
ସଚିନ ଲୋକଙ୍କୁ ଅପିଲ୍ କରିଛନ୍ତି ଯେ କିଛି ଦିନ ପର୍ଯ୍ୟନ୍ତ କିଛି ଦିନ ପର୍ଯ୍ୟନ୍ତ ଭିଡ଼ ସ୍ଥାନ ଏବଂ ସାମାଜିକ କାର୍ଯ୍ୟକ୍ରମକୁ ନଯାଆନ୍ତୁ। ଆବଶ୍ୟକ ନଥିଲେ ଲୋକଙ୍କ ସହ ହାତ ମିଳାନ୍ତୁ ନାହିଁ, କାରଣ ଏହି ଭାଇରସ୍ ଜଣଙ୍କଠାରୁ ଅନ୍ୟମାନଙ୍କୁ ବ୍ୟାପିଥାଏ। ଏହାଛଡ଼ା ସଚିନ ଲୋକଙ୍କୁ ବୁଝାଇଛନ୍ତି ଯେ ଯଦି ଆପଣଙ୍କୁ ଜ୍ୱର ଅଛି, କାଶ ଅଛି କିମ୍ବା ନିଶ୍ୱାସ ନେବାରେ ଅସୁବିଧା ହେଉଛି, ତାହେଲେ ସ୍ଥାନୀୟ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
Thank you Ms @KatherineHadda for the challenge. Definitely we all can help slow the spread of #COVID2019
I now challenge @KirenRijiju@imVkohli@MirzaSania Make sure everyone wash yours hands properly #SafeHandsChallenge@WHOpic.twitter.com/Fztd6CzGU9— Pvsindhu (@Pvsindhu1) March 17, 2020
ଏହାସହ ସଚିନ ଆହୁରି ଅପିଲ୍ କରିଛନ୍ତି ଯେ ଯଦି ଆପଣଙ୍କୁ ଲାଗୁଛି ଯେ ଅନ୍ୟ କାହାକୁ କାଶ କିମ୍ବା ଜ୍ୱର ହୋଇଛି, ତାହେଲେ ସେମାନଙ୍କଠାରୁ ଦୂରେଇ ରୁହନ୍ତୁ। ଏହାସହ ୧୦୭୫ ହେଲପ୍ସ ଲାଇନ୍ ନମ୍ବରରେ ଫୋନ୍ କରି ସହାୟତା ଲୋଡନ୍ତୁ। ୪୬ ବର୍ଷୀୟ ସଚିନ ଆଉ ଏକ ଭିଡିଓ ଶେଆର୍ କରିଛନ୍ତି, ଯେଉଁଥିରେ ସେ ଯେତେ ସମ୍ଭବ ହାତକୁ ସାବୁନରେ ଧୋଇବାକୁ ପରାମର୍ଶ ଦେଇଛନ୍ତି।
ଏହାସହ ସଚିନ୍ ହାତକୁ ଅତିକମରେ ୨୦ ସେକେଣ୍ଡ ଯାଏ ପାଣିରେ ଭଲ ଭାବେ ଧୋଇବାକୁ କହିଛନ୍ତି। ସେହିପରି କୌଣସି ଗୁଜବ କଥାରେ ବିଶ୍ୱାସ ନକରିବା ସହ ଆଦୌ ଭୟଭୀୟ ନହେବାକୁ ସଚିନ ପରାମର୍ଶ ଦେଇଛନ୍ତି। ସୂଚନାଯୋଗ୍ୟ, ସଚିନଙ୍କ ବ୍ୟତୀତ ଭାରତୀୟ ଖେଳାଳି ଯଥା ବ୍ୟାଡମିଣ୍ଟନ୍ ଷ୍ଟାର୍ ପିଭି ସିନ୍ଧୁ, କ୍ରିକେଟର୍ ରୋହିତ୍ ଶର୍ମା, ଆଥଲେଟ୍ ହିମା ଦାସ, କ୍ୟାପଟେନ୍ ବିରାଟ୍ କୋହଲି ମଧ୍ୟ ଲୋକଙ୍କୁ ସତର୍କ ଓ ସଚେତନ ହେବାକୁ ଅପିଲ୍ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
