Advertisment

ରେକର୍ଡର ପାହାଡ ସଚିନଙ୍କୁ ଛୁଇଁଲା ୪୯

ନୂଆଦିଲ୍ଲୀ: ୪୯ ବର୍ଷ ବୟସରେ ପାଦ ଦେଇଛନ୍ତି ଭାରତୀୟ କ୍ରିକେଟର କୀର୍ତ୍ତିମାନ ଖେଳାଳି ରେକର୍ଡର ପାହାଡ ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକର। ୧୯୭୩ରେ ମହାରାଷ୍ଟ୍ରର ଏକ ପରିବାରରେ ଜନ୍ମଗ୍ରହଣ କରିଥିବା ସଚିନଙ୍କୁ ରବିବାର ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ସଚିନ ତାଙ୍କ ୪୯ତମ ଜନ୍ମଦିନକୁ ବାଓବବଲ୍ ସୁରକ୍ଷାରେ ରହି ମ୍ୟାଚ୍ ଖେଳୁଥିବା ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ପାଳନ କରିଛନ୍ତି। ତେଣେ କ୍ରିକେଟ କ୍ୟାରିୟରର ତାଙ୍କ ବ୍ୟାଟିଂ ଯୋଡିଦାର ତଥା […]

ରେକର୍ଡର ପାହାଡ ସଚିନଙ୍କୁ ଛୁଇଁଲା ୪୯

sachin

Advertisment

ନୂଆଦିଲ୍ଲୀ: ୪୯ ବର୍ଷ ବୟସରେ ପାଦ ଦେଇଛନ୍ତି ଭାରତୀୟ କ୍ରିକେଟର କୀର୍ତ୍ତିମାନ ଖେଳାଳି ରେକର୍ଡର ପାହାଡ ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକର। ୧୯୭୩ରେ ମହାରାଷ୍ଟ୍ରର ଏକ ପରିବାରରେ ଜନ୍ମଗ୍ରହଣ କରିଥିବା ସଚିନଙ୍କୁ ରବିବାର ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ସଚିନ ତାଙ୍କ ୪୯ତମ ଜନ୍ମଦିନକୁ ବାଓବବଲ୍ ସୁରକ୍ଷାରେ ରହି ମ୍ୟାଚ୍ ଖେଳୁଥିବା ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପରେ ପାଳନ କରିଛନ୍ତି। ତେଣେ କ୍ରିକେଟ କ୍ୟାରିୟରର ତାଙ୍କ ବ୍ୟାଟିଂ ଯୋଡିଦାର ତଥା ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ଏକ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି।

Advertisment

୧୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରି ସଚିନ ପ୍ରଥମ ମ୍ୟାଚ ପାକିସ୍ତାନ ବିରୋଧରେ ଖେଳିଥିଲେ। ଖେଳ ସମୟରେ ରକ୍ତ ଜୁଡୁବୁଡୁ ନାକ ଓ କିଛି ବିଫଳତା ସତ୍ତ୍ୱେ ସେ ସର୍ବଶ୍ରଷ୍ଠ ବ୍ୟାଟ୍ସମ୍ୟାନ ହୋଇଥିଲେ। ସେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରେ ୩୪ ହଜାର ୩୫୭ର ବିଶାଳ ରନ୍ ଠିଆ କରିଦେଇଥିଲେ। ୨୦୦ ଟେଷ୍ଟ ଖେଳି ୧୫ ହଜାର ୯୨୧ ରନ୍ ଓ ୪୬୩ ଦିନିକିଆ ଖେଳି ୧୮ ହଜାର ୪୨୬ ରନ୍ କରିଥିଲେ। ଟି ୨୦ ଫର୍ମାଟରେ ସେ ଖୁବ୍ କମ୍ ମ୍ୟାଚ୍ ଖେଳିଥିଲେ। କ୍ରିକେଟ ଜଗତ ତାଙ୍କୁ ମାଷ୍ଟର ବ୍ଲାଷ୍ଟର ଓ କ୍ରିକେଟ ଜଗତର ଭଗବାନ ଭାବେ ବେଶ ଜାଣେ। କ୍ରିକେଟକୁ ସେ ତାଙ୍କ କ୍ୟାରିୟରର ୨୪ ବର୍ଷ ଦେଇଛନ୍ତି। ବହୁ ସଂଖ୍ୟକ ରେକର୍ଡର ପାହାଡ ତାଙ୍କ ନାମରେ ରହିଛି।

୨୦୧୦ ଫେବୃଆରୀ ୨୪ ତାରିଖରେ ସେ ଦକ୍ଷୀଣ ଆଫ୍ରିକା ବିରୋଧରେ ମ୍ୟାଚ୍ ଖେଳି ପ୍ରଥମ ଖେଳାଳି ଭାବେ ୧୪୭ ବଲରେ ଅପରାଜିତ ୨୦୦ ରନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ୬ଟି ବିଶ୍ୱ କପ ଖେଳି ରେକର୍ଡ ସୃଷ୍ଟି କରିବା ସହ ୨୦୧୧ରେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ସେ ଆଇପିଏଲରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳ ପ୍ରଦର୍ଶନ କରି ୭୮ଟି ମ୍ୟାଚରେ ୨୩୩୪ ରନ କରିଥିଲେ। ଯାହା ଭିତରେ ଗୋଟିଏ ଶତକ ଓ ୧୩ ଅର୍ଦ୍ଧଶତକ ରହିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe