Advertisment

ବିନା ଡ୍ରାଇଭରରେ ଚାଲିଲା ସଚିନଙ୍କ କାର୍‌, ଦେଖନ୍ତୁ ଭିଡିଓ

ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟ୍‌ର ସଚିନ୍‌ ତେନ୍ଦୁଲକର ସୋଶାଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କ କାର୍‌ଟି ବିନା ଡ୍ରାଇଭରରେ ଚାଲିବା ସହ ଗ୍ୟାରେଜ୍‌ରେ ଆପେଆପେ ପାର୍କିଂ ହୋଇଯାଉଛି। ୯୦ ଦଶକରେ ରିଲିଜ୍‌ ହୋଇଥିବା ‘ମିଷ୍ଟର ଇଣ୍ଡିଆ’ ଫିଲ୍ମରେ ଅନୀଲ କପୁର ଯେମିତି ଜଣେ ଅଦୃଶ୍ୟ ଚରିତ୍ର ପାଲଟି ସବୁ କାମ କରୁଥିଲେ, ସେଭଳି କୌଣସି ଅଦୃଶ୍ୟ ଶକ୍ତି କ’ଣ ସଚିନ୍‌ଙ୍କ କାର ଚଳାଉଛି କି ବୋଲି ଟ୍ୱିଟର ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି। ସଚିନ୍‌ ଲେଖିଛନ୍ତି, […]

ବିନା ଡ୍ରାଇଭରରେ ଚାଲିଲା ସଚିନଙ୍କ କାର୍‌, ଦେଖନ୍ତୁ ଭିଡିଓ

ed

Advertisment

ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟ୍‌ର ସଚିନ୍‌ ତେନ୍ଦୁଲକର ସୋଶାଲ୍‌ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କ କାର୍‌ଟି ବିନା ଡ୍ରାଇଭରରେ ଚାଲିବା ସହ ଗ୍ୟାରେଜ୍‌ରେ ଆପେଆପେ ପାର୍କିଂ ହୋଇଯାଉଛି। ୯୦ ଦଶକରେ ରିଲିଜ୍‌ ହୋଇଥିବା ‘ମିଷ୍ଟର ଇଣ୍ଡିଆ’ ଫିଲ୍ମରେ ଅନୀଲ କପୁର ଯେମିତି ଜଣେ ଅଦୃଶ୍ୟ ଚରିତ୍ର ପାଲଟି ସବୁ କାମ କରୁଥିଲେ, ସେଭଳି କୌଣସି ଅଦୃଶ୍ୟ ଶକ୍ତି କ'ଣ ସଚିନ୍‌ଙ୍କ କାର ଚଳାଉଛି କି ବୋଲି ଟ୍ୱିଟର ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି।

Advertisment

ସଚିନ୍‌ ଲେଖିଛନ୍ତି, “ମୋ କାର ଆପେଆପେ ଗ୍ୟାରେଜ୍‌ରେ ପାର୍କ ହେବାର ଅଭିଜ୍ଞତାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଛି। ମୋତେ ଲାଗୁଛି ମିଷ୍ଟର ଇଣ୍ଡିଆ ବୋଧେ ଏହାକୁ ନିୟନ୍ତ୍ରଣ କରିଥିଲେ। ଆଶା କରୁଛି, ଏହା ସମସ୍ତଙ୍କୁ ଭଲ ଲାଗିବ।” ସଚିନ୍‌ ପୋଷ୍ଟ କରିଥିବା ଭିଡିଓରେ ସେ ନିଜେ କାରର ବାମ ପଟ ସିଟ୍‌ରେ ବସିଛନ୍ତି। ତେବେ କାର୍‌ଟି ଆପେଆପେ ଗଡ଼ିବା ସହ ଗ୍ୟାରେଜରେ ପାର୍କିଂ ହେଉଥିବା ଦେଖିବାକୁ ମିଳୁଛି।

ପ୍ରକୃତରେ ଅତ୍ୟାଧୁନିକ ଟେକ୍ନୋଲଜି ଯୋଗୁ ଏହା ସମ୍ଭବ ହୋଇଥିବା ଜଣାପଡ଼ିଛି।

ଦେଖନ୍ତୁ ଭିଡିଓ
https://twitter.com/i/status/1157206243963887617

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe