Advertisment

ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କଲେ ସଚିନ୍‌, ଆଇସିସିକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ହେଲ୍‌ମେଟ୍ ବାଧ୍ୟତାମୂଳକ କରିବାକୁ ଆଇସିସି ନିକଟରେ ଦାବି କରିଛନ୍ତି ସଚିନ୍ ତେନ୍ଦୁଲକର। ମଙ୍ଗଳବାର ଏକ ଟ୍ୱିଟ୍ କରି ସେ ଏହି ଦାବି କରିଛନ୍ତି। ସଚିନ୍ କହିଛନ୍ତି, ସ୍ପିନର ହୁଅନ୍ତୁ କି ଫାଷ୍ଟ୍ ବୋଲର- ସମସ୍ତ ବୋଲିଂ ଆଟାକ୍ ବିପକ୍ଷରେ ଖେଳିଳା ବେଳେ ବ୍ୟାଟ୍ସମ୍ୟାନ୍‌ ମାନେ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ହେଉ। ଚଳିତ ଆଇପିଏଲ୍‌ରେ ନିକଟରେ ଘଟିଥିବା ଏକ ଘଟଣା ପରେ ସଚିନ୍ ତେନ୍ଦୁଲକର ଏହି ଦାବି କରିଛନ୍ତି। ଅକ୍ଟୋବର ୨୪ ତାରିଖରେ ସନ୍‌ରାଇଜର୍ସ […]

ଅଦ୍ୟତନ ହୋଇଛି
ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ କଲେ ସଚିନ୍‌, ଆଇସିସିକୁ ଦେଲେ ପରାମର୍ଶ

sachin1

Advertisment

ନୂଆଦିଲ୍ଲୀ: ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ହେଲ୍‌ମେଟ୍ ବାଧ୍ୟତାମୂଳକ କରିବାକୁ ଆଇସିସି ନିକଟରେ ଦାବି କରିଛନ୍ତି ସଚିନ୍ ତେନ୍ଦୁଲକର। ମଙ୍ଗଳବାର ଏକ ଟ୍ୱିଟ୍ କରି ସେ ଏହି ଦାବି କରିଛନ୍ତି।

Advertisment

ସଚିନ୍ କହିଛନ୍ତି, ସ୍ପିନର ହୁଅନ୍ତୁ କି ଫାଷ୍ଟ୍ ବୋଲର- ସମସ୍ତ ବୋଲିଂ ଆଟାକ୍ ବିପକ୍ଷରେ ଖେଳିଳା ବେଳେ ବ୍ୟାଟ୍ସମ୍ୟାନ୍‌ ମାନେ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ହେଉ।

ଚଳିତ ଆଇପିଏଲ୍‌ରେ ନିକଟରେ ଘଟିଥିବା ଏକ ଘଟଣା ପରେ ସଚିନ୍ ତେନ୍ଦୁଲକର ଏହି ଦାବି କରିଛନ୍ତି। ଅକ୍ଟୋବର ୨୪ ତାରିଖରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳା ଯାଇଥିବା ଏକ ମ୍ୟାଚ୍‌ରେ ଘଟିଥିଲା ଏହି ଘଟଣା।

Advertisment


ସନ୍‌ରାଇଜର୍ସ ହାଇଦ୍ରାବାଦ ଇନିଂସର ୧୮ତମ ଓଭରରେ ରନ୍‌ ନେଉଥିବା ବେଳେ ଅଲ୍‌-ରାଉଣ୍ଡର ବିଜୟ ଶଙ୍କରଙ୍କ ହେଲ୍‌ମେଟ୍‌ରେ ଏକ ବଲ୍ ବାଜିଥିଲା। କିଙ୍ଗସ ଏକାଦଶ ପଞ୍ଜାବ ନିକୋଲାସ ପୂରନ ଷ୍ଟ୍ରାଇକର୍ସ ଏଣ୍ଡରେ ଡାଇରେକ୍ଟ୍ ହିଟ୍ କରିବା ଉଦ୍ଦେଶ୍ୟରେ ବଲ୍‌ ଫିଙ୍ଗି ଥିଲେ। ହେଲେ ତାହା ଷ୍ଟମ୍ପରେ ବାଜି ନଥିଲା ଓ ସିଧାଯାଇ ବିଜୟଙ୍କ ହେଲ୍‌ମେଟ୍‌ରେ ବାଜିଥିଲା। ଏହାପରେ ବିଜୟ ତଳେ ପଡ଼ିଯାଇଥିଲେ। ତେବେ ହେଲ୍‌ମେଟ୍ ପିନ୍ଧିଥିବାରୁ ସେ ବର୍ତ୍ତି ଯାଇଥିଲେ।

ଏହି ଘଟଣାକୁ ଦେଖି ସଚିନ ତେନ୍ଦୁଲକର ଲେଖିଛନ୍ତି ଯେ ଖେଳ ଦିନକୁ ଦିନ ଦ୍ରୁତ ହୋଇଯାଉଛି। କିନ୍ତୁ ସେହି ଅନୁସାରେ ଏହା ସୁରକ୍ଷିତ ହୋଇ ରହିଛି କି?

ଏହି ପ୍ରସଙ୍ଗକୁ ପ୍ରାଧ୍ୟାନ୍ୟ ଦେବାକୁ ସଚିନ ତେନ୍ଦୁଲକର ଆଇସିସିକୁ ଅନୁରୋଧ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe