Advertisment

ମାଲିଙ୍ଗାଙ୍କୁ ଜନ୍ମଦିନରେ ଏମିତି କଥା କହିଲେ ସଚିନ୍‌

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ର ସୁବିଖ୍ୟାତ ସ୍ପିଡ୍‌ଷ୍ଟର୍ ଲସିଥ ମାଲିଙ୍ଗା ଆଜି ୩୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ମାଲିଙ୍ଗାଙ୍କ ଏହି ୩୫ ତମ ଜନ୍ମଦିନରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ତାଙ୍କ ଫ୍ୟାନ୍‌ ଓ ବନ୍ଧୁମାନେ ଶୁଭେଚ୍ଛା ବାର୍ତ୍ତା ପଠାଇବାରେ ଲାଗିଛନ୍ତି। କିନ୍ତୁ ମାଷ୍ଟର୍ ବ୍ଳାଷ୍ଟର୍ ସଚିନ୍‌ ତେନ୍ଦୁଲକର୍‌ ଟ୍ୱିଟ୍‌ ଜରିଆରେ ମାଲିଙ୍ଗାଙ୍କୁ ଯେଉଁ ଶୁଭେଚ୍ଛା ଜଣାଇଛନ୍ତି, ତାହା ସୋଶାଲ୍‌ ମଡିଆରେ ଭାଇରାଲ୍‌ ହୋଇଛି। ସଚିନ୍‌ ନିଜ ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟରେ ମାଲିଙ୍ଗା ଓ ତାଙ୍କ ଭିତରେ […]

ଅଦ୍ୟତନ ହୋଇଛି
ମାଲିଙ୍ଗାଙ୍କୁ ଜନ୍ମଦିନରେ ଏମିତି କଥା କହିଲେ ସଚିନ୍‌

sachin

Advertisment

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ର ସୁବିଖ୍ୟାତ ସ୍ପିଡ୍‌ଷ୍ଟର୍ ଲସିଥ ମାଲିଙ୍ଗା ଆଜି ୩୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ମାଲିଙ୍ଗାଙ୍କ ଏହି ୩୫ ତମ ଜନ୍ମଦିନରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ତାଙ୍କ ଫ୍ୟାନ୍‌ ଓ ବନ୍ଧୁମାନେ ଶୁଭେଚ୍ଛା ବାର୍ତ୍ତା ପଠାଇବାରେ ଲାଗିଛନ୍ତି। କିନ୍ତୁ ମାଷ୍ଟର୍ ବ୍ଳାଷ୍ଟର୍ ସଚିନ୍‌ ତେନ୍ଦୁଲକର୍‌ ଟ୍ୱିଟ୍‌ ଜରିଆରେ ମାଲିଙ୍ଗାଙ୍କୁ ଯେଉଁ ଶୁଭେଚ୍ଛା ଜଣାଇଛନ୍ତି, ତାହା ସୋଶାଲ୍‌ ମଡିଆରେ ଭାଇରାଲ୍‌ ହୋଇଛି।

Advertisment

ସଚିନ୍‌ ନିଜ ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟରେ ମାଲିଙ୍ଗା ଓ ତାଙ୍କ ଭିତରେ ଥିବା ବନ୍ଧୁତା ବିଷୟରେ କହିଛନ୍ତି। ଏଥିସହ ସେ ମାଲିଙ୍ଗାଙ୍କ ବୋଲିଂକୁ ସାମ୍ନା କରିବା ବେଳେ କ’ଣ କହନ୍ତି, ସେକଥା ମଧ୍ୟ ସଚିନ୍‌ ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟରେ ଲେଖିଛନ୍ତି।

ସେ କହିଛନ୍ତି “ମୁଁ ଯେତେବେଳ ବ୍ୟାଟିଂ କରିବାକୁ ଆସେ, ସେତେବେଳେ ମାଲିଙ୍ଗାଙ୍କୁ ନିଜ ଚୁଟି ନୁହେଁ, ବଲ୍‌କୁ ଦେଖ ବୋଲି କହିଥାଏ। ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା, ମୋର ବନ୍ଧୁ।”

Advertisment

ଉଭୟ ତେନ୍ଦୁଲକର ଓ ମାଲିଙ୍ଗା ଆଇପିଏଲ୍‌ ଆରମ୍ଭରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ଆସୁଛନ୍ତି। ଏବେ ଉଭୟ ଆଇପିଏଲ୍‌ ଖେଳୁ ନଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ହୋଇ ରହିଛନ୍ତି। ଏପରି କି ଉଭୟ ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ସଚିନ୍‌ଙ୍କ ଏଭଳି ଟ୍ୱିଟ୍‌ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ସହ ଅନେକ ମଜାମଜା ଟିପ୍ପଣୀ ମଧ୍ୟ ଦେବାରେ ଲାଗିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe