Advertisment

ସାହା ଓ ୱାର୍ଣ୍ଣରଙ୍କ ରନ୍ ବର୍ଷା, ହାଇଦ୍ରାବାଦର ବିଶାଳ ସ୍କୋର

ଦୁବାଇ: ଲଗାତର ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋଙ୍କ ସ୍ଥାନରେ ସୁଯୋଗ ପାଇଥିବା ଋଦ୍ଧିମାନ ସାହାଙ୍କ ବ୍ୟାଟରୁ ବର୍ଷିଛି ରନ୍। ଦୁହିଁଙ୍କ ବିସ୍ଫୋରକ ରନ୍ ଏବଂ ମନୀଷ ପାଣ୍ଡେଙ୍କ ଦମଦାର ବ୍ୟାଟିଂ ବଳରେ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୨ ୱିକେଟରେ ୨୧୯ ରନର ବିଶାଳ ସ୍କୋର କରିଛି। ଫଳରେ ଦିଲ୍ଲୀକୁ ଜିତିବା ପାଇଁ ୨୨୦ ରନ୍ କରିବାକୁ ପଡ଼ିବ। ୱାର୍ଣ୍ଣର୍ ମାତ୍ର ୩୪ ବଲରେ ୮ […]

author-image
Ranjit Kumar Jena
ସାହା ଓ ୱାର୍ଣ୍ଣରଙ୍କ ରନ୍ ବର୍ଷା, ହାଇଦ୍ରାବାଦର ବିଶାଳ ସ୍କୋର

saha

ଦୁବାଇ: ଲଗାତର ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର ଓ ଜନ୍ନି ବେୟାରଷ୍ଟୋଙ୍କ ସ୍ଥାନରେ ସୁଯୋଗ ପାଇଥିବା ଋଦ୍ଧିମାନ ସାହାଙ୍କ ବ୍ୟାଟରୁ ବର୍ଷିଛି ରନ୍। ଦୁହିଁଙ୍କ ବିସ୍ଫୋରକ ରନ୍ ଏବଂ ମନୀଷ ପାଣ୍ଡେଙ୍କ ଦମଦାର ବ୍ୟାଟିଂ ବଳରେ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୨ ୱିକେଟରେ ୨୧୯ ରନର ବିଶାଳ ସ୍କୋର କରିଛି। ଫଳରେ ଦିଲ୍ଲୀକୁ ଜିତିବା ପାଇଁ ୨୨୦ ରନ୍ କରିବାକୁ ପଡ଼ିବ।

Advertisment

ୱାର୍ଣ୍ଣର୍ ମାତ୍ର ୩୪ ବଲରେ ୮ ଚୌକା ଓ ୨ ଛକା ସହ ୬୬ ରନ ଏବଂ ସାହା ୮୭ (୪୫ ବଲ୍, ୧୨ ଚୌକା, ୨ ଛକା) ରନ୍ କରିଥିଲେ। ସେହିପରି ମନୀଷ ପାଣ୍ଡେ ୩୧ ବଲରେ ଦ୍ରୁତ ୪୪ (୪ ଚୌକା, ୧ ଛକା) ରନ୍ କରି ଅପରାଜିତ ରହିଥିଲେ।

ଦୁବାଇ ଇଣ୍ଟରନ୍ୟାଶନାଲ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପଟେନ୍ ଶ୍ରେୟସ୍ ଆୟର୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ବର୍ଥଡେ' ବୟ ୱାର୍ଣ୍ଣର ଓ ସାହା ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ। ଦୁହେଁ ପାୱାରପ୍ଲେ'ରେ ରେକର୍ଡ ୭୭ ରନ୍ କରିଥିଲେ। ୱାର୍ଣ୍ଣର ମାତ୍ର ୨୫ ବଲରେ ଏବଂ ସାହା ୨୭ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

Advertisment

ଦୁହେଁ ଦିଲ୍ଲୀ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ ଏବଂ ପ୍ରଥମ ୱିକେଟ୍‌ ପାଇଁ ୧୦୭ ରନର ଶତକୀୟ ଭାଗିଦାରୀ କରିଥିଲେ। ୱାର୍ଣ୍ଣରଙ୍କୁ ରବିଚନ୍ଦ୍ରନ୍ ଅଶ୍ୱିନ୍ ପ୍ୟାଭିଲିୟନ୍ ପଠାଇଥିଲେ। ସାହା ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଶତକ ଅଭିମୁଖେ ଅଗ୍ରସର ହୋଇଥିଲେ। ସାହା ବ୍ୟକ୍ତିଗତ ୮୭ ରନ୍ କରିଥିବା ବେଳେ ତାଙ୍କୁ ଆନରିଚ୍ ନର୍ଜେ ଆଉଟ୍ କରିଥିଲେ। ମନୀଷ ଓ କେନ୍ ୱିଲିୟମସନ୍ ଅପରାଜିତ ରହି ଦଳକୁ ୨୧୯ ରନରେ ପହଞ୍ଚାଇଥିଲେ। ୱିଲିୟମସନ୍ ୧୧ ରନ୍ କରି ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ନର୍ଜେ ଓ ଅଶ୍ୱିନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Ipl 2020