VBK-SAINA
ନୂଆଦିଲ୍ଲୀ: ଡେନ୍ମାର୍କ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ର ଫାଇନାଲରେ କଡ଼ା ସଂଘର୍ଷ କରିବା ସତ୍ତ୍ୱେ ୧-୨ ସେଟରେ ହାରି ଭାରତୀୟ ସଟଲର୍ ସାଇନା ନେହୱାଲ୍ଙ୍କୁ ରନର୍ସ୍ ଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ରବିବାର ଅନୁଷ୍ଠିତ ଫାଇନାଲ୍ରେ ସାଇନା ବିଶ୍ୱର ୧ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ତଥା ଚାଇନିଜ୍ ତାଇପେଇର ତାଇ ଜୁ-ୟିଙ୍ଗ୍ଙ୍କଠାରୁ ୧୩-୨୧.୨୧-୧୩ ଓ ୬-୨୧ ସେଟ୍ରେ ପରାସ୍ତ ହୋଇଛନ୍ତି। ୨୮ ବର୍ଷୀୟ ସାଇନା ୨୦୧୨ରେ ଡେନ୍ମାର୍କ ଓପନ୍ ଟାଇଚଲ୍ ଜିତିଥିଲେ।
ଏହି ପରାଜୟ ସହ ସାଇନା ଗତ ୧୧ଟି ମୁକାବିଲାରେ ୧ ନମ୍ବର ମାନ୍ୟତାପ୍ରାପ୍ତ ତାଇ ଜୁ-ୟିଙ୍ଗ୍ଙ୍କଠାରୁ କ୍ରମାଗତ ଭାବେ ପରାସ୍ତ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/10/VBK-SAINA.jpg)