/odisha-reporter/media/post_attachments/uploads/2015/08/saina3.jpg)
saina
ଫୁଜୋ (ଚୀନ): ଚୀନ୍ ଓପନ୍ ସୁପର ସିରିଜର ଫାଇନାଲରେ ପହଞ୍ଚି ଯାଇଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ଷ୍ଟାର୍ ସାଇନା ନେହୱାଲ୍। ଶନିବାର ସେ ଚୀନର ୟିହାନ ୱାଙ୍ଗଙ୍କୁ ୨୧-୧୪,୨୧-୧୮ରେ ପରାସ୍ତ କରିଛନ୍ତି। ୨୦୧୧ ୱାର୍ଲ୍ଡ ଚାମ୍ପିଅନ୍ ତଥା ୨୦୧୪ ଲଣ୍ଡନ ଅଲିମ୍ପିକର ରୌପ୍ୟ ପଦକ ବିଜେତା ୟିହାନ୍ ଚତୁର୍ଥ ଥର ପାଇଁ ସାଇନାଙ୍କଠାରୁ ହାରିଛନ୍ତି। ସେ ସାଇନାଙ୍କର ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ଜଣାଶୁଣା। ସେ ସାଇନାଙ୍କୁ ୯ ଥର ପରାଜିତ କରିଛନ୍ତି। ତେବେ ଚଳିତ ବର୍ଷ ସାଇନା ତାଙ୍କୁ ୩ ଥର ପରାସ୍ତ କରି ସାରିଲେଣି। ଏହା ପୂର୍ବରୁ ଅଲ୍ ଇଂଲଣ୍ଡ ଚାମ୍ପିଅନସିପ୍ ଓ ୱାର୍ଲ୍ଡ ଚାମ୍ପିଅନସିପରେ ସାଇନା ତାଙ୍କୁ ପରାସ୍ତ କରିଥିଲେ।
Advertisment
ଶୁକ୍ରବାର ଜାପାନର ନୋଜୋମି ଓକୁହାରାଙ୍କୁ ୨୧-୧୬ ଓ ୨୧-୧୩ ହରାଇ ସାଇନା ସେମି ଫାଇନାଲରେ ପ୍ରବେଶ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
