Advertisment

ସ୍ୱାମୀ କଶ୍ୟପଙ୍କ ଠାରୁ ଅଲଗା ହେଲେ ସାଇନା ନେହୱାଲ

ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ସାଇନା ସ୍ୱାମୀ ପାରୁପଲ୍ଲି କଶ୍ୟପଙ୍କ ଠାରୁ ଅଲଗା ହୋଇଯାଇଥିବା ସମଗ୍ର ବିଶ୍ୱକୁ ସୂଚନା ଦେଇଛନ୍ତି।

Saina

Saina

Advertisment

ଭାରତ ପାଇଁ ବ୍ୟାଡମିଟନରେ ଅଲିମ୍ପିକ୍ସ ପଦକ ଜିତିଥିବା ସାଇନା ନେହୱାଲ ବଡ଼ ଘୋଷଣା କରିଛନ୍ତି। ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ସାଇନା ସ୍ୱାମୀ ପାରୁପଲ୍ଲି କଶ୍ୟପଙ୍କ ଠାରୁ ଅଲଗା ହୋଇଯାଇଥିବା ସମଗ୍ର ବିଶ୍ୱକୁ ସୂଚନା ଦେଇଛନ୍ତି। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବା ସାଇନା ରବିବାର ବିଳମ୍ବିତ ରାତିରେ ସୋଶାଲ ମିଡିଆରେ ନିଜର ବିଚ୍ଛେଦ ସମ୍ପର୍କରେ ଅବଗତ କରାଇଛନ୍ତି।

Advertisment

ସେ କହିଛନ୍ତି, “ବେଳେବେଳେ ଜୀବନ ଆମକୁ ଭିନ୍ନ ଏକ ଦିଗରେ ନେଇଯାଏ। ଅନେକ ବିଚାର ବିମର୍ଶ ପରେ କଶ୍ୟପ ପାରୁପଲ୍ଲି ଓ ମୁଁ ଅଲଗା ହୋଇ ଯିବାକୁ ନିଷ୍ପତ୍ତି ନେଇଛୁ। ଆମେ ନିଜ ପାଇଁ ଓ ପରସ୍ପର ପାଇଁ ଶାନ୍ତି, ଉନ୍ନତିକୁ ବାଛିଛୁ। ସମସ୍ତ ସ୍ମୃତି ପାଇଁ ମୁଁ କୃତଜ୍ଞ। ମୁଁ କିଛି ଚାହୁଁନାହୁଁ, କିନ୍ତୁ ଆଗକୁ ବଢ଼ିବାକୁ ଚାହୁଁଛି। ଏହି ସମୟରେ ଆମର ଗୋପନୀୟତାକୁ ବୁଝିବା ଓ ସମ୍ମାନ ଜଣାଉଥିବାରୁ ଧନ୍ୟବାଦ।”

ସାଇନା ଓ କଶ୍ୟପ ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ୨୦୧୮ରେ ବାହାଘରର ରୂପ ଦେଇଥିଲେ। ଉଭୟ ହାଇଦ୍ରାବାଦରେ ଥିବା ପୁଲ୍ଲେଲା ଗୋପିଚାନ୍ଦ ଏକେଡେମୀରେ ଟ୍ରେନିଂ ନେଉଥିଲେ। ସାଇନା ଦେଶ ପାଇଁ ଅନ୍ତର୍ଜାତୀୟ ମଞ୍ଚରେ ଅନେକ ସଫଳତା ସାଉଁଟି ଥିବା ବେଳେ କଶ୍ୟପ ୨୦୧୪ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାକୁ ଆସିଥିଲେ।

Advertisment

ସାଇନା ଦେଶର ଦ୍ୱିତୀୟ ମହିଳା ଭାବେ ଅଲିମ୍ପିକ୍ସରେ ପଦକ ଜିତି ପାରିଥିଲେ। ତାଙ୍କ ପୂର୍ବରୁ କରନାମ ମାଲ୍ଲେଶ୍ୱରୀ ଭାରତ ପାଇଁ ଅଲିମ୍ପିକ୍ସ ପଦକ ଜିତିଥିଲେ। ୨୦୧୫ରେ ସାଇନା ଭାରତର ପ୍ରଥମ ମହିଳା ଶଟଲର ଭାବେ ବିଶ୍ୱର ଏକ ନମ୍ବର ସ୍ଥାନ ଦଖଲ କରିଥିଲେ।

ଏବେ ସାଇନା ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିବା ଘୋଷଣା କରିଛନ୍ତି। କିନ୍ତୁ କଶ୍ୟପ ଏଯାଏ ବିଚ୍ଛେଦ୍ୟ ସମ୍ପର୍କରେ କିଛି ବି ଘୋଷଣା କରି ନାହାନ୍ତି।

Badminton Saina Nehwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe