ଏସିଆନ୍‌ ଗେମ୍ସ: ସେମିଫାଇନାଲ୍‌ରେ ହାରିଲେ ସାଇନା, ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ମହିଳା ବ୍ୟାଡମିଣ୍ଟନ୍‌ ସିଙ୍ଗଲ୍‌ ସେମିଫାଇନାଲ୍‌ରେ ସାଇନା ନେହୱାଲ ପରାଜିତ ହୋଇଯାଇଛନ୍ତି। ଏହି ପରାଜୟ ସହ ସାଇନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଚୀନ୍‌ ତାଇପେଇର ତାଇ ଜୁ ୟିଙ୍ଗ ସାଧାସଳଖ ସେଟ୍‌ ୨୧-୧୭, ୨୧-୧୪ରେ ସାଇନାଙ୍କୁ ପରାସ୍ତ କରିଛନ୍ତି। ସୂଚନାଯୋଗ୍ୟ ୟିଙ୍ଗ ଏବେ ବିଶ୍ୱ ବ୍ୟାଡମିଣ୍ଟନ୍‌ରେ ଏକ ନମ୍ବର ଖେଳାଳି। ଏହା ସାଇନାଙ୍କ ବିପକ୍ଷରେ ତାଙ୍କର ୧୦ମ ବିଜୟ। ସାଇନାଙ୍କ ଏହି ପଦକ ସହ ଏସିଆନ୍‌ ଗେମ୍ସର ବ୍ୟାଡମିଣ୍ଟନ୍‌ ଏକକ ବର୍ଗରେ […]

saina

Rakesh Mallick
  • Published: Monday, 27 August 2018
  • , Updated: 27 August 2018, 06:26 AM IST

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ମହିଳା ବ୍ୟାଡମିଣ୍ଟନ୍‌ ସିଙ୍ଗଲ୍‌ ସେମିଫାଇନାଲ୍‌ରେ ସାଇନା ନେହୱାଲ ପରାଜିତ ହୋଇଯାଇଛନ୍ତି। ଏହି ପରାଜୟ ସହ ସାଇନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଚୀନ୍‌ ତାଇପେଇର ତାଇ ଜୁ ୟିଙ୍ଗ ସାଧାସଳଖ ସେଟ୍‌ ୨୧-୧୭, ୨୧-୧୪ରେ ସାଇନାଙ୍କୁ ପରାସ୍ତ କରିଛନ୍ତି।

ସୂଚନାଯୋଗ୍ୟ ୟିଙ୍ଗ ଏବେ ବିଶ୍ୱ ବ୍ୟାଡମିଣ୍ଟନ୍‌ରେ ଏକ ନମ୍ବର ଖେଳାଳି। ଏହା ସାଇନାଙ୍କ ବିପକ୍ଷରେ ତାଙ୍କର ୧୦ମ ବିଜୟ।

ସାଇନାଙ୍କ ଏହି ପଦକ ସହ ଏସିଆନ୍‌ ଗେମ୍ସର ବ୍ୟାଡମିଣ୍ଟନ୍‌ ଏକକ ବର୍ଗରେ ଭାରତ ପ୍ରଥମ ଥର ପାଇଁ ପଦକ ଜିତିବାକୁ ସକ୍ଷମ ହୋଇଛି।

Related story