Advertisment

ଇତିହାସ ରଚିଲେ କବାଡିଆ ଦୋକାନୀଙ୍କ ପୁଅ, ଭାରତ ପାଇଁ ଜିତିଲେ ଐତିହାସିକ ସ୍ୱର୍ଣ୍ଣ

ପୁରୁଷ ୮୮ କେଜି ବର୍ଗରେ ଭାଗ ନେଇଥିବା ସାଇରାଜ ମୋଟ ୩୪୮ କେଜି (୧୫୭ କେଜି ସ୍ନାଚ ଓ ୧୯୧ କେଜି କ୍ଲିନ ଏବଂ ଜର୍କ) ଉଠାଇ ଦେଶକୁ ଗର୍ବାନ୍ୱିତ କରିଛନ୍ତି।

author-image
Hemant Lenka
Sairaj

Sairaj

ଭାରତର ୧୮ ବର୍ଷୀୟ ଭାରଉତ୍ତୋଳନକାରୀ ସାଇରାଜ ପରଦେଶୀ ଇତିହାସ ରଚିଛନ୍ତି। ଅହମଦାବାଦରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରଉତ୍ତୋଳନ ଚାମ୍ପିୟନଶିପ ୨୦୨୫ରେ ସେ ଭାରତ ପାଇଁ ଜିତିଛନ୍ତି ଐତିହାସିକ ସ୍ୱର୍ଣ୍ଣ। ପୁରୁଷ ୮୮ କେଜି ବର୍ଗରେ ଭାଗ ନେଇଥିବା ସାଇରାଜ ମୋଟ ୩୪୮ କେଜି (୧୫୭ କେଜି ସ୍ନାଚ ଓ ୧୯୧ କେଜି କ୍ଲିନ ଏବଂ ଜର୍କ) ଉଠାଇ ଦେଶକୁ ଗର୍ବାନ୍ୱିତ କରିଛନ୍ତି।

Advertisment

ସେ ୩୪୮ କେଜି ଓଜନ ଉଠାଇ ଏକାଧିକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ମହାରାଷ୍ଟ୍ରରେ ଜନ୍ମ ହୋଇଥିବା ସାଇରାଜ ଜଣେ କବାଡିଆ ଦୋକାନୀଙ୍କ ପୁଅ। ସେ ମଧ୍ୟ ମନମାଡ ଠାରେ ଥିବା ବାପାଙ୍କ କବାଡିଆ ଦୋକାନରେ କାମ କରିବା ସହ ଜିନିଷ ସଂଗ୍ରହ କରନ୍ତି।

ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସାଇରାଜ ପ୍ରଥମଥର ଏପରି ସଫଳତା ପାଇ ନାହାନ୍ତି। ଏହାପୂର୍ବରୁ ଦୋହାରେ ଆୟୋଜିତ ଏସିଆନ ୟୁଥ ଓ ଜୁନିୟର ଚାମ୍ପିୟନଶିପରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ସେତେବେଳେ ସେ ରେକର୍ଡ ୩୧୦ କେଜି ଉଠାଇଥିଲେ। ୨୦୨୪ ରାଜ୍ୟଗୋଷ୍ଠୀ ୟୁଥ ଜୁନୟର ଓ ସିନିୟର ଭାରଉତ୍ତୋଳନ ଚାମ୍ପିୟନଶିପରେ ସେ ଯଥାକ୍ରମେ ସ୍ୱର୍ଣ୍ଣ ଏବଂ ରୌପ୍ୟ ପଦକ ଜିତିଥିଲେ।

Advertisment

ସଫଳତା ସତ୍ତ୍ୱେ ସେ ସବୁବେଳେ ପରବର୍ତ୍ତୀ କୀର୍ତ୍ତିମାନ ହାସଲ ଲକ୍ଷ୍ୟରେ ରହିଛନ୍ତି। ଏହି ୧୮ ବର୍ଷୀୟ ଭାରଉତ୍ତୋଳନକାରୀ ଜଣଙ୍କ ୨୦୨୫ ଜାତୀୟ କ୍ରୀଡ଼ା ଉପରେ ନଜର ରଖିଛନ୍ତି। ସେଠାରେ ପଦକ ଜିତିବା ତାଙ୍କର ଏକମାତ୍ର ଲକ୍ଷ୍ୟ। କ୍ରୀଡ଼ାରେ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ସାଇରାଜ ଏବେ ଦ୍ୱାଦଶ ଶ୍ରେଣୀର ଛାତ୍ର। ତେଣୁ ସେ ବୋର୍ଡ ପରୀକ୍ଷାରେ ମଧ୍ୟ ଭଲ କରିବାକୁ ଲାଗି ପଡ଼ିଛନ୍ତି। ସେ କହିଛନ୍ତି, “ଏଯାଏ ମୁଁ କିଛି ବି ପାଠପଢ଼ି ନାହିଁ। କିନ୍ତୁ ମୁଁ ୧୫ ଦିନ ପ୍ରସ୍ତୁତ ହେଲେ ପରୀକ୍ଷାରେ ଭଲ କରିପାରିବ।”

୩୪୮ କେଜି (୧୫୭ କେଜି ସ୍ନାଚ ଓ ୧୯୧ କେଜି କ୍ଲିନ ଏବଂ ଜର୍କ) ଉଠାଇ ଏସିଆନ ୟୁଥ ଓ ଜୁନିୟର ଚାମ୍ପିୟନଶିପରେ ନୂଆ ରେକର୍ଡ କରିଛନ୍ତି ସାଇରାଜ। ପୂର୍ବରୁ ରାଜ୍ୟଗୋଷ୍ଠୀ ଜୁନିୟର ବର୍ଗ ସ୍ନାଚ ରେକର୍ଡ ଫିଜିର ନେହେମୈଆ ଇଲଡରଙ୍କ ନାଁରେ ଥିଲା। ସେ ୧୫୫ କେଜି ଉଠାଇଥିଲେ। ସାଇରାଜ ଫିଜିର ଇଲଡରଙ୍କ ବ୍ୟତୀତ ନିଜର ଜୁନିୟର କ୍ଲିନ ଓ ଜର୍କ(୧୮୬ କେଜି) ରେକର୍ଡକୁ ମଧ୍ୟ ଭାଗିଛନ୍ତି। କାରଣ ଏଥର ସେ ୧୯୧ କେଜି ଓଜନ ଉଠାଇଛନ୍ତି।

ସାଇରାଜଙ୍କ ଯେତିକି ଓଜନ ଉଠାଇଛନ୍ତି, ସେ ସିନିୟର ଇଭେଣ୍ଟରେ ମଧ୍ୟ ବେଶ ଆରମରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ। ସିନିୟର ବର୍ଗରେ କାନାଡାର ବ୍ରାୟଡନ କେନ୍ନେଡୀ ୩୪୭ କେଜି ସହ (୧୬୪ କେଜି+୧୮୩ କେଜି) ୧ନଂରେ ରହିଛନ୍ତି।

Maharashtra Weightlifter commonwealth-2025