Advertisment

ବ୍ରିଜ ଭୂଷଣଙ୍କ ସହଯୋଗୀ ଜିତିଲେ, କାନ୍ଦି କାନ୍ଦି ରେସଲିଂ ଛାଡ଼ୁଥିବା ଘୋଷଣା କଲେ ସାକ୍ଷୀ ମଲିକ

ସଞ୍ଜୟ ସିଂହ ଜିତିବା ପରେ କାନ୍ଦି କାନ୍ଦି କୁସ୍ତି ଛାଡ଼ିବାକୁ ଯାଉଥିବା ଘୋଷଣା କରିଛନ୍ତି ରିଓ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲିକ।

WFI

WFI

Advertisment

ବିବାଦରେ ଥିବା ବିଜେପି ସାଂସଦ ତଥା କୁସ୍ତି ମହାସଂଘର ବିଦାୟୀ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ସହଯୋଗୀ ନିର୍ବାଚନ ଜିତିବା ପରେ ହଇଚଇ ସୃଷ୍ଟି ହୋଇଛି। କୁସ୍ତି ମହାସଂଘର ସଭାପତି ଭାବେ ବ୍ରିଜଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂହ ନିର୍ବାଚନ ଜିତିଛନ୍ତି।

Advertisment

ସଞ୍ଜୟ ସିଂହ କୁସ୍ତି ମହାସଂଘର ନୂଆ ସଭାପତି ଭାବେ ଦାୟିତ୍ୱ ମଧ୍ୟ ନେବେ। କିନ୍ତୁ ସଞ୍ଜୟ ସିଂହ ଜିତିବା ପରେ କାନ୍ଦି କାନ୍ଦି କୁସ୍ତି ଛାଡ଼ିବାକୁ ଯାଉଥିବା ଘୋଷଣା କରିଛନ୍ତି ରିଓ ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଥିବା ସାକ୍ଷୀ ମଲିକ। ସଞ୍ଜୟ ସିଂହ ଜିତିଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ନିଜ ଜୋତାକୁ ଟେବୁଲ ଉପରେ ରଖି ଖେଳ ଛାଡ଼ିବାକୁ ଯାଉଥିବା କହିଛନ୍ତି।

ସଞ୍ଜୟ ସିଂହ ସଭାପତି ନିର୍ବାଚନ ଜିତିବା ପରେ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସମସ୍ତେ ସଞ୍ଜୟ ସିଂହଙ୍କ ବିଜୟରେ ନିରାଶ ହୋଇଥିବା କହିଛନ୍ତି।

Advertisment

ସାକ୍ଷୀ ମଲିକ କହିଛନ୍ତି, କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଆମକୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ପରିବାର କିମ୍ବା ଘନିଷ୍ଠ ସହଯୋଗୀମାନଙ୍କୁ କୁସ୍ତି ମହାସଂଘରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ।

କାରଣ ବ୍ରିଜ ଭୂଷଣଙ୍କ ନାଁରେ ଯୌନ ନିର୍ଯାତନା ମାମଲା ରହିଛି। ହେଲେ ଏହି ପ୍ରତିଶ୍ରୁତିକୁ ପୂରଣ କରାଯାଇ ନାହିଁ। ସଞ୍ଜୟ ସିଂହ ହେଉଛନ୍ତି ବ୍ରିଜ ଭୂଷଣଙ୍କ ଡାହାଣ ହାତ। ଆମେ ୪୦ ଦିନ ଧରି ରାସ୍ତାରେ ଶୋଇଥିଲୁ। ଦେଶର ବିଭିନ୍ନପ୍ରାନ୍ତରୁ ଲୋକମାନେ ଆମକୁ ସମର୍ଥନ କରିଥିଲେ।

ଯଦି ବ୍ରିଜଭୂଷଣଙ୍କ ବ୍ୟବସାୟିକ ସହଯୋଗୀ ଓ ଘନିଷ୍ଠ ସହଯୋଗୀ କୁସ୍ତି ମହାସହଂଘର ସଭାପତି ହେଉଛନ୍ତି, ତା’ହେଲେ ମୁଁ ରେସଲିଂ ଛାଡ଼ିବାକୁ ଯାଉଛି। ଆମେ ଆମ ଦୁଃଖ ଏବେ କାହାକୁ କହିବୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, “ଆମେ ଜଣେ ମହିଳା ସଭାପତି ପାଇଁ ଦାବି କରିଥିଲୁ। ଯଦି ସଭାପତି ଜଣେ ମହିଳା ହେବେ, ତା’ହେଲେ ନିର୍ଯାତନା ଘଟଣା ଘଟିବ ନାହିଁ। କିନ୍ତୁ ପୂର୍ବରୁ କେବେ ହେଲେ ବି କୌଣସି ମହିଳା ନିର୍ବାଚନ ଲଢ଼ି ନଥିଲେ। ଆମେ ଆଜି ଏହି ତାଲିକା ଦେଖିପାରିବା। କୌଣସି ମହିଳାଙ୍କୁ କେବେ ହେଲେ କୌଣସି ପଦ ଦିଆଯାଇ ନାହିଁ। ଆମେ ପୂରା କ୍ଷମତାର ସହ ଲଢ଼େଇ କରିଥିଲୁ। ଆଗକୁ ଏହି ଲଢ଼େଇ ଜାରି ରହିବ। ନୂଆ ପିଢ଼ିର ରେସଲରଙ୍କୁ ଲଢ଼େଇ କରିବାକୁ ପଡ଼ିବ।” 

ଏହି ସମୟରେ ସାକ୍ଷୀ ମଲିକ ନିଜ ଲୁହକୁ ନିୟନ୍ତ୍ରଣ କରିପାରି ନଥିଲେ। ସେ କାନ୍ଦିବା ଆରମ୍ଭ କରିଥିଲେ। କାନ୍ଦି କାନ୍ଦି ସେ ସାମ୍ବାଦିକ ସମ୍ମିଳନୀରୁ ଉଠି ଚାଲି ଯାଇଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ ଗେମ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଥିବା ଭିନେଶ ଫୋଗଟ ମଧ୍ୟ ସାମ୍ବାଦିକ ସମ୍ମିଳନୀ ବେଳେ କାନ୍ଦିଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ସଞ୍ଜୟ ସିଂହ ମହାସଂଘର ସଭାପତି ହୋଇଛନ୍ତି। ମହିଳା ରେସଲରମାନେ ପୂର୍ବଭଳି ନିର୍ଯାତନାର ସମ୍ମୁଖୀନ ହେବେ।

ଆମେ ଏ ଦେଶରେ କେମିତି ନ୍ୟାୟ ପାଇବୁ, ସେକଥା ଜାଣିପାରୁନୁ। ଆମମାନଙ୍କର ରେସଲିଂ କ୍ୟାରିୟର ପୂରା ଅନ୍ଧାର ହୋଇଯାଇଛି। ଏବେ ଆମେ କୁଆଡ଼େ ଯିବୁ, ସେକଥା ଜାଣିପାରୁନୁ। ଆମେ କୁସ୍ତି ମହାସଂଘର ସଭାପତି ଭାବେ ଜଣେ ମହିଳାଙ୍କୁ ଦେଖିବାକୁ ଚାହୁଁଥିଲୁ। 

ବଜରଙ୍ଗ ପୁନିଆଙ୍କ କହିବା କଥା ଯେ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଆମର ଲିଙ୍କ କୌଣସି ଦଳ ସହ ନାହିଁ। ଆମେ ଏଠାକୁ ରାଜନୀତି ପାଇଁ ଆସିନୁ। ଆମେ ସତ୍ୟ ପାଇଁ ଲଢ଼େଇ କରୁଥିଲୁ। କିନ୍ତୁ ଆଜି ବ୍ରିଜ ଭୂଷଣଙ୍କ ଜଣେ ସହଯୋଗୀ କୁସ୍ତି ମହାସଂଘର ସଭାପତି ହୋଇଯାଇଛନ୍ତି ବୋଲି ସେ କହିଛନ୍ତି। 

ସଞ୍ଜୟ ସିଂହଙ୍କ ବିରୋଧରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ଅନୀତା ଶେଓରନ ଛିଡ଼ା ହୋଇଥିଲେ। ଅନୀତାଙ୍କୁ ବ୍ରିଜ ଭୂଷଣଙ୍କ ବିରୋଧରେ ବିକ୍ଷୋଭ କରିଥିବା ଟପ୍‌ ରେସଲରମାନେ ସମର୍ଥନ କରିଥିଲେ। କିନ୍ତୁ ସଞ୍ଜୟ ସିଂହ ମୋଟ ୪୭ ଭୋଟରୁ ୪୦ଟି ହାସଲ କରି ଅନୀତାଙ୍କୁ ହରାଇ ଦେଇଛନ୍ତି।

ସଞ୍ଜୟ ସିଂହଙ୍କୁ ବ୍ରିଜ ଭୂଷଣ ପୂରା ସମର୍ଥନ କରିଥିଲେ। ବ୍ରିଜ ଭୂଷଣ ରେସଲିଂ ସଂଘର ମୁଖ୍ୟ ଭାବେ ୧୨ ବର୍ଷ ହେଲା କାମ କରୁଥିଲେ। ଏହି ସମୟରେ ଅନେକ ମହିଳା ରେସଲରଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ତାଙ୍କୁ ରେସଲିଂ ମହାସଂଘରୁ ବିଦା କରିବାକୁ ଦାବି ହୋଇଥିଲା। ଏଥିପାଇଁ ନିର୍ବାଚନ କରାଯାଇଥିଲା। କିନ୍ତୁ ନିର୍ବାଚନରେ ବ୍ରିଜ ଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂହ ହିଁ ବିଜୟୀ ହୋଇଛନ୍ତି। 

Indian Wrestler Brij Bhushan Sharan Singh Wrestling Body Chief Brij Bhushan Singh Brij Bhushan Singh Harassed Wrestlers Wrestlers Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe