୫ ଜଣ ଆସିଥିଲେ ନେଇଗଲେ ୩ ପଦକ: ଭାରତରୁ ୧୨୪ ଯାଇ ଆଣିଲେ ୭

ଟୋକିଓ: ଜୁଲାଇ ୨୩ ତାରିଖରେ ଟୋକିଓ ଅଲିମ୍ପିକ୍ସର ଶୁଭାରମ୍ଭ ହୋଇଥିଲା। କରୋନା କାରଣରୁ ବର୍ଷକ ବିଳମ୍ବରେ ଏହି କ୍ରୀଡ଼ା ମହାକୁମ୍ଭ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଦେଶର ୧୧ହଜାରରୁ ଊର୍ଦ୍ଧ୍ୱ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। ୟୁରୋପିଆନ୍ ଦେଶ ସାନ୍ ମାରିନୋର ମଧ୍ୟ ୫ ଖେଳାଳି ଏହି ଗେମ୍ସକୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଭାରତର ୧୨୪ ଜଣ ଖେଳାଳି ଅଲିମ୍ପିକ୍ସରେ ଭାଗ ନେଇଥିଲେ। ସାନ୍ ମାରିନୋର ଜନସଂଖ୍ୟା ମାତ୍ର ୩୩ହଜାର ହୋଇଥିବା ବେଳେ ଭାରତର ଜନସଂଖ୍ୟା ୧୩୫ କୋଟିରୁ ଅଧିକ। […]

san-marino

san-marino

Ranjit Kumar Jena
  • Published: Sunday, 08 August 2021
  • Updated: 08 August 2021, 09:12 PM IST

ଟୋକିଓ: ଜୁଲାଇ ୨୩ ତାରିଖରେ ଟୋକିଓ ଅଲିମ୍ପିକ୍ସର ଶୁଭାରମ୍ଭ ହୋଇଥିଲା। କରୋନା କାରଣରୁ ବର୍ଷକ ବିଳମ୍ବରେ ଏହି କ୍ରୀଡ଼ା ମହାକୁମ୍ଭ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଦେଶର ୧୧ହଜାରରୁ ଊର୍ଦ୍ଧ୍ୱ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। ୟୁରୋପିଆନ୍ ଦେଶ ସାନ୍ ମାରିନୋର ମଧ୍ୟ ୫ ଖେଳାଳି ଏହି ଗେମ୍ସକୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଭାରତର ୧୨୪ ଜଣ ଖେଳାଳି ଅଲିମ୍ପିକ୍ସରେ ଭାଗ ନେଇଥିଲେ। ସାନ୍ ମାରିନୋର ଜନସଂଖ୍ୟା ମାତ୍ର ୩୩ହଜାର ହୋଇଥିବା ବେଳେ ଭାରତର ଜନସଂଖ୍ୟା ୧୩୫ କୋଟିରୁ ଅଧିକ। ଅର୍ଥାତ୍ ଦୁଇ ଦେଶ ମଧ୍ୟରେ ଆକାଶ ପାତାଳ ବ୍ୟବଧାନ ରହିଛି।

[caption id="" align="alignnone" width="2560"] Alessandra Perilli of San Marino[/caption]

ଜନସଂଖ୍ୟା ହିସାବରେ ସାନ୍ ମାରିନୋ ଓ ଭାରତ ମଧ୍ୟରେ ହୁଏତ ବଡ଼ ବ୍ୟବଧାନ ରହିଛି, କିନ୍ତୁ ପଦକ ମାମଲାରେ ଦୁଇ ଦେଶ ମଧ୍ୟରେ ସେତେଟା ବ୍ୟବଧାନ ନାହିଁ। ଭାରତ ଟୋକିଓ ଅଲିମ୍ପିକ୍ସରେ ୭ଟି ପଦକ ଜିତିଥିବା ବେଳେ ସାନ୍ ମାରିନୋ ୩ଟି ପଦକ ହାସଲ କରିଛି। ଭାରତ ପକ୍ଷରୁ ଜାଭେଲିନ୍ ଥ୍ରୋ'ରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହାବ୍ୟତୀତ ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ ଏବଂ ରେସଲର୍ ରବି ଦାହିୟା ରୌପ୍ୟ ପଦକ ଏବଂ ମହିଳା ବକ୍ସର ଲଭଲିନା ବୋର୍ଗୋହେନ୍, ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ, ଭାରତୀୟ ପୁରୁଷ ହକି ଟିମ୍ ଏବଂ ରେସଲର୍ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି। ଜନସଂଖ୍ୟା ତୁଳନାରେ ଦେଖିବାକୁ ଗଲେ ସାନ୍ ମାରିନୋକୁ ୧୧ହଜାର ଜନସଂଖ୍ୟାରେ ଗୋଟିଏ ପଦକ ମିଳିଛି। ତେବେ ଭାରତର ୧୯ କୋଟି ଜନସଂଖ୍ୟାରେ ଗୋଟିଏ ପଦକ ଆସିଛି।

San Marino Becomes Smallest Country to Win Olympic Medal

ଅଲିମ୍ପିକ୍ସରେ ସାନ୍ ମାରିନୋର ଏହା ୧୫ଶ ପଦାର୍ପଣ। ଏହା ପୂର୍ବରୁ ସାନ୍ ମାରିନୋ ୧୪ଥର ଅଲିମ୍ପିକ୍ସରେ ଭାଗ ନେଇଥିଲେ ହେଁ ଗୋଟିଏ ବି ପଦକ ଜିତିପାରିନଥିଲା। କିନ୍ତୁ ଏଥର ଏହି ଦେଶ ଶୁଟିଂରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି। ସେହିପରି ରେସଲିଂରେ ସାନ୍ ମାରିନୋକୁ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି। ଟୋକିଓରେ ଏଥର ଏହି ଦଳ ୫ ଖେଳାଳିଙ୍କ ସହ ଓହ୍ଲାଇଥିଲା। ଅନ୍ୟପକ୍ଷରେ ଭାରତ ୨୫ଥର ଅଲିମ୍ପିକ୍ସରେ ଭାଗ ନେଇଛି।

ଟୋକିଓ ପୂର୍ବରୁ ଅଲିମ୍ପିକ୍ସ ଇତିହାସରେ ଭାରତକୁ ୨୮ ପଦକ ମିଳିଥିଲା, ଯେଉଁଥିରେ ୯ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୨ ବ୍ରୋଞ୍ଜ ପଦକ ସାମିଲ୍ ଥିଲା। ଟୋକିଓରେ ଭାରତର ୧୨୪ ଜଣ ଖେଳାଳି ଭାଗ ନେଇଛନ୍ତି ଏବଂ ଦେଶ ମାତ୍ର ୭ ପଦକ ଜିତିଛି। ହେଲେ ଏଥର ଭାରତ ସର୍ବାଧିକ ପଦକ ଜିତିବାର ରେକର୍ଡ ମଧ୍ୟ କରିଛି। ଏହାସହ ପ୍ରଥମଥର କୌଣସି ଭାରତୀୟ ଖେଳାଳି ଆଥଲେଟିକ୍ସରେ ପଦକ ମଧ୍ୟ ଜିତିଛି। ନୀରଜ ଚୋପ୍ରା ଜାଭେଲିନରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଅଲିମ୍ପିକ୍ସ ଇତିହାସରେ ଭାରତ ଏପର୍ଯ୍ୟନ୍ତ ୮ଟି କ୍ରୀଡ଼ାରେ ପଦକ ଜିତିଛି। ଭାରତକୁ ଏପର୍ଯ୍ୟନ୍ତ ଆଥଲେଟିକ୍ସ, ବ୍ୟାଡମିଣ୍ଟନ, ବକ୍ସିଂ, ହକି, ଶୁଟିଂ, ଟେନିସ୍, ଭାରୋତ୍ତୋଳକ ଓ ରେସଲିଂରେ ପଦକ ମିଳିଛି। ଅନ୍ୟପକ୍ଷରେ ସାନ୍ ମାରିନୋ ଦୁଇଟି କ୍ରୀଡ଼ାରେ ପଦକ ଜିତିଛି। ଶୁଟିଂ ଓ ରେସଲିଂରେ ଏହି ଦେଶର ଆଥଲେଟ୍ ପଦକ ଜିତିବାରେ ସଫଳ ହୋଇଛନ୍ତି। ହେଲେ ସାନ୍ ମାରିନୋ ଏପର୍ଯ୍ୟନ୍ତ ସ୍ୱର୍ଣ୍ଣ ପଦକ ଜିତିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story