Advertisment

ସୋଏବଙ୍କୁ ବିବାହ କରିବେ ଆୟଶା! ମୁହଁ ଖୋଲିଲେ ପାକ୍ ଅଭିନେତ୍ରୀ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କ ବିବାହ ଏବେ ଦୋ’ଛକିରେ ପହଞ୍ଚିଛି। ଉଭୟଙ୍କ ବିବାହ ବିଚ୍ଛେଦକୁ ନେଇ ବେଶ୍ କିଛି ଦିନ ହେବ ଖୁବ୍ ଚର୍ଚ୍ଚା ହେଉଛି। ଏଦୁହିଁଙ୍କ ଛାଡପତ୍ର ହୋଇସାରିଛି ଆଉ ସୋଏବ ଖୁବଶୀଘ୍ର ପାକିସ୍ତାନୀ ଅଭିନେତ୍ରୀ ଆୟଶା ଓମାରଙ୍କୁ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଏହାରି ଭିତରେ ସୋଏବଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଆୟଶା ଓମାର। ସୋଏବଙ୍କୁ ସତରେ […]

ଅଦ୍ୟତନ ହୋଇଛି
ସୋଏବଙ୍କୁ ବିବାହ କରିବେ ଆୟଶା! ମୁହଁ ଖୋଲିଲେ ପାକ୍ ଅଭିନେତ୍ରୀ

pakistani-actress-ayesha-omar on -shoaib-divorce

Advertisment

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କ ବିବାହ ଏବେ ଦୋ’ଛକିରେ ପହଞ୍ଚିଛି। ଉଭୟଙ୍କ ବିବାହ ବିଚ୍ଛେଦକୁ ନେଇ ବେଶ୍ କିଛି ଦିନ ହେବ ଖୁବ୍ ଚର୍ଚ୍ଚା ହେଉଛି। ଏଦୁହିଁଙ୍କ ଛାଡପତ୍ର ହୋଇସାରିଛି ଆଉ ସୋଏବ ଖୁବଶୀଘ୍ର ପାକିସ୍ତାନୀ ଅଭିନେତ୍ରୀ ଆୟଶା ଓମାରଙ୍କୁ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଏହାରି ଭିତରେ ସୋଏବଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଆୟଶା ଓମାର।

Advertisment

Amid Sania-Shoaib divorce buzz, Pak actress Ayesha Omar's name pops up - Oneindia News

ସୋଏବଙ୍କୁ ସତରେ କ’ଣ ସେ ବିବାହ କରିବାକୁ ଯାଉଛନ୍ତି କି ବୋଲି ନିକଟରେ ଜଣେ ସୋଶାଲ ମିଡିଆ ୟୁଜର୍ ଆୟଶାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରେ ଆୟଶା କହିଛନ୍ତ, ନା, ବିଲ୍‌କୁଲ୍ ବି ନୁହେଁ। ସୋଏବ ବିବାହିତ ଓ ସେ ତାଙ୍କ ପତ୍ନୀଙ୍କ ସହ ବେଶ୍ ଖୁସିରେ ଅଛନ୍ତି। ଆମେ ଦୁହେଁ ବେଶ୍ ଭଲ ବନ୍ଧୁ। ମୁଁ ଉଭୟ ସୋଏବ ଓ ତାଙ୍କ ପତ୍ନୀ ସାନିଆଙ୍କୁ ସମ୍ମାନ କରେ। ଆମ ଭିତରେ କେବଳ ବନ୍ଧୁତା ହିଁ ରହିଛି।’

https://twitter.com/galaxylollywood/status/1457694977136513030?s=20&t=nNo7q1MsVaCeNimUVCCueA

Advertisment

ସାନିଆ ଓ ସୋଏବ୍ ୨୦୧୦ ଏପ୍ରିଲ୍ ୧୨ ତାରିଖରେ ହାଇଦ୍ରାବାଦ ସ୍ଥିତ ତାଜ୍ କ୍ରିଷ୍ଣା ହୋଟେଲରେ ମୁସଲିମ୍ ରୀତିରେ ବିବାହ କରିଥିଲେ। ୨୦୧୮ରେ ସାନିଆ ପୁତ୍ର ସନ୍ତାନ ଇଝାନଙ୍କୁ ଜନ୍ମ ଦେଇଥିଲେ। ନିକଟରେ ସାନିଆ ଓ ସୋଏବ୍ ଖୁବଶୀଘ୍ର ଅଲଗା ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଥିଲା।

ଏହି ବିଚ୍ଛେଦ ପଛରେ ପାକିସ୍ତାନ ଅଭିନେତ୍ରୀ ଆୟଶା ଓମାରଙ୍କୁ ଦାୟୀ କରାଯାଇଥିଲା। ଏଥିପାଇଁ ତାଙ୍କୁ ସୋଶାଲ ମିଡିଆରେ ଖୁବ ଜୋର୍‌ସୋର୍‌ରେ ଟ୍ରୋଲ୍ ମଧ୍ୟ କରାଯାଇଥିଲା। ତେବେ ଏସବୁ ପରେ ବି ସାନିଆ ଓ ସୋଏବ ଏଯାଏଁ ନିଜ ଛାଡପତ୍ର ପ୍ରସଙ୍ଗକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe