saina-hingis
ବେଜିଂ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ସୁଇଜରଲାଣ୍ଡର ମାର୍ଟିନା ହିଙ୍ଗିସ୍ ପୁଣି ଏକ ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି। ଏଦୁହେଁ ଆଜି ଜିତି ଯାଇଛନ୍ତି ଚାଇନ୍ ଓପନ୍। ହାଓ ଚିଂ ଓ ୟଙ୍ଗ୍ ଜାନ୍ ଯୋଡ଼ିକୁ ସାନିଆ ଓ ହିଙ୍ଗିସ୍ ୬-୭, ୬-୧ ଓ ୧୦-୮ ରେ ପରାସ୍ତ କରିଛନ୍ତି। ଏହା ସହିତ ଚଳିତ ବର୍ଷ ଏହି ଯୋଡ଼ି ଜିତିଛନ୍ତି ୮ଟି ଡବଲ୍ସ ଟାଇଟଲ୍।
ଏହା ପୂର୍ବରୁ ସାନିଆ ଓ ହିଙ୍ଗିସ୍ ଯୋଡି ଗତ ଶନିବାର ଜିତି ଥିଲେ ଉହାନ ଓପନ୍ ମହିଳା ଡବଲ୍ସ ଟ୍ରଫି। ଉହାନ ଓପନ୍ ପୂର୍ବରୁ ସାନିଆ ଓ ହିଙ୍ଗିସ୍ ଇଣ୍ଡିଆନ୍ ୱେଲ୍ସ, ମିଆମି, ଚାର୍ଲସଟୋନ୍, ୱିମ୍ବଲଡନ୍, ୟୁଏସ୍ ଓପନ୍ ଓ ଗୁଆଙ୍ଗଝୁ ଓପନର ମହିଳା ଡବଲ୍ସ ଟାଇଟଲ୍ ଜିତିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/saina-hinis.jpg)