ଛାଡ଼ପତ୍ର ଚର୍ଚ୍ଚା ଭିତରେ ଇମୋସନାଲ ହେଲେ ସାନିଆ

ନୂଆଦିଲ୍ଲୀ: ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କ ବୈବାହିକ ଜୀବନରେ ଆସିଥିବା ଝଡ଼ ଥମିବା ପରି ଲାଗୁନି। ବିବାହର ଦୀର୍ଘ ବର୍ଷ ପରେ ଏହି ସେଲିବ୍ରିଟି ଦମ୍ପତି ଅଲଗା ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ଉଭୟ ପକ୍ଷ ମଧ୍ୟରୁ ଗଣମାଧ୍ୟମରେ କିଛି ମନ୍ତବ୍ୟ ଦିଆଯାଉ ନ ଥିବା ବେଳେ ପାକିସ୍ତାନର ମିଡିଆ  ଦାବି କରୁଛି ଯେ ଉଭୟ ଅଲଗା ରହୁଛନ୍ତି। ଛାଡପତ୍ର ଖବର ମଧ୍ୟରେ ଏହି ଭାରତୀୟ ଟେନିସ […]

sania

  • Published: Saturday, 26 November 2022
  • , Updated: 26 November 2022, 09:41 AM IST

ନୂଆଦିଲ୍ଲୀ: ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କ ବୈବାହିକ ଜୀବନରେ ଆସିଥିବା ଝଡ଼ ଥମିବା ପରି ଲାଗୁନି। ବିବାହର ଦୀର୍ଘ ବର୍ଷ ପରେ ଏହି ସେଲିବ୍ରିଟି ଦମ୍ପତି ଅଲଗା ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏନେଇ ଉଭୟ ପକ୍ଷ ମଧ୍ୟରୁ ଗଣମାଧ୍ୟମରେ କିଛି ମନ୍ତବ୍ୟ ଦିଆଯାଉ ନ ଥିବା ବେଳେ ପାକିସ୍ତାନର ମିଡିଆ  ଦାବି କରୁଛି ଯେ ଉଭୟ ଅଲଗା ରହୁଛନ୍ତି।

ଛାଡପତ୍ର ଖବର ମଧ୍ୟରେ ଏହି ଭାରତୀୟ ଟେନିସ ତାରକାଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି। ନିଜ ବିବାହକୁ ନେଇ ମୁହଁ ଖୋଲୁ ନ ଥିବା ସାନିଆ କିନ୍ତୁ ଏକ ଇମୋଶନାଲ ପୋଷ୍ଟ କରିଥିବା ବେଳେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସାନିଆ ମିର୍ଜା ଲେଖିଛନ୍ତି ଯେ  ‘ମଣିଷ, ଆଲୋକ ଏବଂ ଅନ୍ଧକାରରେ  ତିଆରି । ଯେତେବେଳେ ତୁମେ ଟିକିଏ ଦୁର୍ବଳ ହେବା ଆରମ୍ଭ କର, ସେତେବେଳେ ତୁମେ ନିଜକୁ ବହୁତ ଭଲ ପାଅ।  ଯେତେବେଳେ ତୁମର ହୃଦୟ ଭାରି ଭାରି ଅନୁଭବ କରେ ନିଜକୁ ଏକ ବ୍ରେକ୍‌ ଦେବାକୁ ଶିଖ।’

[caption id="attachment_784448" align="aligncenter" width="650"] ପରିବାର ସହ ସାନିଆ ।[/caption]

ସାନିଆଙ୍କ ଏହି ପୋଷ୍ଟ ସ୍ପଷ୍ଟ କରିଛି ଯେ ତାଙ୍କ ଜୀବନରେ  ସବୁ କିଛି ଠିକ୍‌ ନାହିଁ। ଦୀର୍ଘ ଦିନର ବୈବାହିକ ସମ୍ପର୍କରେ ଝଡ଼ ଆସିଥିବା ଆଲୋଚନା ହେଉଥିବା ବେଳେ ଏହା ମଧ୍ୟରେ ସାନିଆ ନିଜ ପୁଅ ସହ ଦୁବାଇରେ ରହୁଥିବା ଜଣାଯାଇଛି। ଏପରିକି କିଛି ଦିନ ତଳେ ସାନିଆ ପୁଅ ସହ ଦୁବାଇ ଫ୍ଲାଟରୁ ଏକ ଫଟୋ ପୋଷ୍ଟ କରିଥିଲେ।

କିଛି ଦିନ ପୂର୍ବେ ଉଭୟ ସାନିଆ ଓ ସୋଏବ ଏକ ଟକ୍‌ ସୋ’ରେ ଭାଗ ନେବା କଥା ଚର୍ଚ୍ଚା ହୋଇଥିଲା। ଉକ୍ତ ସୋ’ର ଫଟୋ ଭାଇରାଲ ହୋଇଥିବା ବେଳେ ଏହାପରେ ଛାଡ଼ପତ୍ର ଖବର ସାମନାକୁ ଆସିଥିଲା। ତେଣୁ ପ୍ରଥମେ ଲୋକେ ଏହାକୁ ବିଶ୍ୱାସ କରୁ ନ ଥିବା ବେଳେ ଏହାକୁ ପବ୍ଲିସିଟି ଷ୍ଟଣ୍ଡ ବୋଲି କହୁଥିଲେ। କିନ୍ତୁ ଧୀରେ ଧୀରେ ଏହାକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି।

[caption id="attachment_784451" align="aligncenter" width="650"] ସାନିଆ ମିର୍ଜାଙ୍କ ଟ୍ୱିଟ ।[/caption]

Related story