/odisha-reporter/media/post_attachments/uploadimage/library/16_9/16_9_0/IMAGE_1718950553.jpg)
Morphed Photo
ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର୍ ମହମ୍ମଦ ଶାମି ଓ ପୂର୍ବତନ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଦୁଇ କ୍ରୀଡ଼ାବିତଙ୍କ ବାହାଘର ସମୟର ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ୍ ହେଉଛି। ଉଭୟଙ୍କ ବିବାହ ଗୁଜବ ମଧ୍ୟରେ ମୁହଁ ଖୋଲିଛନ୍ତି ସାନିଆ ମିର୍ଜାଙ୍କ ବାପା ଇମ୍ରାନ।
ସାନିଆଙ୍କ ବାପା ଇମ୍ରାନ କହିଛନ୍ତି ଯେ, ବାହାଘରକୁ ନେଇ ଚାଲିଥିବା ଗୁଜବର କୌଣସି ସତ୍ୟାସତ୍ୟ ନାହିଁ। ନିଶ୍ଚିତ ରୂପେ ଏହା ଏକ ବକବାସ, ସେ(ସାନିଆ) କେବେବି ତାଙ୍କୁ(ଶାମି) ଭେଟିନାହିଁ।
ପ୍ରକାଶ ଥାଉକି, ସାନିଆ ମିର୍ଜା ୨୦୧୦ରେ ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କୁ ବିବାହ କରିଥିଲେ। ଚଳିତ ବର୍ଷ ଉଭୟଙ୍କ ଛାଡ଼ପତ୍ର ହେବା ପରେ ସୋଏବେ ନିକଟରେ ପାକିସ୍ତାନର ଜଣେ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। କ୍ରିକେଟର ମହମ୍ମଦ ଶାମି ମଧ୍ୟ ପତ୍ନୀ ହସିନା ଜାହାଁଙ୍କଠାରୁ ଅଲଗା ରହୁଛନ୍ତି।
ଏପରି ସମୟରେ ଉଭୟଙ୍କ ବାହାଘର ସମୟର ଫଟୋ ଭାଇରାଲ୍ ହେଇଥିଲା, ଯାହାକୁ ସତ ମାନି ନେଇଥିଲେ ନେଟିଜେନ୍ସ । ବାସ୍ତବରେ ଭାଇରାଲ୍ ହେଉଥିବା ଫଟୋ ସୋଏବ ଓ ସାନିଆଙ୍କ ବାହାଘର ସମୟର।
୨୦୧୦ର ଏହି ଫଟୋକୁ ବିକୃତ କରାଯାଇ ସେଥିରେ ଶାମିଙ୍କ ଫଟୋ ଲଗାଯାଇଛି। ଜୁନ୍ ୧୨ରେ ଏହି ଫଟୋ ପୋଷ୍ଟ ହେବା ପରେ ଭାଇରାଲ୍ ହୋଇଥିଲା, ଯାହାକୁ ନେଇ ସାନିଆଙ୍କ ବାପା ସ୍ପଷ୍ଟୀକରଣ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
