Advertisment

ଆରସିବି ଟିମ୍‌ରେ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ମେଣ୍ଟର ନିଯୁକ୍ତ

ଆରସିବି ଓମମେନ୍‌ସ ଦଳର ମେଣ୍ଟର ଦାୟିତ୍ୱ ପାଇବା ନେଇ ସାନିଆ କହିଛନ୍ତି, ଏହି ଟିମ୍‌ରେ ସାମିଲ ହେବା ତାଙ୍କ ପାଇଁ ଖୁସିର ବିଷୟ।

author-image
Niranjan Mishra
ଅଦ୍ୟତନ ହୋଇଛି
Sania Mirza

Sania Mirza

ଓମେନ୍‌ସ ପ୍ରେମିୟର ଲିଗ୍‌- ୨୦୨୩ରେ ଆରସିବି ପାଇଁ ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କୁ ମେଣ୍ଟର ନିଯୁକ୍ତ କରାଯାଇଛି। ରୟାଲ ଚ୍ୟାଲେଞ୍ଜର୍‌ସ ବାଙ୍ଗାଲୁରୁ(ଆରସିବି) ଟିମ୍‌ର ମାନସୀକ ମନବଳ ବଢ଼ାଇବା ନିମନ୍ତେ ସାନିଆ ଗୁରୁମନ୍ତ୍ର ଦେବେ। ଆରସିବି ତାର ଅଭିଯାନ ଆସନ୍ତା ମାର୍ଚ୍ଚ ୫ରେ ଦିଲ୍ଲୀ କ୍ୟାପିଟାଲ ବିରୋଧରେ ମୁମ୍ବାଇ ଠାରେ ଖେଳି ଆରମ୍ଭ କରିବ।

Advertisment

ସାନିଆ ଯିଏକି ୬ ଥର ଗ୍ରାଣ୍ଡ ସ୍ଲାମ୍ସ ଜିତିଛନ୍ତି। ୨୦୨୩ରେ ସେ ଅଷ୍ଟ୍ରେଲିଆନ୍ ଓପନ୍‌ରେ ଖେଳିଥିଲେ। ଏହି ଅଷ୍ଟ୍ରଲିଆନ୍ ଓପନ୍‌ ମିକ୍ସ ଲବ୍‌ଲ୍ସ ଇଭେଣ୍ଟରେ ସେ ରୋହନ ବୋପାନ୍ନାଙ୍କ ସହ ଖେଳି ରନର୍ସ-ଅପ୍‌ ହୋଇଥିଲେ।

ଆରସିବି ଓମମେନ୍‌ସ ଦଳର ମେଣ୍ଟର ଦାୟିତ୍ୱ ପାଇବା ନେଇ ସାନିଆ କହିଛନ୍ତି, ଏହି ଟିମ୍‌ରେ ସାମିଲ ହେବା ତାଙ୍କ ପାଇଁ ଖୁସିର ବିଷୟ। ଓମେନ୍‌ସ ପ୍ରେମିୟର ଲିଗ୍‌ ଭାରତୀୟ କ୍ରିକେଟ ଟିମ୍‌କୁ ଆହୁରି ମଜଭୁତ କରିବାରେ ସହାୟ ହେବ। ଖେଳିମାନଙ୍କ ମନବଳ ବଢ଼ାଇବା ନିମନ୍ତେ ସେ ନିଶ୍ଚୟ ସମସ୍ତ ପ୍ରକାର ଚେଷ୍ଟା କରିବେ। ଖେଳରୁ ଅବସର ପରେ ମଧ୍ୟ ମୋର ସମସ୍ତ ଅନୁଭୂତି ଖେଳର ବିକାଶ ନିମନ୍ତେ ଦେବାକୁ ରଖିଥିବା ଲକ୍ଷ୍ୟ ଏହା ଜରିଆରେ ସାଧିତ ହେବ। ଆରସିବି ଖୁବ୍‌ ଲୋକପ୍ରିୟ ଟିମ୍‌। ଓମେନ୍‌ସ ପ୍ରେମିୟର ଲିଗ୍‌ ଜରିଆରେ ଝିଅମାନେ କ୍ରିକେଟକୁ କ୍ୟାରିୟର କରି ଶୀର୍ଷରେ ପହଞ୍ଚିବାକୁ ରଖିବା ଥିବା ଲକ୍ଷ୍ୟକୁ ସାଧିତ କରିବେ।

Advertisment

ସୂଚନା ଥାଉକି, ଆରସିବି ଓମେନ୍‌ସ ପ୍ରେମିୟର ଲିଗ୍‌ରେ ଅକ୍ସନ ଜରିଆରେ ତାର ସୁଦୃଢ଼ ଟିମ୍‌ ପ୍ରସ୍ତୁତ କରିଛି। ଏହି ଟିମ୍‌ରେ ଭାରତୀୟ ଓପନର ସ୍ମୃତି ମନ୍ଦାନା ଓ ଅଷ୍ଟ୍ରଲିଆ ଅଲରାଉଣ୍ଡର ଇଲିସି ପେରୀ, ଇଂଲଣ୍ଡ ବିଶ୍ୱକପ୍ ବିଜୟୀ ଦଳର କ୍ୟାପଟେନ୍ ହିଟ୍‌ଥର କ୍‌ନାଇଟ, ନ୍ୟୁଜିଲାଣ୍ଡର କ୍ୟାପଟେନ୍ ସୋଫି ଡେଭିନି ପ୍ରଭୃତି ଖେଳାଳି ରହିଛନ୍ତି। ମାନ୍ଦାନା ସବୁଠାରୁ ଦାମୀ ଖେଳାଳି ଭାବେ ଅକ୍ସନ ହୋଇଛନ୍ତି। ସେ ଏହି ଗେମ୍‌ ଖେଳିବା ନିମନ୍ତେ ୩.୪ କୋଟି ଟଙ୍କା ପାଇବେ।

WPL