Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ରୁତତମ ଶତକ ହାସଲ କଲେ ସାମସନ୍

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦୨ ରନ ସ୍କୋର କରିଛି। ୪୭ ବଲରୁ ଦ୍ରୁତତମ ଶତକ ହାସଲ କଲେ ସଞ୍ଜୁ ସାମସନ୍।

ଅଦ୍ୟତନ ହୋଇଛି
Sanju Samson

Sanju Samson

Advertisment

ଡର୍ବାନରେ ସାମସନ୍ ଶୋ'। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚରେ ଚମକିଲେ ଭାରତୀୟ ଷ୍ଟାର ୱିକେଟ କିପର-ବ୍ୟାଟର ସଞ୍ଜୁ ସାମସନ। କେବଳ ୪୭ ବଲରୁ ଶତକ ହାସଲ କରିଥିବା ସାମସନ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟର ହୋଇପାରିଛନ୍ତି। ତେବେ ସାମସନଙ୍କ ଶତକ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ଏହି ମ୍ୟାଚରେ ୨୦୨ ରନ ସ୍କୋର କରିବାରେ ସମର୍ଥ ହୋଇଛି।

Advertisment

ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଏଡେନ ମାରକ୍ରମ। ଭାରତୀୟ ଦଳକୁ ଭଲ ଆରମ୍ଭ ମିଳିଥିଲେ ବି କେବଳ ୭ ରନ କରି ପ୍ୟାଭିଲିୟନ ଫେରିଥିଲେ ଓପନର ଅଭିଷେକ ଶର୍ମା। ଏହାପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କିଛି ସମୟ ସଞ୍ଜୁ ସାମସନଙ୍କ ସାଥ ଦେଇଥିଲେ। ହେଲେ ସେ ୨୧ ରନ ହିଁ କରିପାରିଥିଲେ। ତିଳକ ବର୍ମା ମଧ୍ୟ ସ୍କୋର ବୋର୍ଡକୁ ଗତି ଦେଇ ସାମସନଙ୍କ ସହ ଭଲ ଭାଗିଦାରୀ ଗଢ଼ିଥିଲେ। ସେ ୧୮ ବଲରୁ ୩୩ ରନର ପାଳି ଖେଳି ଆଉଟ ହୋଇଥିଲେ।

ଗୋଟିଏ ପଟେ ବ୍ୟାଟିଂ ବିପର୍ଯ୍ୟୟ ଘଟୁଥିବାବେଳେ ଅନ୍ୟପଟେ କିନ୍ତୁ ଧୂଆଁଧାର ବ୍ୟାଟିଂ ଜାରି ରଖି ବିସ୍ଫୋରକ ଶତକ ହାସଲ କରିଥିଲେ ସଞ୍ଜୁ। ସେ କେବଳ ୪୭ ବଲରୁ ଶତକ ଅର୍ଜନ କରି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ରୁତତମ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟର ହୋଇପାରିଛନ୍ତି। ଦଳୀୟ ସ୍କୋର ୧୭୫ ହୋଇଥିବାବେଳେ ସାମସନଙ୍କ ଏହି ଧୂଆଁଧାର ପାଳିରେ ବ୍ରେକ ଲାଗିଥିଲା। ସେ ୫୦ ବଲରୁ ୭ଟି ଚୌକା ଓ ୧୦ ଛକା ବଳରେ ୧୦୭ ରନ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଙ୍କୁ ସିଂ (୧୧)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିପାରିନଥିଲେ। ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୨୦୨ ରନ ସ୍କୋର କରିଛି ଭାରତ। ଅର୍ଥାତ ବିଜୟ ପାଇଁ ଘରୋଇ ଦକ୍ଷିଣ ଆଫ୍ରିକାକୁ ୨୦୩ ରନ ଆବଶ୍ୟକ।

Advertisment
India Vs South Africa Sanju Samson IND Vs SA 1st T20
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe