Advertisment

ଫେବୃଆରୀ ୨୦ ଯାଏ ପୁଲିସ୍‌ ହେପାଜତକୁ ଗଲେ ପୃଥ୍ୱୀ ଶ’ଙ୍କ ସହ ଝଗଡ଼ା କରିଥିବା ଯୁବତୀ

ସ୍ୱପ୍ନା ନିଜର ପକ୍ଷ ରଖି କହିଛନ୍ତି ଯେ ଶ’ଙ୍କ ସହ ୮ରୁ ୯ ଜଣ ଲୋକ ଥିଲେ। ଆମେ କେବଳ ଦୁଇ ଜଣ ଥିଲୁ।

Sapna Gill

Sapna Gill

Advertisment

ଯୁବ କ୍ରିକେଟର ପୃଥ୍ୱୀ ଶ’ଙ୍କ ସହ ସେଲଫି ପାଇଁ ଗଣ୍ଡଗୋଳ କରିବା ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ସ୍ୱପ୍ନା ଗିଲଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ତାଙ୍କୁ ଗିରଫ କରାଯାଇଥିଲା। ଆଜି କୋର୍ଟ ସ୍ୱପ୍ନାଙ୍କୁ ଫେବୃଆରୀ ୨୦ ଯାଏ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି। ସ୍ୱପ୍ନା ଓ ତାଙ୍କ ସାଙ୍ଗମାନେ ସେଲଫି ନେବା ଜିଦରେ ଶ’ଙ୍କ ସହ ଗଣ୍ଡଗୋଳ କରିଥିଲେ।

Advertisment

ଏଥିସହ ତାଙ୍କ ବନ୍ଧୁଙ୍କ କାର୍‌କୁ ମଧ୍ୟ ଭାଙ୍ଗି ଦେଇଥିଲେ। ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ତାଙ୍କ ଜାମିନ ଆବେଦନ ଖାରଜ କରି କୋର୍ଟ ସ୍ୱପ୍ନାଙ୍କୁ ୨୦ ତାରିଖ ଯାଏ ପୁଲିସ୍‌ ହେପାଜତକୁ ପଠାଇ ଦେଇଛନ୍ତି। ପୂରା ଘଟଣା ବୁଧବାର ଘଟିଥିଲା। ମୁମ୍ବାଇର ସାନ୍ତାକ୍ରୁଜ ଉପକଣ୍ଠରେ ଥିବା ଗୋଟିଏ ପଞ୍ଚ ତାରକା ହୋଟେଲ ପାଖରେ ଗଣ୍ଡଗୋଳ ହୋଇଥିଲା।

ଶ’ ତାଙ୍କ ବନ୍ଧୁଙ୍କ ସହ ହୋଟେଲକୁ ଖାଇବା ପାଇଁ ଯାଇଥିଲେ। ଏହି ସମୟରେ ସ୍ୱପ୍ନା ଓ ତାଙ୍କ ପୁରୁଷ ବନ୍ଧୁ ସୋଭିତ ଠାକୁର ମିଳିତ ଭାବେ ପୃଥ୍ୱୀ ଶ’ଙ୍କ ସହିତ ସେଲ୍‌ଫି ନେବା ପାଇଁ ଅନୁରୋଧ କରିଥିଲେ। ଶ’ ସେମାନଙ୍କ ସହ ସେଲ୍‌ଫି ନେଇଥିଲେ। ତେବେ ଅଧିକ ଫଟୋ ଉଠାଇବାକୁ ଚାହିଁବାରୁ ଶ’ ସେମାନଙ୍କୁ ମନା କରିଥିଲେ।

Advertisment

ଏହାପରେ ସ୍ୱପ୍ନା ଓ ତାଙ୍କ ସାଙ୍ଗମାନେ ହୋଟେଲ୍ ବାହାରେ ଜଗି ରହିଥିଲେ। ଶ’ ଓ ତାଙ୍କ ବନ୍ଧୁ ରାତ୍ର ଭୋଜନ କରି ହୋଟେଲ୍‌ରୁ କାର୍‌ରେ ବାହାରିବା ପରେ ସ୍ୱପ୍ନା ଗିଲ୍ ଓ ତାଙ୍କ ସାଙ୍ଗମାନେ ସେମାନଙ୍କୁ ପିଛା କରିଥିଲେ। ଶ’ ଓ ତାଙ୍କ ବନ୍ଧୁଙ୍କୁ ବାଟରେ ଅଟକାଇ ସେମାନେ ଆକ୍ରମଣ କରିଥିଲେ। ସେମାନଙ୍କ ହାତରେ ବେସ୍‌ବଲ୍ ଷ୍ଟିକ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ର ରହିଥିଲା। ସ୍ୱପ୍ନା ଗିଲ୍ ବେସ୍‌ବଲ୍ ଷ୍ଟିକ୍ ସାହାଯ୍ୟରେ ପୃଥ୍ୱୀ ଶ’ଙ୍କ ବନ୍ଧୁଙ୍କ କାରରେ ପ୍ରହରାର କରିଥିଲେ। ଓସିୱାରା ଥାନା ପୁଲିସ୍ ସ୍ୱପ୍ନା ଗିଲ୍‌ଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗୁରୁବାର ସନ୍ଧ୍ୟାରେ ଗିରଫ କରିଥିଲା।

ଆଜି କୋର୍ଟରେ ସ୍ୱପ୍ନାଙ୍କ ଓକିଲ କାଶୀଫ ଖାନ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ପୃଥ୍ୱୀ ଶ’ ପ୍ରଥମେ ସ୍ୱପ୍ନାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଶ’ଙ୍କ ମଦ ପିଇବାର ଅଭ୍ୟାସ ମଧ୍ୟ ରହିଛି। ପୃଥ୍ୱୀ ଶ’ଙ୍କ ଠାରୁ ସ୍ୱପ୍ନା ୫୦ ହଜାର ଟଙ୍କା ନେବାକୁ ଉଦ୍ୟମ କରିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ। ସେହିପରି ଏନେଇ ପୁଲିସ୍‌ ହାତରେ କିଛି ବି ପ୍ରମାଣ ଲାଗିନି। ଓକିଲ ଖାନ ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ଦାବି କରିଛନ୍ତି।

ସ୍ୱପ୍ନା ନିଜର ପକ୍ଷ ରଖି କହିଛନ୍ତି ଯେ ଶ’ଙ୍କ ସହ ୮ରୁ ୯ ଜଣ ଲୋକ ଥିଲେ। ଆମେ କେବଳ ଦୁଇ ଜଣ ଥିଲୁ। ଆମ କହିଥିଲୁ ଯେ ବିବାଦ ଶେଷ କରନ୍ତୁ। ଶ’ ଆମ ସହ କଥା ହୋଇଥିଲେ ଓ ସେଠାରୁ ଚାଲି ଯାଇଥିଲେ। ଆମେ କୌଣସି ପ୍ରକାରରେ ୫୦ ହଜାର ଟଙ୍କା ମାଗିନୁ। ଏହା ସଂପୂର୍ଣ୍ଣ ଭାବେ ମିଛ ବୋଲି ସ୍ୱପ୍ନା କହିଛନ୍ତି।

Mumbai Cricket Prithvi Shaw
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe