Advertisment

ଚାକିରି ଅଫର କଲେ ସରକାର, ମନା କଲେ ଅଲିମ୍ପିକ୍ସ ପଦକ ବିଜେତା

ହରିୟାଣାରେ ଜନ୍ମିତ ୨୨ ବର୍ଷୀୟ ସରବଜୋତ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ତାଙ୍କ ସହ ଏହି ଇଭେଣ୍ଟରେ ମନୁ ଭାକର ରହିଥିଲେ।

author-image
Hemant Lenka
Sarabjot Singh

Sarabjot Singh

ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ସରବଜୋତ ସିଂହ ଏବେ ଚର୍ଚ୍ଚାରେ। ସେ ଭାରତ ପାଇଁ ପଦକ ଜିତିଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏଥିସହ ତାଙ୍କ ବିଭିନ୍ନ ପ୍ରକାରର ଅଫର ମଧ୍ୟ ମିଳୁଛି।

Advertisment

ହରିୟାଣାରେ ଜନ୍ମିତ ୨୨ ବର୍ଷୀୟ ସରବଜୋତ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ତାଙ୍କ ସହ ଏହି ଇଭେଣ୍ଟରେ ମନୁ ଭାକର ରହିଥିଲେ। ଉଭୟ ମିଳିତ ଭାବେ ଦେଶ ପାଇଁ ଶୁଟିଂରେ ବ୍ରୋଞ୍ଜ ଜିତିଛନ୍ତି।

ବ୍ରୋଞ୍ଜ ପଦକ ଜିତିବା ପରେ ସରବଜୋତ ସ୍ୱଦେଶ ଫେରିଛନ୍ତି। ତାଙ୍କୁ ନେତା, ମନ୍ତ୍ରୀଙ୍କ ଠାରୁ ବହୁ ବିଶିଷ୍ଟ ବ୍ୟକ୍ତି ଭେଟି ଶୁଭେଚ୍ଛା ଜଣାଉଛନ୍ତି। ଏସବୁ ଭିତରେ ହରିୟାଣ ସରକାର ତାଙ୍କୁ ଗୋଟିଏ ବଡ଼ ଚାକିରି ଅଫର କରିଛନ୍ତି। ତାଙ୍କୁ ସରକାର କ୍ରୀଡ଼ା ବିଭାଗର ଉପ ନିର୍ଦ୍ଦେଶକ ପଦ ଅଫର କରିଥିଲେ। ହେଲେ ଉକ୍ତ ଅଫରକୁ ବେଶ ବିନମ୍ରତାର ସହ ସରବଜୋତ ମନା କରିଦେଇଛନ୍ତି।

Advertisment

ସେ କହିଛନ୍ତି, “ମିଳିଥିବା ଚାକିରି ଅଫର ବହୁତ ଭଲ। କିନ୍ତୁ ଏବେ ମୁଁ ସେହି କାମ କରିପାରିବି ନାହିଁ। ମୁଁ ପ୍ରଥମେ ମୋ ଶୁଟିଂ ଉପରେ କାମ କରିବାକୁ ଚାହୁଁଛି। ମୋ ପରିବାର ସବୁବେଳେ ମୋତେ ଗୋଟିଏ ଭଲ ଚାକିରି କରିବାକୁ କହୁଛନ୍ତି। କିନ୍ତୁ ମୁଁ ବନ୍ଧୁକ ଚାଳନା କରିବାକୁ ଚାହେଁ। ମୁଁ ନେଇଥିବା ନିଷ୍ପତ୍ତି ବିରୋଧରେ କେବେ ହେଲେ ଯାଏ ନାହିଁ। ତେଣୁ ମୁଁ ବର୍ତ୍ତମାନ ପରିସ୍ଥିତିରେ କୌଣସି ପ୍ରକାରର ଚାକିରି କରିପାରିବି ନାହିଁ।”

ଗୋଟିଏ ଚାଷୀ ପରିବାରରେ ସରବଜୋତଙ୍କ ଜନ୍ମ। ତାଙ୍କ ବାପା ଚାଷ କାମ କରି ଘର ଓ ପରିବାର ଚଳାନ୍ତି।

Olympics Paris Olympic Paris Olympics Olympics 2024 Manu Bhaker Sarabjot Singh