Advertisment

ଏସିଆନ ଗେମ୍ସରେ ନୂଆ ଅଧ୍ୟାୟ ସୃଷ୍ଟି କଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସାତ୍ତ୍ୱିକ-ଚିରାଗଙ୍କ ପୂର୍ବରୁ ଏସିଆନ ଗେମ୍ସ ବ୍ୟାଡମିଣ୍ଟନର ପୁରୁଷ ଡବଲ୍ସ ଫାଇନାଲରେ କୌଣସି ଭାରତୀୟଙ୍କୁ କେବେ ଦେଖିବାକୁ ମିଳି ନଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Satwik/Chirag

Satwik/Chirag

ଭାରତୀୟ ବ୍ୟାଡମିଣ୍ଟନରେ ଯୋଡ଼ି ହୋଇଯାଇଛି ନୂଆ ଅଧ୍ୟାୟ। ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ସାତ୍ତ୍ୱିକ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ। ଏହି ଭାରତୀୟ ଯୋଡ଼ି ଏସିଆନ ଗେମ୍ସର ଫାଇନାଲରେ ପ୍ରବେଶ କରି ସମସ୍ତଙ୍କୁ ଗର୍ବିତ କରିଛନ୍ତି।

Advertisment

ସାତ୍ତ୍ୱିକ-ଚିରାଗଙ୍କ ପୂର୍ବରୁ ଏସିଆନ ଗେମ୍ସ ବ୍ୟାଡମିଣ୍ଟନର ପୁରୁଷ ଡବଲ୍ସ ଫାଇନାଲରେ କୌଣସି ଭାରତୀୟଙ୍କୁ କେବେ ଦେଖିବାକୁ ମିଳି ନଥିଲା। ଚଳିତ ବର୍ଷ ପ୍ରଥମଥର ପାଇଁ ଭାରତୀୟ ଯୋଡ଼ି ସ୍ୱର୍ଣ୍ଣ ପାଇଁ ଲଢ଼େଇ କରିବେ। ସାତ୍ତ୍ୱିକ ଓ ଚିରାଗଙ୍କ ମୁକାବିଲା କୋରିଆନ ଯୋଡ଼ିଙ୍କ ସହ ହେବ। 

ଆଜି ସେମିଫାଇନାଲରେ ସାତ୍ତ୍ୱିକ ଓ ଚିରାଗଙ୍କ ଲଢ଼େଇ ମାଲେସିୟାର ଆରୋନ ଚିଆ ଓ ସୋ ୱି ୟିକଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌ର ପ୍ରଥମ ସେଟରୁ ହିଁ ଭାରତୀୟ ଯୋଡ଼ିଙ୍କ ଦବଦବା ଦେଖିବାକୁ ମିଳିଥିଲା। ତଥାପି ଅଲିମ୍ପିକ୍ସରେ ବ୍ରୋଞ୍ଜ ତଥା ପୂର୍ବତନ ବିଶ୍ୱ ବିଜେତା ଚିଆ ଓ ସୋ ମଧ୍ୟ ଭାଗରେ ଭାରତକୁ କଡ଼ା ଟକ୍କର ଦେଇଥିଲେ। ଏକଦା ସେମାନେ ଲିଡ ମଧ୍ୟ କରି ଯାଇଥିଲେ। ହେଲେ ସାତ୍ତ୍ୱିକ ଓ ଚିରାଗ ଦମଦାର କମବ୍ୟାକ କରି ପ୍ରଥମ ସେଟ୍‌କୁ ୨୧-୧୭ରେ କବଜା କରିଥିଲେ।

Advertisment

ଦ୍ୱିତୀୟ ସେଟ୍‌ ସଂପୂର୍ଣ୍ଣ ଭାବେ ଏକତରଫା ଥିଲା। ଭାରତୀୟ ଯୋଡ଼ି ଉଭୟ ଡିଫେନ୍ସ ଓ ଆଟାକର କମ୍ବିନେସନ ଦେଖାଇଥିଲେ। ଏଥିସହ ଦ୍ୱିତୀୟ ସେଟକୁ ୨୧-୧୨ରେ ଜିତି ମ୍ୟାଚ୍‌କୁ କବଜା କରିଥିଲେ। ବିଜୟ ପରେ ଦୁଇ ଭାରତୀୟ ଯୋଡ଼ି ଖୁସିରେ କୋର୍ଟରେ ଗଡ଼ି ଯାଇଥିଲେ। ସାତ୍ତ୍ୱିକଙ୍କ ଅପେକ୍ଷା ଚିରାଗ ଅଧିକ ସେଲିବ୍ରେସନ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜିର ମୁକାବିଲା ପୂର୍ବରୁ ସୋ ଓ ଚିଆ ୭ଥର ଭାରତୀୟ ଯୋଡ଼ିଙ୍କୁ ହରାଇଥିଲେ। ହେଲେ ଆଜି ଏହାର ମଧୁର ପ୍ରତିଶୋଧ ସାତ୍ତ୍ୱିକ ଓ ଚିରାଗ ନେଇଛନ୍ତି। ଏହି ବିଜୟ ସହ ଉଭୟ ବିଶ୍ୱର ୧ ନଂ ଯୋଡ଼ି ବନି ଯାଇଛନ୍ତି। 

ଗୁରୁବାର ସାତ୍ତ୍ୱିକ ଓ ଚିରାଗ ସେମି ଫାଇନାଲରେ ପ୍ରବେଶ କରିବା କ୍ଷଣି ସେମାନଙ୍କ ନାଁରେ ନୂଆ ରେକର୍ଡ ଯୋଡ଼ି ହୋଇଯାଇଥିଲା। କାରଣ ୪୧ ବର୍ଷ ପରେ କୌଣସି ଭାରତୀୟ ଯୋଡ଼ି ସେମି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଏବେ ଏହି ଭାରତୀୟ ଯୋଡ଼ି ଆଉ ପାଦେ ଆଗେଇ ଫାଇନାଲରେ ପ୍ରବେଶ କରିଛନ୍ତି।

ସାତ୍ତ୍ୱିକ ଓ ଚରାଗଙ୍କ ପୂର୍ବରୁ ୪୧ ବର୍ଷ ତଳେ ଅର୍ଥାତ୍ ୧୯୮୨ରେ ଭାରତର ଲେରୟ ଡି’ସା ଓ ପ୍ରଦୀପ ଗାନ୍ଧନେ ଏସୀୟ କ୍ରୀଡ଼ାରେ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ ଇଭେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଥିଲେ। କିନ୍ତୁ ସେମାନଙ୍କୁ ସେଠାରେ ହାରିବାକୁ ପଡ଼ିବ।

Asian Games Update Badminton 19th Asian Games Asian Games