/odisha-reporter/media/post_attachments/uploadimage/library/16_9/16_9_0/IMAGE_1696520784.jpg)
Satwik and chirag
ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଇତିହାସ ରଚିଛନ୍ତି ଭାରତର ଦୁଇ ବ୍ୟାଡମିଣ୍ଟନ ଖେଳାଳି ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ।
ଆଜି ପୁରୁଷ ଡବଲ୍ସର କ୍ୱାର୍ଟର ଫାଇନାଲରେ ସିଙ୍ଗାପୁରର ନେ ଜୋ ଜେ ଓ ଜୋହାନ ଜୋୟୋଙ୍କ ଯୋଡ଼ିକୁ ୨୧-୭,୨୧-୯ରେ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚିଛନ୍ତି ସାତ୍ତ୍ୱିକ ଓ ଚିରାଗ। ଏହା ସହିତ ଏକ ପଦକ ନିଶ୍ଚିତ କରିଛନ୍ତି ଏହି ଯୋଡ଼ି।
ସାତ୍ତ୍ୱିକ ଓ ଚିରାଗ ଏହି ଇଭେଣ୍ଟର ଫାଇନାଲରେ ପ୍ରବେଶ କରି ଏକ ପଦକ ପକ୍କା କରିବା ସହିତ ସେମାନଙ୍କ ନାଁରେ ଏକ ରେକର୍ଡ ଯୋଡ଼ିଛନ୍ତି। ଏସୀୟ କ୍ରୀଡ଼ା ଇତିହାସରେ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ ଇଭେଣ୍ଟର ସେମି ଫାଇନାଲରେ ପ୍ରବେଶ କରିବାରେ ସେମାନେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଯୋଡ଼ି।
ଏହା ପୂର୍ବରୁ ୪୧ ବର୍ଷ ତଳେ ଅର୍ଥାତ୍ ୧୯୮୨ରେ ଭାରତର ଲେରୟ ଡି’ସା ଓ ପ୍ରଦୀପ ଗାନ୍ଧନେ ଏସୀୟ କ୍ରୀଡ଼ାରେ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ ଇଭେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଥିଲେ।
ଶୁକ୍ରବାର (ଆସନ୍ତାକାଲି) ସାତ୍ତ୍ୱିକ ଓ ଚିରାଗ ସେମି ଫାଇନାଲରେ ମାଲେସିୟାର ଏରୋନ ଚିଆ ଓ ସୋ ୱି ଇକ ଯୋଡ଼ିଙ୍କୁ ଭେଟିବେ। ଏଥିରେ ସାତ୍ତ୍ୱିକ ଓ ଚିରାଗ ହାରିଲେ ମଧ୍ୟ ବ୍ରୋଞ୍ଜ ପଦକ ପାଇବେ।
ଭାରତ ଚଳିତ ଏସୀୟ କ୍ରୀଡ଼ାରେ ୮୬ଟି ପଦକ ଜିତିସାରିଛି। ତା’ ମଧ୍ୟରେ ୨୧ଟି ସ୍ୱର୍ଣ୍ଣ, ୩୨ଟି ରୌପ୍ୟ ଓ ୩୩ଟି ବ୍ରୋଞ୍ଜ ପଦକ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
