ଅଲିମ୍ପିକ୍ସ: ୪୦ ମିନିଟ୍‌ରେ ମ୍ୟାଚ୍‌ ଶେଷ କଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ଗ୍ରୁପର୍ଯ୍ୟାୟରେ ଉଭୟ ଅପରାଜେୟ ଧାରା ଜାରି ରଖି ଇଣ୍ଡୋନେସିଆ ବିପକ୍ଷ ମ୍ୟାଚ୍‌କୁ ମାତ୍ର ୪୦ ମିନିଟରେ ଶେଷ କରି ଦେଇଛନ୍ତି।

ଚିରାଗ ଓ ସାତ୍ତ୍ୱିକ

  • Published: Tuesday, 30 July 2024
  • , Updated: 30 July 2024, 06:32 PM IST

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଶଟଲର ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଦବଦବା ଜାରି ରହିଛି। ପୁରୁଷ ଡବଲ୍ସରେ ଉଭୟ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ ଜିତିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଫ୍ରାନ୍ସକୁ ମାତ ଦେଇଥିବା ସାତ୍ତ୍ୱିକ ଓ ଚିରାଜ ଆଜି ଇଣ୍ଡୋନେସିଆକୁ ହରାଇଛନ୍ତି।

ଗ୍ରୁପର୍ଯ୍ୟାୟରେ ଉଭୟ ଅପରାଜେୟ ଧାରା ଜାରି ରଖି ଇଣ୍ଡୋନେସିଆ ବିପକ୍ଷ ମ୍ୟାଚ୍‌କୁ ମାତ୍ର ୪୦ ମିନିଟରେ ଶେଷ କରି ଦେଇଛନ୍ତି। ଇଣ୍ଡୋନେସିଆର ଫଜର ଓ ରିୟାନ ମହମ୍ମଦ ଭାରତୀୟ ଯୋଡ଼ିଙ୍କୁ ଚ୍ୟାଲେଞ୍ଜ ଦେବାକୁ ଚେଷ୍ଟା କରିଥିଲେ।

କିନ୍ତୁ ସାତ୍ତ୍ୱିକ ଓ ଚିରାଗ ଯୋଡ଼ି ଏହାକୁ ଅକାମୀ କରି ଦେଇଛନ୍ତି। ପ୍ରଥମ ସେଟକୁ ଭାରତ ୨୧-୧୩ରେ ଜିତିଥିଲା। ଏଥିପାଇଁ ମାତ୍ର ୧୩ ମିନିଟ ସମୟ ଲାଗିଥିଲା।

ଦ୍ୱିତୀୟ ସେଟକୁ ମଧ୍ୟ ସାତ୍ତ୍ୱିକ ଓ ଚିରାଗ ୨୧-୧୩ରେ ଜିତି ନେଇଛନ୍ତି। କିନ୍ତୁ ଏହି ସେଟରେ କିଛି ଲମ୍ବା ରାଲି ଦେଖିବାକୁ ମିଳିଥିଲା। ତେଣୁ ଏହାକୁ ଜିତିବା ପାଇଁ ଭାରତୀୟ ଯୋଡ଼ିକୁ ୨୪ ମିନିଟର ସମୟ ଲାଗିଥିଲା।

ଲମ୍ବା ରାଲି ସତ୍ତ୍ୱେ ସାତ୍ତ୍ୱିକ ଓ ଚିରାଗ ନିଜର କ୍ଲାସ ଦେଖାଇ କ୍ୱାର୍ଟର ଫାଇନାଲ ଖେଳିବାକୁ ପ୍ରସ୍ତୁତ ହୋଇଛନ୍ତି।

Related story