Advertisment

ବ୍ୟାଡମିଣ୍ଟନରେ ଭାରତକୁ ସ୍ୱର୍ଣ୍ଣିମ ସଫଳତା: ୫୮ ବର୍ଷ ପରେ ମିଳିଲା ସ୍ୱର୍ଣ୍ଣ

ଦିନେଶ ଖାନ୍ନାଙ୍କ ପରେ ଏହି ଦୁଇ ଖେଳାଳି ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପରେ ଦେଶ ପାଇଁ ସ୍ୱର୍ଣ୍ଣିମ ସଫଳତା ଆଣିଛନ୍ତି।

author-image
Hemant Lenka
undefined

Badminton

ଦୀର୍ଘ ୫୮ ବର୍ଷ ହେଲା ରହିଥିବା ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପରେ ଭାରତକୁ ମିଳିଛି ଐତିହାସିକ ସ୍ୱର୍ଣ୍ଣ। ପୁରୁଷ ଡବଲ୍ସରେ ଭାରତ ପାଇଁ ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ସ୍ୱର୍ଣ୍ଣ ଜିତିଛନ୍ତି। ଦିନେଶ ଖାନ୍ନାଙ୍କ ପରେ ଏହି ଦୁଇ ଖେଳାଳି ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପରେ ଦେଶ ପାଇଁ ସ୍ୱର୍ଣ୍ଣିମ ସଫଳତା ଆଣିଛନ୍ତି।

Advertisment

୨୦୨୨ ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ଜିତିଥିବା ଚିରାଗ ଓ ସାତ୍ତ୍ୱିକ ଆଜି ପ୍ରଥମ ସେଟ୍‌ର ପରାଜୟ ସତ୍ତ୍ୱେ ଦମଦାର କମବ୍ୟାକ୍ କରିଥିଲେ। ଶେଷରେ ମାଲେସିୟାର ୱଙ୍ଗ ୟେୱ ସିନ ଓ ଟେଓ ଇ ୟିଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚକୁ ଭାରତ ୧୬-୨୧, ୨୧-୧୭ ଓ ୨୧-୧୯ରେ ବାଜିତମାତ କରିଛି।

ବର୍ତ୍ତମାନ ବିଶ୍ୱ ଶଟଲର ରାଙ୍କିଙ୍ଗର ୬ନଂ ସ୍ଥାନରେ ଥିବା ଚିରାଗ ଓ ସାତ୍ତ୍ୱିକଙ୍କୁ ୮ମରେ ଥିବା ସିନ ଓ ୟି ଜବରଦସ୍ତ ଟକ୍କର ଦେଇଥିଲା। ଦୁବାଇର ଅଲନାସିର କ୍ଲବର ଶେଖ ରଶିଦ ବିନ ହାମଦାନ ଇଣ୍ଡୋର ହଲ୍‌ରେ କଡ଼ା ଟକ୍କାର ବି ଦେଖିବାକୁ ମିଳିଥିଲା।

Advertisment

IT’S A GOLD 🥹

The wait of 58 years finally comes to an end as our very own Sat-Chi clinch the historic 🥇 medal. 2️⃣nd for 🇮🇳 after 1965, 1️⃣st in MD category 🥳🥳

📸: @badmintonphoto@himantabiswa | @sanjay091968 | @lakhaniarun1#BAC2023#IndiaontheRise#Badmintonpic.twitter.com/3NQbqwy7al

— BAI Media (@BAI_Media) April 30, 2023

ପ୍ରଥମ ସେଟକୁ ହାରି ଚାପରେ ଥିବା ଭାରତୀୟ ଯୋଡ଼ି ଦ୍ୱିତୀୟ ସେଟ୍‌ରେ ୭-୧୩ରେ ପଛରେ ଥିଲେ। କିନ୍ତୁ ସେଠାରୁ କମବ୍ୟାକ୍‌ କରି ଦ୍ୱିତୀୟ ସେଟ୍‌କୁ ୨୧-୧୭ରେ ଜିତିଥିଲେ। ଏହାପରେ ୨୧-୧୯ରେ ତୃତୀୟ ତଥା ନିର୍ଣ୍ଣାୟକ ସେଟକୁ ମଧ୍ୟ ଦଖଲ କରିଥିଲେ। ୧ ଘଣ୍ଟା ୭ ମିନିଟ୍‌ ଧରି ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। କିନ୍ତୁ ୫୮ ବର୍ଷ ପରେ ଭାରତ ସ୍ୱର୍ଣ୍ଣ ଜିତିଥିଲା।

A thriller of a final that ended with a brilliant rally and even better celebrations! 🎉🇮🇳

Satwik-Chirag, take a bow 🙌#BadmintonAsiaChampionships2023pic.twitter.com/4wVd5x5WWE

— The Bridge (@the_bridge_in) April 30, 2023

୧୯୬୫ ପୁରୁଷ ସିଙ୍ଗଲ୍ସରେ ଭାରତର ଦିନେଶ ଖାନ୍ନା ଶେଷଥର ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ଏବେ ବ୍ୟାଡମିଣ୍ଟନ ଏସିଆ ଚାମ୍ପିୟନଶିପରୁ ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ମିଳିଛି। ଏହି ସ୍ୱର୍ଣ୍ଣିମ ସଫଳତା ପରେ ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ଦୁଇ ଖେଳାଳିଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି।

୨୦୨୩ରେ ସାତ୍ତ୍ୱିକ ଓ ଚିରାଗ ପ୍ରଥମଥର ପାଇଁ କୌଣସି ବଡ଼ ସଫଳତା ହାସଲ କରିଛନ୍ତି। ଗତବର୍ଷ ଏହି ଭାରତୀୟ ଯୋଡ଼ି ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ସେହିପରି ଥୋମାସ କପରେ ଚାମ୍ପିୟନ ହୋଇଥିବା ଭାରତୀୟ ଦଳରେ ଏମାନେ ଥିଲେ।

India Badminton