Paris
ଭାରତୀୟ ବ୍ୟାଡମିଣ୍ଟନର ଷ୍ଟାର ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ପ୍ୟାରିସ ଅଲିମ୍ପିକ୍ସରେ ଆରମ୍ଭରୁ ନିଜର ଦବଦବା ଦେଖାଇଛନ୍ତି। ଏହି ଭାରତୀୟ ଯୋଡ଼ି ନିଜର ପ୍ରଥମ ମ୍ୟାଚ୍କୁ ଜିତି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚ୍ରେ ଉଭୟଙ୍କ ମୁକାବିଲା ଫ୍ରାନ୍ସର ଲୁକାସ କୋରଭୀ ଓ ରୋନାନ ଲାବାରଙ୍କ ସହ ହୋଇଥିଲା।
ବିଶ୍ୱ ରାଙ୍କିଙ୍ଗର ୩ ନମ୍ବର ସିଡ୍ ସାତ୍ତ୍ୱିକ ଓ ଚିରାଗ ବେଶ ସହଜରେ ଏହି ମ୍ୟାଚ୍କୁ ୨-୦ରେ ଜିତି ନେଇଛନ୍ତି। ଆରମ୍ଭରୁ ହିଁ ଭାରତୀୟ ଯୋଡ଼ି ଦମଦାର ପ୍ରଦର୍ଶନ କରିଥିଲେ। ପ୍ରଥମ ସେଟକୁ ଅତି ସହଜରେ ଉଭୟ ୨୧-୧୭ରେ ଜିତି ନେଇଥିଲେ।
ଦ୍ୱିତୀୟ ସେଟ ଆରମ୍ଭରୁ ଫ୍ରାନ୍ସ ଯୋଡ଼ି ସାମାନ୍ୟ ଆଗେଇ ଯାଇଥିଲେ। କିନ୍ତୁ ସାତ୍ତ୍ୱିକ ଓ ଚିରାଗ କମବ୍ୟାକ କରିବା ସହ ପୂରା ସେଟକୁ ୱାନ ସାଇଡ କରି ଦେଇଥିଲେ। ଶେଷରେ ୨୧-୧୪ରେ ଏହାକୁ କରାୟାତ କରିଥିଲେ।
ଏଥିସହ ମ୍ୟାଚ୍କୁ ମଧ୍ୟ ଜିତି ନେଇଥିଲେ। ୧ ଘଣ୍ଟାରୁ କମ ସମୟ ମଧ୍ୟରେ ମ୍ୟାଚ ଜିତି ଉଭୟ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Paris_1722094761.jpg)