Indonesia Open: Satwik, Chirag become 1st Indian pair to win title in Super 1000 event
ଇତିହାସ ସୃଷ୍ଟି କଲେ ଦୁଇ ଭାରତୀୟ ବ୍ୟାଡ୍ମିଣ୍ଟନ ଷ୍ଟାର ସାତ୍ତ୍ୱିକସାଇରାଜ୍ ରନ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ। ସେମାନେ ଆଜି ଇଣ୍ଡୋନେସିଆ ଓପନ ମେନ୍ସ ଡବଲ ଟାଇଟଲ ବିଜୟୀ ହୋଇ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ସୁପର ୧୦୦୦ ଇଭେଣ୍ଟରେ ସେମାନେ ପ୍ରଥମ ଭାରତୀୟ ଯୋଡି ଭାବେ ମେଡାଲ ଜିତିଛନ୍ତି। ସେମାନେ ଜାକର୍ତ୍ତାଠାରେ ଖେଳାଯାଉଥିବା ଇଣ୍ଡୋନେସିଆ ଓପନ୍ର ପୁରୁଷ ଡବଲ୍ସ ଫାଇନାଲରେ ମାଲେସିଆର ଆରୋନ୍ ଚିଆ ଏବଂ ୱୋଇ ୟିକ୍ ସୋଙ୍କୁ ୨୧-୧୭, ୨୧-୧୮ ପଏଣ୍ଟ ବ୍ୟବଧାନରେ ପରାସ୍ତ କରିଛନ୍ତି।
ବିଶ୍ୱର ଏହି ୬ ନମ୍ବର ଯୋଡ଼ି ବର୍ମିଂହାମ କମନୱେଲଥ ଗେମ୍ସରେ ଗୋଲ୍ଡ ମେଡାଲ ଓ ଗତବର୍ଷ ବିଶ୍ୱ ଚାମ୍ପିୟନସିପ୍ରେ ବ୍ରୋଞ୍ଜ ମେଡାଲ ଜିତିଥିଲେ।
ଇଣ୍ଡୋନେସିଆ ଓପନ ମେନ୍ସ ଡବଲ ଟାଇଟେଲ ବିଜୟୀ ହେବାପରେ ସାତ୍ତ୍ୱିକସାଇରାଜ୍ କହିଛନ୍ତି, ଭଲଭାବେ ପ୍ରସ୍ତୁତି କରିଥିବାରୁ ଏହି ଫଳ ମିଳିଛି। ଏହାଛଡ଼ା ଦର୍ଶକଙ୍କ ବଡ଼ ସମର୍ଥନ ମଧ୍ୟ ମିଳିତିଲା। ପ୍ରତ୍ୟେକ ସପ୍ତାହରେ ଏଭଳି ସମର୍ଥନ ବଜାୟ ରଖିବା ଉଚିତ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1687090284.jpg)