Advertisment

ପ୍ରଥମଥର ରଣଜୀ ଟ୍ରଫି ଜିତିଲା ସୌରାଷ୍ଟ୍ର

ରାଜକୋଟ୍‌: ସୌରାଷ୍ଟ୍ର ଟିମ୍ ପ୍ରଥମଥର ଲାଗି ରଣଜୀ ଟ୍ରଫି ଟାଇଟଲ୍ କବଜା କରିଛି। ବେଙ୍ଗଲ ବିପକ୍ଷ ଫାଇନାଲରେ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ସୌରାଷ୍ଟ୍ର ନୂଆ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ସୌରାଷ୍ଟ୍ର ପ୍ରଥମ ଇନିଂସରେ ୪୨୫ ରନ୍ କରିଥିଲା। ଜବାବରେ ଶୁକ୍ରବାର ପଞ୍ଚମ ତଥା ଅନ୍ତିମ ଦିବସରେ ବେଙ୍ଗଲ ପ୍ରଥମ ଇନିଂସରେ ୩୮୧ ରନ୍ କରି ଅଲଆଉଟ୍ ହୋଇଥିଲା। ଯାହା ଫଳରେ ସୌରାଷ୍ଟ୍ର ୪୪ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା। ସୌରାଷ୍ଟ୍ର […]

ପ୍ରଥମଥର ରଣଜୀ ଟ୍ରଫି ଜିତିଲା ସୌରାଷ୍ଟ୍ର

ranji

Advertisment

ରାଜକୋଟ୍‌: ସୌରାଷ୍ଟ୍ର ଟିମ୍ ପ୍ରଥମଥର ଲାଗି ରଣଜୀ ଟ୍ରଫି ଟାଇଟଲ୍ କବଜା କରିଛି। ବେଙ୍ଗଲ ବିପକ୍ଷ ଫାଇନାଲରେ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ସୌରାଷ୍ଟ୍ର ନୂଆ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ସୌରାଷ୍ଟ୍ର ପ୍ରଥମ ଇନିଂସରେ ୪୨୫ ରନ୍ କରିଥିଲା। ଜବାବରେ ଶୁକ୍ରବାର ପଞ୍ଚମ ତଥା ଅନ୍ତିମ ଦିବସରେ ବେଙ୍ଗଲ ପ୍ରଥମ ଇନିଂସରେ ୩୮୧ ରନ୍ କରି ଅଲଆଉଟ୍ ହୋଇଥିଲା। ଯାହା ଫଳରେ ସୌରାଷ୍ଟ୍ର ୪୪ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା। ସୌରାଷ୍ଟ୍ର ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ୧୦୫ ରନ୍ କରିଥିବା ବେଳେ ଅମ୍ପାୟାର ମ୍ୟାଚକୁ ଡ୍ର' ଘୋଷିତ କରିଥିଲେ।

Advertisment

ଏଠାରେ ସୂଚନାଯୋଗ୍ୟ, ଗତ ୮ଟି ସଂସ୍କରଣ ମଧ୍ୟରୁ ସୌରାଷ୍ଟ୍ର ଚତୁର୍ଥଥର ରଣଜୀ ଟ୍ରଫିର ଫାଇନାଲରେ ସ୍ଥାନ ପକ୍କା କରିଛି। ସୌରାଷ୍ଟ୍ର ଗତବର୍ଷ ଫାଇନାଲରେ ବିଦର୍ଭ ନିକଟରୁ ପରାସ୍ତ ହୋଇଥିଲା । କିନ୍ତୁ ଘରୋଇ ମାଟିରେ ସୌରାଷ୍ଟ୍ର ଟ୍ରଫି ଜିତି ଇତିହାସ ରଚିଛି। ଅନ୍ୟପକ୍ଷରେ ବେଙ୍ଗଲର ୩୦ ବର୍ଷରେ ରଣଜୀ ଟ୍ରଫି ଜିତିବାର ଆଶା ଧୂଳିସାତ ହୋଇଯାଇଛି।

ଦ୍ୱିତୀୟ ଇନିଂସରେ ସୌରାଷ୍ଟ୍ର ପକ୍ଷରୁ ଅଭି ବାରୋତ୍ ସର୍ବାଧିକ ୩୯, ହାର୍ଭିକ ଦେଶାଇ ୨୧, ବିଶ୍ୱରାଜ ଜାଡେଜା, ଅର୍ପିତ ଭାସବାଡା ୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଶେଲଡନ୍ ଜ୍ୟାକସନ୍ ୧୨ ରନ୍ କରି ଅପରାଜିତ ଥିଲେ। ସୌରାଷ୍ଟ୍ର ପକ୍ଷରୁ ପ୍ରଥମ ଇନିଂସରେ ଅର୍ପିତ ୧୦୬, ବାରୋତ୍ ଓ ଜାଡେଜା ଯଥାକ୍ରମେ ୫୪-୫୪ ରନ୍ କରିଥିଲେ। ଅଭିଜ୍ଞ ଚେତେଶ୍ୱର ପୂଜାରା ମଧ୍ୟ ୬୬ ରନର ଯୋଗଦାନ କରଥିଲେ।

Advertisment

ପଞ୍ଚମ ଦିବସରେ ବେଙ୍ଗଲ ତା'ର ପୂର୍ବଦିନର ସ୍କୋର ୩୫୪/୬ରୁ ଖେଳ ଆରମ୍ଭ କରିଥିଲା। ଗୁରୁବାର ଅପରାଜିତ ଥିବା ଅନୁଷ୍ଟୁପ ମଜୁମଦାର (୬୩)ଙ୍କ ଉପରେ ଦଳ ଆଶା ବାନ୍ଧିଥିଲା। କିନ୍ତୁ କିନ୍ତୁ ଶୁକ୍ରବାର ସେ ନିଜ ସ୍କୋରରେ ଆଉ ୫ ରନ୍ ଯୋଡ଼ଥିବା ବେଳେ ଘରୋଇ ଦଳର କ୍ୟାପଟେନ୍ ଜୟଦେବ ଉନାଦକଟଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ ଏହି ଓଭରର ଶେଷ ବଲରେ ବେଙ୍ଗଲର ଆକାଶଦୀପଙ୍କୁ ଖାତା ଖୋଲିବା ପୂର୍ବରୁ ରନଆଉଟ୍ ହୋଇଥିଲେ। ଅର୍ଣ୍ଣବ ନନ୍ଦି ଗୋଟିଏ ପଟେ ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖିଥିବା ବେଳେ ତାଙ୍କୁ ଅନ୍ୟପଟୁ ସେଭଳି ସହଯୋଗ ମିଳିନଥିଲା, ଯେଉଁକାରଣରୁ ବେଙ୍ଗଲ ଟିମ୍ ୩୮୧ ରନରେ ସୀମିତ ରହିଯାଇଥିଲା।

ଶେଷକ୍ରମରେ ମୁକେଶ କୁମାର (୫) ଓ ଇଶାନ୍ ପୋରେଲ୍ (୧) ନିରାଶ କରିଥିବା ବେଳେ ନନ୍ଦି ୪୦ ରନ୍ କରି ଅପରାଜିତ ଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସୁଦୀପ ଚାଟାର୍ଜୀ ୮୧, ଋଦ୍ଧିମାନ ସାହା ୬୩, ମନୋଜ ତିୱାରୀ ୩୫ ଓ ସୁଦୀପ କୁମାର ଘରାମୀ ୨୬ ରନ୍ କରି ଆଉଟ୍ ହୋଇଥିଲେ। ସୌରାଷ୍ଟ୍ର ପକ୍ଷରୁ ଧର୍ମେନ୍ଦ୍ରସିଂ ଜାଡେଜା ୩ଟି, ଉନାଦକଟ୍ ଓ ପ୍ରେରକ୍ ମାଙ୍କଡ୍ ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe