Advertisment

ଜୟଦେବ ଉନାଦକଟଙ୍କ ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ: ସୌରାଷ୍ଟ୍ରକୁ ପ୍ରଥମଥର ରଣଜୀ ଚାମ୍ପିୟନ୍ କରାଇଥିବା ପେସ୍ ବୋଲର ଜୟଦେବ ଉନାଦକଟଙ୍କ ଜୀବନରେ ଆଉ ଏକ ଖୁସି ଆସିଛି। ଉନାଦକଟ୍ ରବିବାର ନିର୍ବନ୍ଧ ସମ୍ପନ୍ନ କରିଛନ୍ତି। ସେ ଏ ନେଇ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ଉନାଦକଟ୍ ଉଭୟ ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ନିଜ ଭାବିପତ୍ନୀ ରିନ୍ନିଙ୍କ ସହ ଫଟୋ ଶେଆର କରିଛନ୍ତି। ଏଥିରେ ସେ କ୍ୟାପସନ୍ ଦେଇ ଲେଖିଛନ୍ତି, “୬ ଘଣ୍ଟା, ଦୁଇଟି ଭୋଜନ ଏବଂ ପରେ ଗୋଟିଏ ଭାଗ ହୋଇଥିବା ମଡ୍ କେକ୍।” […]

author-image
Ranjit Kumar Jena
ଜୟଦେବ ଉନାଦକଟଙ୍କ ନିର୍ବନ୍ଧ ସମ୍ପନ୍ନ

jaydev

ନୂଆଦିଲ୍ଲୀ: ସୌରାଷ୍ଟ୍ରକୁ ପ୍ରଥମଥର ରଣଜୀ ଚାମ୍ପିୟନ୍ କରାଇଥିବା ପେସ୍ ବୋଲର ଜୟଦେବ ଉନାଦକଟଙ୍କ ଜୀବନରେ ଆଉ ଏକ ଖୁସି ଆସିଛି। ଉନାଦକଟ୍ ରବିବାର ନିର୍ବନ୍ଧ ସମ୍ପନ୍ନ କରିଛନ୍ତି। ସେ ଏ ନେଇ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ଉନାଦକଟ୍ ଉଭୟ ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ନିଜ ଭାବିପତ୍ନୀ ରିନ୍ନିଙ୍କ ସହ ଫଟୋ ଶେଆର କରିଛନ୍ତି। ଏଥିରେ ସେ କ୍ୟାପସନ୍ ଦେଇ ଲେଖିଛନ୍ତି, "୬ ଘଣ୍ଟା, ଦୁଇଟି ଭୋଜନ ଏବଂ ପରେ ଗୋଟିଏ ଭାଗ ହୋଇଥିବା ମଡ୍ କେକ୍।"

Advertisment


ଉନାଦକଟଙ୍କ ଭାବିପତ୍ନୀ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ଶେଷରେ ମୁଁ ମୋ ଲାଇଫ୍ ପାର୍ଟନରକୁ ପାଇ ବହୁତ ଖୁସି। ଉନାଦକଟଙ୍କ ନିର୍ବନ୍ଧ ସମାରୋହରେ ଭାରତୀୟ କ୍ରିକେଟର୍ ତଥା ସୌରାଷ୍ଟ୍ର ସାଥୀ ଖେଳାଳି ଚେତେଶ୍ୱର ପୂଜାରା ସାମିଲ୍ ହୋଇଥିଲେ। ପୂଜାରା ଉନାଦକଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୂଜାରା ଟ୍ୱିଟର୍ ହ୍ୟାଣ୍ଡଲରେ ନିଜ ପତ୍ନୀ, ଉନାଦକଟ୍ ଓ ରିନ୍ନିଙ୍କର ଫଟୋ ଶେଆର୍ କରିଛନ୍ତି।

Advertisment


ସୂଚନାଯୋଗ୍ୟ, ଉନାଦକଟ୍ ନିକଟରେ ଶେଷ ହୋଇଥିବା ରଣଜୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତାଙ୍କ ନେତୃତ୍ୱରେ ସୌରାଷ୍ଟ୍ର ପ୍ରଥମଥର ଲାଗି ରଣଜୀ ଟ୍ରଫି ଟାଇଟଲ୍ ଜିତିଥିଲା। ସେ ରଣଜୀ ଟ୍ରଫିରେ ୨୧ ବର୍ଷ ତଳର ରେକର୍ଡ ଭାଙ୍ଗି କୌଣସି ସିଜନରେ ସର୍ବାଧିକ ୱିକେଟ୍ ଦଖଲକାରୀ ପେସ୍ ବୋଲର ହୋଇଥିଲେ। ସେ ସେମିଫାଇନାଲ୍ ମୁକାବିଲା ସୁଦ୍ଧା ୬୫ ୱିକେଟ୍ ନେଇ ଏହି କୀର୍ତ୍ତିମାନ କରିଥିଲେ। ଏହା ପୂର୍ବରୁ ୧୯୯୮-୯୯ରେ କର୍ଣ୍ଣାଟକାର ଡୋଡା ଗଣେଶଙ୍କ ନାଁରେ ଏହି ରେକର୍ଡ ଥିଲା।

View this post on Instagram

6 hours, 2 meals & 1 shared mud cake later.. 💍❤️

A post shared by Jaydev Unadkat (@jd_unadkat) on


ଚଳିତ ରଣଜୀ ଟ୍ରଫିର ଫାଇନାଲରେ ସୌରାଷ୍ଟ୍ର ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ବେଙ୍ଗଲକୁ ହରାଇଥିଲା। ସେ ସିଜନରେ ୧୩.୨୩ ହାରରେ ୬୭ ୱିକେଟ୍ ନେଇ ଅଭିଯାନ ଶେଷ କରିଥିଲେ। ଭାରତୀୟ କ୍ୟାପଟେନ୍ ବିରାଟ୍ କୋହଲିଙ୍କ କୋଚ୍ ରାଜକୁମାର ଶର୍ମା ଶନିବାର ଉନାଦକଟଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଭାରତୀୟ ଦଳରେ ସାମିଲ୍ କରିବା ପାଇଁ କହିଥିଲେ। ଶର୍ମା କହିଥିଲେ, ଚଳିତ ରଣଜୀ ଟ୍ରଫିରେ ସୌରାଷ୍ଟ୍ରର ପ୍ରଦର୍ଶନ ଜବରଦସ୍ତ ରହିଥିଲା। ଏଥିପାଇଁ ମୁଁ ଟିମର ସବୁ ଖେଳାଳି ଶୁଭେଚ୍ଛା ଜଣାଉଛି। ବିଶେଷକରି ଉନାଦକଟଙ୍କୁ ଅଭିନନ୍ଦନ ଜଣାଉଛି, ଯିଏ ଚଳିତ ସିଜନରେ ୬୭ ୱିକେଟ୍ ନେଇଛନ୍ତି।