/odisha-reporter/media/post_attachments/uploads/2016/01/shreyas-iyer_m-pti_m.jpg)
shreyas-iyer
କଟକ: ସୟଦ ମୁସ୍ତାକ୍ ଅଲ୍ଲୀ ଟି-ଟ୍ୱେଣ୍ଟି ଟ୍ରଫିରେ ଆଜି କଟକ ବାରବାଟୀରେ ଖେଳାଯାଇଥିବା ୨ଟି ମ୍ୟାଚରେ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ବିଜୟୀ ହୋଇଛନ୍ତି। ଉତ୍ତରପ୍ରଦେଶ ୪ୱିକେଟରେ ମୁମ୍ବାଇକୁ ହରାଇଥିବା ବେଳେ କର୍ଣ୍ଣାଟକକୁ ୨୬ ରନରେ ପରାସ୍ତ କରିଛି ମହାରାଷ୍ଟ୍ର।
ପ୍ରଥମ ମ୍ୟାଚରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୧୬୪ ରନ୍ କରିଥିଲା। ଜବାବରେ ଉତ୍ତରପ୍ରଦେଶ ୬ ୱିକେଟ୍ ହରାଇ ୧୬୮ ରନ୍ କରି ବିଜୟୀ ହୋଇଥିଲା। ଉତ୍ତରପ୍ରଦେଶ ପକ୍ଷରୁ ଉମଙ୍ଗ ଶର୍ମା ଅପରାଜିତ ୪୭ ରନ୍ ଓ ସୁରେଶ ରାଇନାଙ୍କ ୨୦ ରନ କରିଥିଲେ। ଦଳ ପକ୍ଷରୁ ଅଙ୍କିତ ରାଜପୁତ୍ ଓ ପି. ଚାୱଲା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
ମୁମ୍ବାଇ ପକ୍ଷରୁ ଶ୍ରେୟାସ ଆୟର ୭୮ ରନ୍ କରିଥିବା ବେଳେ ବୋଲର ଧୱଲ କୁଲକର୍ଣ୍ଣି ଓ ଏସଡି ଲାଡ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
ସେହିପରି ଅନ୍ୟ ଏକ ମ୍ୟାଚରେ କର୍ଣ୍ଣାଟକଠାରୁ ଆମନ୍ତ୍ରଣ ପାଇ ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୮୪ ରନ୍ ସଂଗ୍ରହ କରିଥିଲା। ୧୮୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା କର୍ଣ୍ଣାଟକ ଦଳ ନିର୍ଦ୍ଧାରିତ ଓଭରରେ ୧୫୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ମହାରାଷ୍ଟ୍ର ପକ୍ଷରୁ ଏନ୍.ଏସ୍. ନାଏକ ସବାର୍ଧିକ ୬୭ ରନ୍ କରିଥିବା ବେଳେ ଏ.ଏ. ଶାଙ୍କଲେଚା ୩ଟି ୱିକେଟ୍, ଡି.ଜେ. ମୁଥୁସ୍ୱାମୀ ଓ ଆର.ଏ. ତ୍ରିପାଠୀ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।
କର୍ଣ୍ଣାଟକ ପକ୍ଷରୁ ରବୀନ୍ ଉଥାପ୍ପା ସର୍ବାଧିକ ୮୦ରନ୍ କରିଥିବା ବେଳେ ବିନୟ କୁମାର ୩ଟି ଓ ଏ. ମିଥୁନ୍ ୨ଟି ୱିକେଟ୍ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
