Advertisment

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଆସନ୍ତାକାଲି ସର୍ଭିସେସକୁ ଭେଟିବ ଓଡ଼ିଶା

ଭୁବନେଶ୍ୱର: ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫିରେ ଗୁରୁବାର ଓଡ଼ିଶା ତା’ର ଚତୁର୍ଥ ମ୍ୟାଚରେ ସର୍ଭିସେସକୁ ଭେଟିବ। ଡ୍ରିମ୍ସ ପଡିଆରେ ସକାଳ ୯ଟାରେ ଏହି ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ଓଡ଼ିଶା ପାଇଁ ଆସନ୍ତାକାଲିର ମ୍ୟାଚ୍ ଓ ଶୁକ୍ରବାର ଖେଳାଯିବାକୁ ଥିବା କର୍ଣ୍ଣାଟକ ବିପକ୍ଷ ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ୨ଟି ମ୍ୟାଚକୁ ଘରୋଇ ଦଳକୁ ଜିତିବାକୁ ହେବ। ଏହି ଦୁଇଟି ମ୍ୟାଚ୍ ଜିତିଲେ ଟ୍ରଫିର ଆଗାମୀ ମ୍ୟାଚ୍ ଖେଳିବାର ସୁଯୋଗ ପାଇବ। ଓଡ଼ିଶା ଏଯାବତ୍ ଏହି ଟୁର୍ଣ୍ଣାମେଣ୍ଟର ୩ଟି […]

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଆସନ୍ତାକାଲି ସର୍ଭିସେସକୁ ଭେଟିବ ଓଡ଼ିଶା

Odisha vs services

Advertisment

ଭୁବନେଶ୍ୱର: ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫିରେ ଗୁରୁବାର ଓଡ଼ିଶା ତା’ର ଚତୁର୍ଥ ମ୍ୟାଚରେ ସର୍ଭିସେସକୁ ଭେଟିବ। ଡ୍ରିମ୍ସ ପଡିଆରେ ସକାଳ ୯ଟାରେ ଏହି ଟ୍ୱେଣ୍ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ। ଓଡ଼ିଶା ପାଇଁ ଆସନ୍ତାକାଲିର ମ୍ୟାଚ୍ ଓ ଶୁକ୍ରବାର ଖେଳାଯିବାକୁ ଥିବା କର୍ଣ୍ଣାଟକ ବିପକ୍ଷ ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ୨ଟି ମ୍ୟାଚକୁ ଘରୋଇ ଦଳକୁ ଜିତିବାକୁ ହେବ। ଏହି ଦୁଇଟି ମ୍ୟାଚ୍ ଜିତିଲେ ଟ୍ରଫିର ଆଗାମୀ ମ୍ୟାଚ୍ ଖେଳିବାର ସୁଯୋଗ ପାଇବ। ଓଡ଼ିଶା ଏଯାବତ୍ ଏହି ଟୁର୍ଣ୍ଣାମେଣ୍ଟର ୩ଟି ମ୍ୟାଚରେ ପରାଜୟ ସହ ‘ଗ୍ରୁପ-ଡି’ର ପଏଣ୍ଟ ତାଲିକାରେ ନିମ୍ନରେ ରହିଛି।

Advertisment

ଅନ୍ୟପକ୍ଷରେ ସର୍ଭିସେସ ଗତ ୩ଟି ମ୍ୟାଚରୁ ୨ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ଗୋଟିକରେ ବିଜୟୀ ହୋଇ ୪ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ରହିଛି।

‘ଗ୍ରୁପ-ଡି’ରେ ୩ଟିରୁ ୩ଟି ମ୍ୟାଚ୍ ଜିତି ଉତ୍ତରପ୍ରଦେଶ ୧୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ମୁମ୍ବାଇ ୩ଟିରୁ ୨ଟି ଜିତି ୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ମହାରାଷ୍ଟ୍ର ୩ଟି ମ୍ୟାଚରୁ ୨ଟି ଜିତି ୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ଥିବା ବେଳେ କର୍ଣ୍ଣାଟକ ୪ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି।

Advertisment

ପୂର୍ବରୁ ଓଡ଼ିଶା ମୁମ୍ବାଇ ଠାରୁ ୬ ୱିକେଟରେ, ଉତ୍ତର ପ୍ରଦେଶଠାରୁ ୩୨ ରନରେ ଓ ମହାରାଷ୍ଟ୍ରଠାରୁ ୪ ୱିକେଟରେ ପରାସ୍ତ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe