Advertisment

ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫି: ଓଡ଼ିଶାର ହ୍ୟାଟ୍ରିକ ପରାଜୟ, ବିପ୍ଳବଙ୍କ ଶତକ ବେକାର

କଟକ: ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫିରେ ଓଡ଼ିଶାର ପରାଜୟ ଧାରା ବଜାୟ ରହିଛି। ମୁମ୍ବାଇ ଓ ଉତ୍ତରପ୍ରଦେଶ ଠାରୁ ହାରିବା ପରେ ସୋମବାର ମହାରାଷ୍ଟ୍ରଠାରୁ ମଧ୍ୟ ପରାସ୍ତ ହୋଇଛି ଘରୋଇ ଦଳ। ଆଜି ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମହାରାଷ୍ଟ୍ର ୪ ୱିକେଟରେ ବିଜୟୀ ହୋଇଛି। ଓଡ଼ିଶା ଦଳ ପ୍ରଥମେ ବ୍ୟାଟିଂ କରି ବିପ୍ଳବ ସାମନ୍ତରାୟଙ୍କ ଦର୍ଶନୀୟ ଶତକ ବଳରେ ୧୮୩ ରନ ସଂଗ୍ରହ କରିଥିଲା। ଅନ୍ୟପକ୍ଷରେ ମହାରାଷ୍ଟ୍ର ନିର୍ଦ୍ଧାରିତ ଓଭରରେ ୬ଟି ୱିକେଟ ହରାଇ […]

ଓଡ଼ିଶାର ରଣଜୀ ଦଳ ଘୋଷିତ: ପୋଦ୍ଦାର ଅଧିନାୟକ, ନଟରାଜ୍ ବାଦ୍

gobinda poddar

Advertisment

କଟକ: ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫିରେ ଓଡ଼ିଶାର ପରାଜୟ ଧାରା ବଜାୟ ରହିଛି। ମୁମ୍ବାଇ ଓ ଉତ୍ତରପ୍ରଦେଶ ଠାରୁ ହାରିବା ପରେ ସୋମବାର ମହାରାଷ୍ଟ୍ରଠାରୁ ମଧ୍ୟ ପରାସ୍ତ ହୋଇଛି ଘରୋଇ ଦଳ। ଆଜି ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମହାରାଷ୍ଟ୍ର ୪ ୱିକେଟରେ ବିଜୟୀ ହୋଇଛି। ଓଡ଼ିଶା ଦଳ ପ୍ରଥମେ ବ୍ୟାଟିଂ କରି ବିପ୍ଳବ ସାମନ୍ତରାୟଙ୍କ ଦର୍ଶନୀୟ ଶତକ ବଳରେ ୧୮୩ ରନ ସଂଗ୍ରହ କରିଥିଲା। ଅନ୍ୟପକ୍ଷରେ ମହାରାଷ୍ଟ୍ର ନିର୍ଦ୍ଧାରିତ ଓଭରରେ ୬ଟି ୱିକେଟ ହରାଇ ୧୮୪ ରନ କରି ନେଇଥିଲା।

Advertisment

ଓଡ଼ିଶା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଦଳକୁ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଥିଲା। ମାତ୍ର ୧୧ରନରେ ଦଳ ହରାଇଥିଲା ୨ଟି ୱିକେଟ। ଓପନର ଋଷିକେଶ ଦାସ ଓ ଅନୁରାଗ ଷଡଙ୍ଗୀ ଯଥାକ୍ରମେ ୯ ଓ ୧ ରନ କରି ଆଉଟ ହୋଇଯାଇଥିଲେ। ତେବେ ବିପ୍ଳବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାର ଧୂଆଁଧାର ବ୍ୟାଟିଂ କରି ଦଳକୁ ଏକ ବଢିଆ ସ୍କୋର ଦେଇଥିଲେ। ବିପ୍ଳବ ୫୯ବଲରୁ ୮ଟି ଚୌକା ଓ ୬ଟି ଛକା ବଳରେ ୧୦୨ ରନ କରିଥିଲେ। ସେହିପରି ପୋଦ୍ଦାର ୪୩ ବଲରୁ ୨ଟି ଚୌକା ଓ ୫ଟି ଛକା ସାହାଯ୍ୟରେ ୬୩ ରନ କରିଥିଲେ।

ମହାରାଷ୍ଟ୍ର ପକ୍ଷରୁ ଏଏ ଶଙ୍କଲେଚା ୨ଟି ଓ ଡି ଜେ ମୁଥୁସ୍ୱାମୀ ଗୋଟିଏ ୱିକେଟ ନେଇଥିଲେ।

Advertisment

୧୮୪ର ବିରାଟ ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ମହାରାଷ୍ଟ୍ରକୁ ହର୍ଷଦ ଖାଦିୱାଲେଙ୍କ ୱିକେଟ ପତନରେ ପ୍ରଥମ ଝଟକା ଲାଗିଥିଲା। ଦଳୀୟ ସ୍କୋର ମାତ୍ର ୧୬ରେ ପହଞ୍ଚିଥିବା ବେଳେ ସେ ଆଉଟ ହୋଇ ଯାଇଥିଲେ। ଏମ ଯାଦବ୍ ଓ ଜି ଖୁରାନାଙ୍କ ୱିକେଟ ମାତ୍ର ୧୦ ରନ ବ୍ୟବଧାନରେ ପଡିଥିଲା। ୧୦.୫ ଓଭରରେ ଦଳକୁ ଲାଗିଥିଲା ଚତୁର୍ଥ ଝଟକା। ୧୫ ରନ କରି ଆଉଟ ହୋଇଥିଲେ ଏନଏସ ନାଏକ। ସେତେବେଳକୁ ଦଳୀୟ ସ୍କୋର ୮୩ ହୋଇଥିଲା। ୮୪ ରନରେ ଦଳ ହରାଇଥିଲା ଆଉ ଏକ ୱିକେଟ। ମାତ୍ର ୧ ରନ କରି ଆଉଟ ହୋଇଥିଲେ ଶଙ୍କଲେଚା। ତେବେ ଜେ ଭାତି ଓ ଏଆର ବାୱାନେ ଯୋଡି ଦଳକୁ ବିଜୟ ଟାର୍ଗେଟ ଛୁଉଁବାରେ ସଫଳ କରାଇଥିଲେ। ଭାତି ୩୩ ବଲରୁ ୪୪ ରନ ସଂଗ୍ରହ କରିଥିବା ବେଳେ ବାୱାନେ ଅପରାଜିତ ରହି ୨୪ ବଲରୁ ୪୯ ରନ ସଂଗ୍ରହ କରି ଦଳ ବିଜୟରେ କର୍ଣ୍ଣଧାର ସାଜିଥିଲେ।

ଓଡ଼ିଶା ପକ୍ଷରୁ ଦୀପକ ବେହେରା ୨ଟି ୱିକେଟ୍ ନେଇଥିବା ବେଳେ ଅଭିଷେକ, ମନୋଜ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ସୂଚନାଯୋଗ୍ୟ, ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ମୁମ୍ବାଇ ଠାରୁ ୬ ୱିକେଟରେ ପରାଜିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଉତ୍ତରପ୍ରଦେଶ ଠାରୁ ୩୨ ରନରେ ପରାଜିତ ହୋଇଥିଲା।

ଓଡ଼ିଶାର ପରବର୍ତ୍ତୀ ମ୍ୟାଚ ଜନୁଆରୀ ୭ରେ ସର୍ଭିସେସ୍ ବିପକ୍ଷରେ ଅଛି। ଏହା ସକାଳ ୯ଟାରେ ଡ୍ରିମ୍ସ ପଡିଆରେ ଖେଳାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe