Advertisment

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: କର୍ଣ୍ଣାଟକଠାରୁ ବି ହାରିଗଲା ଓଡ଼ିଶା

କଟକ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶାକୁ ଶୁକ୍ରବାର କ୍ରମାଗତ ପଞ୍ଚମ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। କଟକର ବାରବାଟୀ ଷ୍ଟାଡିୟମରେ ଗ୍ରୁପ୍-ଡିର ଏକ ମ୍ୟାଚରେ ଆଜି ଘରୋଇ ଦଳ କର୍ଣ୍ଣାଟକଠାରୁ ହାରି ଯାଇଛି। କର୍ଣ୍ଣାଟକ ୬ ୱିକେଟରେ ଏହି ମ୍ୟାଚ୍ ଜିତି ଯାଇଛି। ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୦୨ ରନ୍ ସଂଗ୍ରହ କରିଥିବା ବେଳେ କର୍ଣ୍ଣାଟକ ୧୭.୫ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ […]

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: କର୍ଣ୍ଣାଟକଠାରୁ ବି ହାରିଗଲା ଓଡ଼ିଶା

rabin

Advertisment

କଟକ: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଓଡ଼ିଶାକୁ ଶୁକ୍ରବାର କ୍ରମାଗତ ପଞ୍ଚମ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। କଟକର ବାରବାଟୀ ଷ୍ଟାଡିୟମରେ ଗ୍ରୁପ୍-ଡିର ଏକ ମ୍ୟାଚରେ ଆଜି ଘରୋଇ ଦଳ କର୍ଣ୍ଣାଟକଠାରୁ ହାରି ଯାଇଛି। କର୍ଣ୍ଣାଟକ ୬ ୱିକେଟରେ ଏହି ମ୍ୟାଚ୍ ଜିତି ଯାଇଛି। ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୦୨ ରନ୍ ସଂଗ୍ରହ କରିଥିବା ବେଳେ କର୍ଣ୍ଣାଟକ ୧୭.୫ ଓଭରରେ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ପୂରଣ କରି ନେଇଥିଲା।

Advertisment

କର୍ଣ୍ଣାଟକ ଟସ୍ ଜିତି ଓଡ଼ିଶାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରି ଥିଲା। ଆଜି ଦଳର ବ୍ୟାଟ୍ସମ୍ୟାନମାନେ ଫେଲ୍ ମାରି ଥିଲେ। ଦଳ ପକ୍ଷରୁ ସର୍ବାଧିକ ରନ୍ କରି ଥିଲେ ଅଭିଷେକ ଯାଦବ। ସେ ୩୪ଟି ବଲରୁ ୩୧ ରନ୍ କରି ଥିଲେ। ଓପନର ଅଭିଳାଷ ମଲ୍ଲିକ ୭ ରନ୍ କରିଥିବା ବେଳେ ଅନୁରାଗ ଷଡ଼ଙ୍ଗୀ ୧୧, ବିଳ୍ପବ ସାମନ୍ତରାୟ ୧୯ ଓ ରୋଶନ କୁମାର ସାହୁ ୭ ରନ୍ କରି ଥିଲେ। ଅଧିନାୟକ ଗୋବିନ୍ଦ ପୋଦ୍ଦାର ଶୂନରେ ଆଉଟ୍ ହୋଇଥିବା ବେଳେ ଆଲୋକ ସାହୁ ୧୭ ରନ୍ କରି ଅପରାଜିତ ରହି ଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ମାତ୍ର ୧୦୨ ରନ୍ କରିବାକୁ ସମର୍ଥ ହୋଇଥିଲା।

କର୍ଣ୍ଣାଟକର ବୋଲରମାନେ ଓଡ଼ିଶାର ବ୍ୟାଟ୍ସମ୍ୟାନମାନଙ୍କୁ ପୂରା ବାନ୍ଧି ରଖି ଥିଲେ। ଅରବିନ୍ଦ ଶ୍ରୀନାଥଙ୍କ ବଲକୁ ଆଦୌ ଖେଳି ପାରି ନ ଥିଲେ ଓଡ଼ିଶାର ଖେଳାଳି। ସେ ୩ ଓଭର ବୋଲିଂ କରି ମାତ୍ର ୫ ରନ୍ ଦେଇଥିବା ବେଳେ ଗୋଟିଏ ୱିକେଟ୍ ନେଇଥିଲେ। ସେହିଭଳି ମିଥୁନ୍ ଏ ୩ ଓଭରରେ ୧୩ ରନ୍ ଦେଇ ୨ଟି ୱିକେଟ୍ ନେଇ ଥିଲେ। ଶ୍ରେୟଶ ଗୋପାଲ୍ ୪ ଓଭର ବୋଲିଂ କରି ୧୨ ରନ୍ ଦେଇ ୨ଟି ୱିକେଟ୍ ନେଇ ଥିଲେ। କେ.ସି କାରିଆପ୍ପା ୪ ଓଭରରେ ୧୪ ରନ୍ ଦେଇ ୨ଟି ୱିକେଟ୍ ନେଇ ଥିଲେ।

Advertisment

ଅନ୍ୟପକ୍ଷରେ କର୍ଣ୍ଣାଟକ ୧୭.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇ ଥିଲା। ଦଳ ୪ ଟି ୱିକେଟ୍ ହରାଇ ୧୦୬ ରନ୍ କରି ଥିଲା। ଓପର ରବୀନ ଉଥାପା ୪୧ ବଲରୁ ୪୮ ରନ୍ କରି ଥିଲେ। ଷ୍ଟୁଆର୍ଟ ବିନ୍ନି ୩୦ ବଲରୁ ୩୨ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ଅନ୍ୟପକ୍ଷରେ ମୟଙ୍କ ଅଗ୍ରୱାଲ୍ ଓ ସମର୍ଥ ଆର୍ ମାତ୍ର ୧ ଓ ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। କରୁନ ନାୟାର ମାତ ୨ ରନ୍ କରି ଆଉଟ୍ ହୋଇ ଯାଇଥିଲେ।

ଓଡ଼ିଶା ପକ୍ଷରୁ ଟୁକୁନା ସାହୁ ୨ଟି ୱିକେଟ୍ ଅକ୍ତିଆର କରି ଥିବା ବେଳେ ଦୀପକ ବେହେରା ଓ ବସନ୍ତ ମହାନ୍ତି ଗୋଟିଏ ଲେଖାଏଁ ୱିକେଟ୍ ନେଇ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe