Advertisment

ଦ୍ୱିତୀୟ ଟେଷ୍ଟ୍: ନ୍ୟୁଜିଲାଣ୍ଡକୁ ୩-୧ରେ ହରାଇଲା ଭାରତ

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ହକି ଦଳ ୬ ଟିକିଆ ହକି ସିରିଜରେ ବୁଧବାର ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ନ୍ୟୁଜିଲାଣ୍ଡ ଏ ଟିମକୁ ଦୁଇଟି ଯାକ ମ୍ୟାଚରେ ହରାଇଥିବା ଭାରତୀୟ ଦଳ ନ୍ୟୁଜିଲାଣ୍ଡ୍ ସିନିୟର ଟିମ୍ ଠାରୁ ହାରି ଯାଇଥିଲା ପ୍ରଥମ୍ ମ୍ୟାଚ୍। କିନ୍ତୁ ଆଜି ଦ୍ୱିତୀୟ ଟେଷ୍ଟ୍ ମ୍ୟାଚରେ ଘରୋଇ ଦଳକୁ ଭାରତ ୩-୧ରେ ହରାଇ ପୁଣି ଥରେ ସିରିଜରେ ନିଜ ସ୍ଥିତିକୁ ମଜଭୁତ୍ କରିଛି। ନ୍ୟୁଜିଲାଣ୍ଡ୍ ସିନିୟର ଟିମ୍ ସହିତ ଦଳ ୪ଟି […]

ଦ୍ୱିତୀୟ ଟେଷ୍ଟ୍: ନ୍ୟୁଜିଲାଣ୍ଡକୁ ୩-୧ରେ ହରାଇଲା ଭାରତ

indianhockey

Advertisment

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ହକି ଦଳ ୬ ଟିକିଆ ହକି ସିରିଜରେ ବୁଧବାର ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ନ୍ୟୁଜିଲାଣ୍ଡ ଏ ଟିମକୁ ଦୁଇଟି ଯାକ ମ୍ୟାଚରେ ହରାଇଥିବା ଭାରତୀୟ ଦଳ ନ୍ୟୁଜିଲାଣ୍ଡ୍ ସିନିୟର ଟିମ୍ ଠାରୁ ହାରି ଯାଇଥିଲା ପ୍ରଥମ୍ ମ୍ୟାଚ୍। କିନ୍ତୁ ଆଜି ଦ୍ୱିତୀୟ ଟେଷ୍ଟ୍ ମ୍ୟାଚରେ ଘରୋଇ ଦଳକୁ ଭାରତ ୩-୧ରେ ହରାଇ ପୁଣି ଥରେ ସିରିଜରେ ନିଜ ସ୍ଥିତିକୁ ମଜଭୁତ୍ କରିଛି। ନ୍ୟୁଜିଲାଣ୍ଡ୍ ସିନିୟର ଟିମ୍ ସହିତ ଦଳ ୪ଟି ମ୍ୟାଚ୍ ଖେଳିବାକୁ ଥିବା ବେଳେ ଏବେ ଉଭୟ ୧ ପଏଣ୍ଟ୍ ଲେଖାଏଁ ପାଇ ସମାନ ସ୍ଥିତିରେ ରହିଛନ୍ତି।

Advertisment

ଆଜି ଭାରତୀୟ ଦଳ ପ୍ରାରମ୍ଭରୁ ଆକ୍ରମଣ କରିଥିଲେ। ୧୦ମ ମିନିଟରେ ଦଳକୁ ମିଳିଥିଲା ଏକ ପେନାଲ୍ଟି କର୍ଣ୍ଣର। ତେବେ ଏହାକୁ ଗୋଲରେ ପରିଣତ କରିବାରେ ଦଳ ବିଫଳ ହୋଇଥିଲା। କିନ୍ତୁ ୧୩ତମ ମିନିଟରେ ଘରୋଇ ଦଳ ଉପରେ ପ୍ରଥମ ଗୋଲ ଦେଇଥିଲା ଭାରତ। ରମନଦୀପ ସିଂହ ଏହି ଗୋଲଟି ଦେଇଥିଲେ। ବୀରେନ୍ଦ୍ର ଲାକ୍ରାଙ୍କ ଠାରୁ ପାଇଥିବା କ୍ରସକୁ ସେ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ବି ଭାରତୀୟ ଦଳ ତା’ର ଆକ୍ରମଣକୁ ଜାରି ରଖିଥିଲା। ତେବେ ଏହି କ୍ୱାର୍ଟରରେ ଦଳ କୌଣସି ଗୋଲ୍ କରି ପାରି ନଥିଲା। ନ୍ୟୁଜିଲାଣ୍ଡ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲେ ବି ଏହାକୁ ଗୋଲରେ ପରିଣତ କରି ପାରି ନ ଥିଲା। ମ୍ୟାଚର ୪୫ ତମ ମିନିଟରେ ନ୍ୟୁଜିଲାଣ୍ଡ ପ୍ରଥମ ଗୋଲ ଦେଲା। ଏହାର ୭ ମିନିଟ୍ ପରେ ଭାରତ ଆଉ ଏକ ଗୋଲ ଦେଇ ୨-୧ରେ ଆଗୁଆ ରହିଥିଲା। ମ୍ୟାଚର ଶେଷ ମିନିଟରେ ଘରୋଇ ଦଳ ଉପରେ ଆଉ ଏକ ଗୋଲ ଦେବାରେ ଭାରତୀୟ ଦଳ ସଫଳ ହୋଥିଲା। ନିକ୍କିନ ଏହି ଗୋଲଟି ଦେଇଥିଲା।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ୍ ମ୍ୟାଚଟି ଅକ୍ଟୋବର ୯ରେ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe